୮ରୁ ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳା

ଭୁବନେଶ୍ୱର,୨୦।୧୨: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ଇଭୋସ ବିଲ୍‌ଡକନ୍‌ର ସହଯୋଗରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଏବଂ ମହିଳା ଉଦ୍ୟୋଗୀ ପରିଷଦ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଏକ ୫ ଦିନିଆ ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳାର ଆୟୋଜନ କରାଯାଉଛି। ଏପରିକି ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପଟିଆ ସ୍ଥିତ ପ୍ଲାଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ଉକ୍ତ ମେଳା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଫ୍ୟାଶନ୍‌, ହ୍ୟାଣ୍ଡଲୁମ୍‌ ଏବଂ ଜୀବନଶୈଳୀ ବ୍ୟବସାୟ କ୍ଷେତ୍ରରେ ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀ ଉକ୍ତ ମେଳାରେ ସ୍ଥାନ ପାଇବା ସହ ସେମାନଙ୍କ ଉପତ୍ାଦ ପ୍ରଦର୍ଶନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ମେଳାରେ ବିଭିନ୍ନ ପ୍ରକାର ସମ୍ମିଳନୀ ସାଙ୍ଗକୁ ଟକ୍‌ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ୍‌ ଶୋ, ଖାଦ୍ୟ ମହୋତ୍ସବ, ବୁଣାକାର, ତୃଣମୂଳ ଉଦ୍ୟୋଗୀ, ହସ୍ତତନ୍ତ ସମୃଦ୍ଧ ସଂସ୍କୃତି ସହ ଜଡ଼ିତ ଛୋଟ ବ୍ୟବସାୟ ଆଦି ପ୍ରଦର୍ଶିତ ସହିତ ଲକି ଡ୍ର ମଧ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଆଇଏନ୍‌ଡବ୍ଲ୍ୟୁଇସିର ଆବାହକ ସୁକିର୍ତୀ ପଟ୍ଟନାୟକ କହିଛନ୍ତି, ଆସନ୍ତା ୮ ତାରିଖରେ ହେବାକୁ ଥିବା ମେଳାରେ ଜାତୀୟ ଡିଜାଇନ୍‌ର ଏବଂ ଫ୍ୟାଶନ୍‌ ହାଉସ୍‌ ସହଯୋଗରେ ସ୍ଥାନୀୟ ବୁଣାକାର ଶିଳ୍ପ ପାଇଁ ନବସୃଜନ, ପ୍ରଯୁକ୍ତିବିଦ୍ୟା ନୂତନ ବ୍ୟବସାୟ ସୁଯୋଗ ଏବଂ କାରିଗରମାନଙ୍କ ପାଇଁ ନୂତନ ବଜାର ମଧ୍ୟ ଅନୁସନ୍ଧାନ କରାଯିବ। ସେହିଭଳି ଉପତ୍ାଦନ, ବନ ଏବଂ ଖୁଚୁରା ବିକ୍ରୟ ସହ ଜଡ଼ିତ ବିଭିନ୍ନ ଜାତୀୟ ଉଦ୍ୟୋଗ ଓ ଉଦ୍ୟୋଗୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେହିପରି ଆଇସିସିର ସହ-ଅଧ୍ୟକ୍ଷ ଜେ.ବି.ପାଣି କହିଛନ୍ତି, ଆଇଏନ୍‌ଡବ୍ଲ୍ୟୁଇସି ଓଡ଼ିଶା ପରିବର୍ତ୍ତନର ଅଗ୍ରଭାଗରେ ରହିଛି। ବାଣିଜ୍ୟ ମେଳା ପରେ ଆମେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅନୁଭବ କଲୁ। ଏହାକୁ ଭିତ୍ତିକରି ଏହି ଫ୍ୟାଶନ୍‌ ଏବଂ ଲାଇଫ୍‌ ଷ୍ଟାଇଲ୍‌ ମେଳାର ପରିକଳ୍ପନା କରାଯାଇଛି, ଯାହାକି ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମକୁ ଆଇସିସି, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଭିନ୍ନ ମିଡ଼ିଆ ହାଉସ୍‌ ମାଧ୍ୟମରେ ଜାତୀୟସ୍ତରରେ ପ୍ରୋତ୍ସାହିତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି। ଏପରିକି ମେଳାରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀ ମେଳା ପାଇଁ ସେମାନଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ବିଶେଷକରି ଫ୍ୟାଶନ୍‌ ଡିଜାଇନ୍‌ର ମନୀଷ ମାଲହୋତ୍ରା, ଅଭିନେତ୍ରୀ ଦିଆ ମିର୍ଜା, ପୂର୍ବତନ ଭାରତୀୟ କ୍ରିକେଟର୍‌ ଇର୍‌ଫାନ୍‌ ପଠାନ୍‌, ଅଭିନେତା ଜାଏଦ୍‌ ଖାନ୍‌ ଓ ଅଭିନେତ୍ରୀ ସୋନି ରାଜଦାନ ଉକ୍ତ ମେଳାରେ ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କେ.କେ. ରଥ (ଚେୟାରମ୍ୟାନ୍‌ ଓ ନିର୍ଦ୍ଦେଶକ, ଇଭୋସ ବିଲ୍ଡକନ୍‌), ଜ୍ୟୋତିପ୍ରକାଶ ପାଲ୍‌ (ନର୍ଦ୍ଦେଶକ ଓ ରିଜିଓନାଲ୍‌ ହେଡ଼୍‌, ଆଇସିସି), ପ୍ରୀତି ପଲ୍ଲବୀ ପଟ୍ଟନାୟକ (କୋର୍‌ ମେମ୍ବର ଆଇଏନ୍‌ଡବ୍ଲ୍ୟୁଇସି), ପି.କେ.ଗୁପ୍ତା (ଯୁଗ୍ମ ନିର୍ଦ୍ଦେଶକ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ) ପ୍ରମୁଖ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ଫ୍ୟାଶନ୍‌ ଓ ଲାଇଫ୍‌ଷ୍ଟାଇଲ୍‌ ମେଳାରେ କୋ-ଟାଇଟେଲ୍‌ ସ୍ପନ୍‌ସର୍‌ ଭାବେ ବୟନିକା ଓ ଅରୁନ୍ଧତୀ ଜୁଏଲର୍ସ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?