ଏଇ ଭାରତରେ

ବୃତ୍ତି ପାଇଁ ସଂଗ୍ରାମ କରିଛନ୍ତି ଆସାମର ଦିଗନ୍ତ ଦାସ। ବୃତ୍ତିକୁ ବି ସମ୍ମାନ ଦେଇଛନ୍ତି ଓ ସେହି ଆୟରେ ସେ ଆଗକୁ ବଢ଼ି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ଦିଗନ୍ତ ଏବେ ୪ଟି ସହରକୁ ଫ୍ରେସ୍‌ ପରଟା ଯୋଗାଇ ଦେଉଛନ୍ତି। ଏଭଳି ଖାଦ୍ୟ ବ୍ୟବସାୟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଦିଗନ୍ତ ଏଥିରେ ସଫଳ ହେବା ସହ ୨୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ପ୍ରତିଦିନ ୧,୫୦୦ରୁ ଅଧିକ ପରଟା ତାଙ୍କ ଟିମ୍‌ ମାଧ୍ୟମରେ ସୋନିତପୁର, ଲକ୍ଷିମପୁର, ଧିମାଜି ଓ ଦିବ୍ରୁଗଡ଼କୁ ପଠାଉଛନ୍ତି। ଦିଗନ୍ତଙ୍କ ବୟସ ଏବେ ୩୨। ଏହି ଯୁବ ଉଦ୍ୟୋଗୀ ପ୍ରଥମେ ଜଣେ ଖଣି ଶ୍ରମିକ ଥିଲେ। ପରେ ସୁରକ୍ଷା ଗାର୍ଡ ଭାବେ କାମ କରିଥିଲେ। ଏହି ସମୟରେ ସେ ଏଭଳି ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ ଓ ଏବେ ସେ ଏଥିରେ ସଫଳତା ପାଇପାରିଛନ୍ତି। ଦିଗନ୍ତ ଏହି କାର୍ଯ୍ୟ କୋଭିଡ୍‌ ମହାମାରୀ ପୂର୍ବରୁ ଆରମ୍ଭ କରିଥିଲେ ମଧ୍ୟ ମହାମାରୀ ସମୟରେ ବହୁ ଆହ୍ବାନର ସମ୍ମୁଖୀନ ହୋଇଥିଲେ। ପରେ ପୁଣି ନିଜ କାର୍ଯ୍ୟକୁ ବଢ଼ାଇ ଏବେ ୪ଟି ସହରକୁ ତାଙ୍କ ପରଟା ଯୋଗାଉଛନ୍ତି ଓ ଆଗକୁ ଏହାକୁ ଅନ୍ୟ ସବୁ ସହରକୁ ସମ୍ପ୍ରସାରିତ କରିବେ ବୋଲି କହନ୍ତି ଦିଗନ୍ତ। ସେ ଏହି ଖାଦ୍ୟ ବ୍ୟବସାୟ ‘ଡେଲି ଫ୍ରେସ୍‌ ଫୁଡ୍‌’ ୟୁନିଟ୍‌ ମାଧ୍ୟମରେ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri