ଏଇ ଭାରତରେ

ପ୍ରତିବର୍ଷ ଭୀଷଣ ଶୀତରେ ଉତ୍ତର ଭାରତରେ ମୃତ୍ୟୁ ଖବର ସାମ୍ନାକୁ ଆସେ। ସରକାରୀ ସ୍ତରରେ ଏଥିପାଇଁ ପ୍ରତିକାର ବ୍ୟବସ୍ଥା କରାଯାଉଥିଲେ ବି ଶୀତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଦିଲ୍ଲୀ ନିବାସୀ ନିର୍ବାଣ ସୋମାନିଙ୍କ ନିଆର ପଦକ୍ଷେପ ବେଶ୍‌ ପ୍ରଶଂସନୀୟ। ନିର୍ବାଣଙ୍କ ବୟସ ୧୭। ସେ ଦିଲ୍ଲୀରେ ରାସ୍ତା କଡ଼ରେ ରହୁଥିବା ଲୋକମାନଙ୍କ ପାଇଁ ପୁରୁଣା ଜିନ୍ସ ପ୍ୟାଣ୍ଟର ପୁନଃ ଉପଯୋଗ କରି ସ୍ଲିପିଂ ବ୍ୟାଗ୍‌ ତିଆରି କରୁଛନ୍ତି। ତାଙ୍କର ଏହି ପଦକ୍ଷେପର ନାମ ରଖିଛନ୍ତି ‘ପ୍ରୋଜେକ୍ଟ ଜିନ୍ସ’। ମୁଖ୍ୟତଃ ସେ ଲୋକମାନଙ୍କଠାରୁ ପୁରୁଣା ଡେନିମ ଜିନ୍ସ ପ୍ୟାଣ୍ଟ ସଂଗ୍ରହ କରି ସ୍ଲିପିଂ ବ୍ୟାଗ୍‌ ତିଆରି କରୁଛନ୍ତି। ଗୋଟିଏ ସ୍ଲିପିଂ ବ୍ୟାଗ୍‌ କରିବା ଲାଗି ୭ ହଳ ଜିନ୍ସ ବ୍ୟବହାର ହେଉଛି। ଏହି ବ୍ୟାଗ୍‌ ତିଆରି କରିବା ଲାଗି ସେ ୭ ଜଣ ମହିଳାଙ୍କୁ କାମରେ ଲଗାଇଛନ୍ତି। ପ୍ରୋଜେକ୍ଟ ଜିନ୍ସ ଏବେ ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ସହ ଅନ୍ୟ କେତେକ ସହରରୁ ଜିନ୍ସ ପ୍ୟାଣ୍ଟ ସଂଗ୍ରହ କରୁଛି। ରାସ୍ତା କଡ଼ରେ ଥିବା ଅସହାୟ ଲୋକମାନଙ୍କୁ ଏହି ସ୍ଲିପିଂ ବ୍ୟାଗ୍‌ ମାଗଣାରେ ଦେବା ସହ ଅନ୍ୟମାନେ ନେବାକୁ ଚାହିଁଲେ ସେମାନଙ୍କୁ ବିକ୍ରି କରୁଛନ୍ତି। ଏଥିରୁ ଯାହା ଅର୍ଥ ମିଳୁଛି ତାହାକୁ ତାଙ୍କ ପ୍ରୋଜେକ୍ଟରେ ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri