ଏଇ ଭାରତରେ

ଆଖୁ ଛେଦା ଓ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଜୋତା ଏବେ ମିଳିଲାଣି। ଏମିତି ଜୋତା ତିଆରି କରୁଛନ୍ତି ଗୁଜରାଟର ଦୁଇ ଭାଇ ପାର୍ଥ ଓ କରିସ୍ମା ଦଲାଲ। ଏଭଳି ଜୋତା ଶୀଘ୍ର ମାଟିରେ ମିଶିଯାଉଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପୃଥିବୀରେ ପ୍ରତିବର୍ଷ ୩୫ କୋଟି ଜୋତା ବାହାରେ ପିଙ୍ଗିଦିଆଯାଉଛି, ଯାହା ମାଟିରେ ମିଶିବାକୁ ବହୁଦିନ ଲାଗିଯାଉଛି। ଏସବୁ ପାଣି ଓ ମାଟିକୁ ପ୍ରଦୂଷଣ କରୁଛି। ଏଣୁ ପାର୍ଥ ଓ କରିସ୍ମାଙ୍କ ଦ୍ୱାରା ପ୍ରସ୍ତୁତ ଜୋତା ଏହି ସମସ୍ୟାକୁ ଅନେକାଂଶରେ ଦୂର କରିପାରୁଛି। ସେମାନେ ଏଭଳି ଜୋତା ତିଆରି କରିବାକୁ ଚଳିତ ବର୍ଷ ମେ’ରେ ‘ରିରୁଟ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି। ଏହି ପଦ୍ଧତିରେ କାର୍ବନ ନିର୍ଗମନ ବହୁତ କମ୍‌ ହେଉଛି। ହେଲେ ଏହାକୁ ୧୦୦% ନିର୍ଗମନ ଶୂନ୍ୟ କରିବା ସକାଶେ ଚେଷ୍ଟା କରୁଛନ୍ତି। ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହାର ବିକ୍ରି ଆରମ୍ଭ କରି ଏବେ ସୁଦ୍ଧା ୪୦୦ ହଳ ଜୋତା ସେମାନେ ବିକ୍ରି କରିସାରିଲେଣି। ଗୋଟିଏ ଜୋତାର ଓଜନ ରହୁଛି ୧୮୦ ଗ୍ରାମ। ଏଥିରୁ ୯୫ରୁ ୧୧୦ ଗ୍ରାମ ରହୁଛି ଆଖୁ ଛେଦାର ଅବଶେଷାଂଶ । ଗୋଟିଏ ଜୋତା ତିଆରି ଲାଗି ୧୧ଟି ପ୍ଲାଷ୍ଟିକ ବୋତଲ ଆବଶ୍ୟକ ହେଉଛି। ଏଭଳି ଜୋତା ତିଆରିରେ ସେମାନେ ୪୦,୦୦୦ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri