ଏଇ ଭାରତରେ

ପ୍ରତିବର୍ଷ ଭୀଷଣ ଶୀତରେ ଉତ୍ତର ଭାରତରେ ମୃତ୍ୟୁ ଖବର ସାମ୍ନାକୁ ଆସେ। ସରକାରୀ ସ୍ତରରେ ଏଥିପାଇଁ ପ୍ରତିକାର ବ୍ୟବସ୍ଥା କରାଯାଉଥିଲେ ବି ଶୀତରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଦିଲ୍ଲୀ ନିବାସୀ ନିର୍ବାଣ ସୋମାନିଙ୍କ ନିଆର ପଦକ୍ଷେପ ବେଶ୍‌ ପ୍ରଶଂସନୀୟ। ନିର୍ବାଣଙ୍କ ବୟସ ୧୭। ସେ ଦିଲ୍ଲୀରେ ରାସ୍ତା କଡ଼ରେ ରହୁଥିବା ଲୋକମାନଙ୍କ ପାଇଁ ପୁରୁଣା ଜିନ୍ସ ପ୍ୟାଣ୍ଟର ପୁନଃ ଉପଯୋଗ କରି ସ୍ଲିପିଂ ବ୍ୟାଗ୍‌ ତିଆରି କରୁଛନ୍ତି। ତାଙ୍କର ଏହି ପଦକ୍ଷେପର ନାମ ରଖିଛନ୍ତି ‘ପ୍ରୋଜେକ୍ଟ ଜିନ୍ସ’। ମୁଖ୍ୟତଃ ସେ ଲୋକମାନଙ୍କଠାରୁ ପୁରୁଣା ଡେନିମ ଜିନ୍ସ ପ୍ୟାଣ୍ଟ ସଂଗ୍ରହ କରି ସ୍ଲିପିଂ ବ୍ୟାଗ୍‌ ତିଆରି କରୁଛନ୍ତି। ଗୋଟିଏ ସ୍ଲିପିଂ ବ୍ୟାଗ୍‌ କରିବା ଲାଗି ୭ ହଳ ଜିନ୍ସ ବ୍ୟବହାର ହେଉଛି। ଏହି ବ୍ୟାଗ୍‌ ତିଆରି କରିବା ଲାଗି ସେ ୭ ଜଣ ମହିଳାଙ୍କୁ କାମରେ ଲଗାଇଛନ୍ତି। ପ୍ରୋଜେକ୍ଟ ଜିନ୍ସ ଏବେ ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ସହ ଅନ୍ୟ କେତେକ ସହରରୁ ଜିନ୍ସ ପ୍ୟାଣ୍ଟ ସଂଗ୍ରହ କରୁଛି। ରାସ୍ତା କଡ଼ରେ ଥିବା ଅସହାୟ ଲୋକମାନଙ୍କୁ ଏହି ସ୍ଲିପିଂ ବ୍ୟାଗ୍‌ ମାଗଣାରେ ଦେବା ସହ ଅନ୍ୟମାନେ ନେବାକୁ ଚାହିଁଲେ ସେମାନଙ୍କୁ ବିକ୍ରି କରୁଛନ୍ତି। ଏଥିରୁ ଯାହା ଅର୍ଥ ମିଳୁଛି ତାହାକୁ ତାଙ୍କ ପ୍ରୋଜେକ୍ଟରେ ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri