ଏଇ ଭାରତରେ

ପ୍ରଦୂଷଣ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଭାରତର ସହରଗୁଡ଼ିକରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭାରତର ୨୨ଟି ସହର ରହିଛି। ଏଭଳି ସ୍ଥିତିକୁ ଦେଖିଲେ ଦେଶରେ ପ୍ରଦୂଷଣ ହାର କମାଇବା ଲାଗି ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଯେତିକି ରହିଛି ବୃକ୍ଷ ରକ୍ଷଣାବେକ୍ଷଣର ଗୁରୁତ୍ୱ ସେତିକି ଅଛି। କେବଳ ବୃକ୍ଷରୋପଣ କରିଦେଲେ ହେବନାହିଁ, ବରଂ ବିଭିନ୍ନ ସ୍ଥାନରେ ଥିବା ପୁରୁଣା ଗଛଗୁଡ଼ିକର ସୁରକ୍ଷା ଜରୁରୀ। ଏହି କ୍ରମରେ ହାଇଦ୍ରାବାଦର ୫୩ ବର୍ଷୀୟା ଆସିୟା ଖାନ୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ଆସିୟାଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ପରିବେଶପ୍ରେମୀଙ୍କ ଟିମ୍‌ ଜାତୀୟ ରାଜପଥ ପ୍ରାଧିକରଣର ଗଛକଟା ନିଷ୍ପତ୍ତି ବିରୋଧରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇ ୯୧୪ ବରଗଛର ସୁରକ୍ଷା ନିଶ୍ଚିତ କରିଛନ୍ତି। ଏହିସବୁ ଗଛ ୧୦୦ ବର୍ଷର ପୁରୁଣା। ମୋଇନାବାଦରୁ ମାନେଗୁଡ଼ାଯାଏ ଜାତୀୟ ରାଜପଥ ୪ ଥାକିଆ କରିବା ଲାଗି ଏହିସବୁ ଗଛ କାଟିବାକୁ ଏନ୍‌ଏଚ୍‌ଏଆଇ ନିଷ୍ପତ୍ତି ନେଇଥିଲା। ଏହା ନିଶ୍ଚିତ ଯେ ଆସିୟାଙ୍କ ନେତୃତ୍ୱରେ ବୃକ୍ଷ ସୁରକ୍ଷାର ବିଜୟ ଦେଶରେ ଅନ୍ୟମାନଙ୍କୁ ବାଟ ଦେଖାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri