Categories: ଖେଳ

ମହିଳା ସିଙ୍ଗଲ୍ସରେ ବେନ୍‌ସିକ୍‌ଙ୍କୁ ସ୍ବର୍ଣ୍ଣ

ଟୋକିଓ,୧ା୮ (ଏପି)-ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍‌ ଅଲିମ୍ପିକ ଟେନିସ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୧୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବେନ୍‌ସିକ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭାଙ୍କୁ ୭-୫, ୨-୬, ୬-୩ ସେଟ୍‌ରେ ପରାସ୍ତ କରି ତାଙ୍କ କ୍ୟାରିୟରର ପ୍ରଥମ ପ୍ରମୁଖ ଟାଇଟଲ ହାସଲ କରିଛନ୍ତି। ବେନ୍‌ସିକ୍‌ ଆହୁରି ମଧ୍ୟ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବେନ୍‌ସିକ୍‌ ଓ ତାଙ୍କ ସୁଇସ୍‌ ପାର୍ଟନର ଭିକ୍ଟୋରିଜା ଗୋଲୁବିକ୍‌ ସ୍ବର୍ଣ୍ଣ ପଦକ ମୁକାବିଲାରେ ଟପ୍‌ ସିଡ୍‌ ଚେକ୍‌ ରିପବ୍ଲିକର ବାର୍ବୋରା କ୍ରୋଜ୍‌ସିକୋଭା ଓ କାଟରିନା ସିନିଆକୋଭାଙ୍କୁ ଭେଟିବେ।
ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଲେ ଜୋକୋଭିଚ୍‌
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ଏକ ଗୋଲ୍ଡେନ ସ୍ଲାମ ହାସଲ କରିବା ଲକ୍ଷ୍ୟ ନେଇ ଆସିଥିବା ସର୍ବୀୟ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ତାଙ୍କ ବ୍ରୋଞ୍ଜ ପଦକ ମୁକାବିଲାରେ ହାରିଯାଇଛନ୍ତି। ଏହି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳିଙ୍କୁ ସ୍ପେନର ପାବ୍‌ଲୋ କାରେନୋ ବୁଷ୍ଟା ୬-୪, ୬-୭ (୬), ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।

Share