ହକି ପାଇଁ ମାଟିରେ ମିଶୁଛି ଭାତହାଣ୍ଡି

ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ଜାନୁୟାରୀ ମାସରେ ହକି ବିଶ୍ୱକପ୍‌ ଦେଖିବ ସମଗ୍ର ବିଶ୍ୱ। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳ ଅନୁଷ୍ଠିତ ହେବ। ହକି ଦେଖିବାକୁ ବିଭିନ୍ନ ଦେଶବିଦେଶରୁ ପ୍ରଶଂସକଙ୍କ ସହ ଖେଳାଳିଙ୍କ ସୁଅ ଛୁଟିବ। ତେଣୁ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ଏଠାକୁ ଆସିବା ପରେ ଏହାର ସୌନ୍ଦର୍ଯ୍ୟକରଣ, ପରିମଳ ଏବଂ ସୁବ୍ୟବସ୍ଥିତ ସହରର ଢାଞ୍ଚାକୁ ଦେଖି ଯେପରି ସମସ୍ତେ ଏହାର ପ୍ରଶଂସା କରିବେ ସେଥିପାଇଁ ତତ୍ପର ହୋଇ ଉଠିଛି ବିଏମ୍‌ସି। ମାତ୍ର ସୌନ୍ଦର୍ଯ୍ୟକରଣ ନାମରେ ଶତାଧିକ ଉଠାଦୋକାନୀଙ୍କ ଭାତହାଣ୍ଡିକୁ ଗୋଇଠା ମରାଯାଉଛି। ପ୍ରତିଦିନ ଜବରଦଖଲ ଉଚ୍ଛେଦ ନାମରେ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ଫଳରେ ହଜାର ହଜାର ଉଠାଦୋକାନୀଙ୍କ ପରିବାର ଏବେ ବେରୋଜଗାର ହୋଇଯାଇଛନ୍ତି। ଦୀର୍ଘ ବର୍ଷ ଧରି ସହରର ବିଭିନ୍ନ ରାସ୍ତାକଡ଼ରେ ଉଠା ଦୋକାନ କରି ପରିବାର ପୋଷଣ କରୁଥିବା ବ୍ୟବସାୟୀମାନେ ହଠାତ୍‌ ଜୀବିକା ହରାଇ ଅସହାୟ ହୋଇପଡିଛନ୍ତି। ଦୋକାନ ଭାଙ୍ଗିଯିବା ଫଳରେ ପିଲାଙ୍କ ସ୍କୁଲ୍‌ ଫି’ ଦେବା ପାଇଁ ସେମାନେ ଅସମର୍ଥ ହୋଇ ପଡିଛନ୍ତି। ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ପିଲାଙ୍କ ମୁହଁରେ ଦୁଇବେଳା ଦାନା ଯୋଗାଇଦେବା କଷ୍ଟକର ହୋଇପଡିଥିବା କେତେଜଣ ବ୍ୟବସାୟୀ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ହକି ପାଇଁ ସହରକୁ ସୁନ୍ଦର କରିବା ନାମରେ ପ୍ରାୟ ୫ହଜାର ଉଠାଦୋକାନୀଙ୍କ ପରିବାର ଉପାସରେ ରହିବେ ବୋଲି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ଦୋକାନ ଉଚ୍ଛେଦ ପରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ରୋଜଗାର ନ ଥିବାରୁ ଅନେକ ବ୍ୟକ୍ତି ମାନସିକ ଚିନ୍ତାରେ ଦିନ କାଟୁଛନ୍ତି। ଜୀବିକା ହରାଇଥିବା ବ୍ୟକ୍ତିମାନେ ଭବିଷ୍ୟତରେ ଚୋରି, ଛିନତାଇ କରିବାକୁ ପଛାଇବେ ନାହିଁ। ସେଥିପାଇଁ ରାଜ୍ୟ ସରକାର, ବିଡିଏ, ବିଏମ୍‌ସି, ପୋଲିସ୍‌, ଜିଏ ଅଧିକାରୀମାନେ ଦାୟୀରହିବେ ବୋଲି ସେ କହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁରରେ ବ୍ୟବସାୟ କରୁଥିବା ଅନୁ ମିଶ୍ର କହିଛନ୍ତି, ୧୫ ବର୍ଷ ହେବ ଏଠାରେ ବ୍ୟବସାୟ କରୁଛି। ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ରାତ୍ରି ଭୋଜନ ପ୍ରସ୍ତୁତ କରି ବିକିବା ମୋର କାମ। ଏହି ଦୋକାନ ମୋ ରୋଜଗାରର ମାଧ୍ୟମ। ଦୋକାନରୁ ଯାହାକିଛି ମିଳେ ସେଥିରେ ମୁଁ ଏବଂ ମୋ ମା’ ଚଳୁଛୁ। ଏବେ ଖେଳ ପାଇଁ ବିଏମ୍‌ସି, ବିଡିଏ ଆମ ଦୋକାନ ସବୁ ଭାଙ୍ଗି ଦେଉଛି। ଖେଳରେ କ’ଣ ପେଟ ପୂରିବ, ଜଣଙ୍କ ଜୀବନ ଜୀବିକାଠାରୁ ଖେଳ ଏବଂ ସୌନ୍ଦର୍ଯ୍ୟକରଣ କ’ଣ ଏତେ ଜରୁରୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ନୟାପଲ୍ଲୀ ଇସ୍କନ ମନ୍ଦିର ପାଖରେ ଚାଟ୍‌ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ୯ବର୍ଷ ହେବ ଏଠି ଦୋକାନ ଥିଲା। ଏହି ରୋଜଗାର ଉପରେ ମୋ ପରିବାର ନିର୍ଭର କରେ। ମାତ୍ର ଗତ ୨୦ ଦିନ ହେବ ଦୋକାନକୁ ଭାଙ୍ଗି ଦେଇଛନ୍ତି। ଯେତେ ନେହୁରା ହେଲେ ବି କେହି ଶୁଣୁ ନାହାନ୍ତି। ହକି ପାଇଁ ସବୁ ଭଙ୍ଗା ହେଉଛି, ୨ ମାସ ପରେ ଦୋକାନ କରିବ ବୋଲି ଭାଙ୍ଗିବାକୁ ଆସିଥିବା ଅଫିସରମାନେ କହିଥିଲେ। ତେବେ ୨ମାସ ପର୍ଯ୍ୟନ୍ତ ପରିବାର କେମିତି ଚଳିବ ସେ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ। ଏମାନଙ୍କ ପରି ଶତାଧିକ ବ୍ୟବସାୟୀ ନିଜ ଉପାର୍ଜନର ମାଧ୍ୟମ ହରାଇବା ପରେ ଏଭଳି ଭୋକ ଉପାସରେ ଦିନ କାଟୁଛନ୍ତି। ହକି ପାଇଁ ରାସ୍ତାଘାଟରେ ଚିତ୍ର ଆଙ୍କିବା ସହ ଗଛ ଲଗାଇ, ବୈଠକ ପରେ ବୈଠକ କରି ବିଏମ୍‌ସି, ବିଡିଏ ଅଧିକାରୀମାନେ ବାହାବା ନେବାରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri