୮ରୁ ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳା

ଭୁବନେଶ୍ୱର,୨୦।୧୨: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ଇଭୋସ ବିଲ୍‌ଡକନ୍‌ର ସହଯୋଗରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଏବଂ ମହିଳା ଉଦ୍ୟୋଗୀ ପରିଷଦ ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଏକ ୫ ଦିନିଆ ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ମେଳାର ଆୟୋଜନ କରାଯାଉଛି। ଏପରିକି ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପଟିଆ ସ୍ଥିତ ପ୍ଲାଟ୍ରୋନିକ୍ସ ଗ୍ରାଉଣ୍ଡଠାରେ ଉକ୍ତ ମେଳା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଫ୍ୟାଶନ୍‌, ହ୍ୟାଣ୍ଡଲୁମ୍‌ ଏବଂ ଜୀବନଶୈଳୀ ବ୍ୟବସାୟ କ୍ଷେତ୍ରରେ ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀ ଉକ୍ତ ମେଳାରେ ସ୍ଥାନ ପାଇବା ସହ ସେମାନଙ୍କ ଉପତ୍ାଦ ପ୍ରଦର୍ଶନ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ମେଳାରେ ବିଭିନ୍ନ ପ୍ରକାର ସମ୍ମିଳନୀ ସାଙ୍ଗକୁ ଟକ୍‌ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାଶନ୍‌ ଶୋ, ଖାଦ୍ୟ ମହୋତ୍ସବ, ବୁଣାକାର, ତୃଣମୂଳ ଉଦ୍ୟୋଗୀ, ହସ୍ତତନ୍ତ ସମୃଦ୍ଧ ସଂସ୍କୃତି ସହ ଜଡ଼ିତ ଛୋଟ ବ୍ୟବସାୟ ଆଦି ପ୍ରଦର୍ଶିତ ସହିତ ଲକି ଡ୍ର ମଧ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଆଇଏନ୍‌ଡବ୍ଲ୍ୟୁଇସିର ଆବାହକ ସୁକିର୍ତୀ ପଟ୍ଟନାୟକ କହିଛନ୍ତି, ଆସନ୍ତା ୮ ତାରିଖରେ ହେବାକୁ ଥିବା ମେଳାରେ ଜାତୀୟ ଡିଜାଇନ୍‌ର ଏବଂ ଫ୍ୟାଶନ୍‌ ହାଉସ୍‌ ସହଯୋଗରେ ସ୍ଥାନୀୟ ବୁଣାକାର ଶିଳ୍ପ ପାଇଁ ନବସୃଜନ, ପ୍ରଯୁକ୍ତିବିଦ୍ୟା ନୂତନ ବ୍ୟବସାୟ ସୁଯୋଗ ଏବଂ କାରିଗରମାନଙ୍କ ପାଇଁ ନୂତନ ବଜାର ମଧ୍ୟ ଅନୁସନ୍ଧାନ କରାଯିବ। ସେହିଭଳି ଉପତ୍ାଦନ, ବନ ଏବଂ ଖୁଚୁରା ବିକ୍ରୟ ସହ ଜଡ଼ିତ ବିଭିନ୍ନ ଜାତୀୟ ଉଦ୍ୟୋଗ ଓ ଉଦ୍ୟୋଗୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେହିପରି ଆଇସିସିର ସହ-ଅଧ୍ୟକ୍ଷ ଜେ.ବି.ପାଣି କହିଛନ୍ତି, ଆଇଏନ୍‌ଡବ୍ଲ୍ୟୁଇସି ଓଡ଼ିଶା ପରିବର୍ତ୍ତନର ଅଗ୍ରଭାଗରେ ରହିଛି। ବାଣିଜ୍ୟ ମେଳା ପରେ ଆମେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅନୁଭବ କଲୁ। ଏହାକୁ ଭିତ୍ତିକରି ଏହି ଫ୍ୟାଶନ୍‌ ଏବଂ ଲାଇଫ୍‌ ଷ୍ଟାଇଲ୍‌ ମେଳାର ପରିକଳ୍ପନା କରାଯାଇଛି, ଯାହାକି ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମକୁ ଆଇସିସି, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓ ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଭିନ୍ନ ମିଡ଼ିଆ ହାଉସ୍‌ ମାଧ୍ୟମରେ ଜାତୀୟସ୍ତରରେ ପ୍ରୋତ୍ସାହିତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି। ଏପରିକି ମେଳାରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀ ମେଳା ପାଇଁ ସେମାନଙ୍କର ଅଂଶଗ୍ରହଣକୁ ନିଶ୍ଚିତ କରିଛନ୍ତି। ବିଶେଷକରି ଫ୍ୟାଶନ୍‌ ଡିଜାଇନ୍‌ର ମନୀଷ ମାଲହୋତ୍ରା, ଅଭିନେତ୍ରୀ ଦିଆ ମିର୍ଜା, ପୂର୍ବତନ ଭାରତୀୟ କ୍ରିକେଟର୍‌ ଇର୍‌ଫାନ୍‌ ପଠାନ୍‌, ଅଭିନେତା ଜାଏଦ୍‌ ଖାନ୍‌ ଓ ଅଭିନେତ୍ରୀ ସୋନି ରାଜଦାନ ଉକ୍ତ ମେଳାରେ ମୁଖ୍ୟ ଆକର୍ଷଣ ସାଜିବେ ବୋଲି ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କେ.କେ. ରଥ (ଚେୟାରମ୍ୟାନ୍‌ ଓ ନିର୍ଦ୍ଦେଶକ, ଇଭୋସ ବିଲ୍ଡକନ୍‌), ଜ୍ୟୋତିପ୍ରକାଶ ପାଲ୍‌ (ନର୍ଦ୍ଦେଶକ ଓ ରିଜିଓନାଲ୍‌ ହେଡ଼୍‌, ଆଇସିସି), ପ୍ରୀତି ପଲ୍ଲବୀ ପଟ୍ଟନାୟକ (କୋର୍‌ ମେମ୍ବର ଆଇଏନ୍‌ଡବ୍ଲ୍ୟୁଇସି), ପି.କେ.ଗୁପ୍ତା (ଯୁଗ୍ମ ନିର୍ଦ୍ଦେଶକ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ) ପ୍ରମୁଖ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ଫ୍ୟାଶନ୍‌ ଓ ଲାଇଫ୍‌ଷ୍ଟାଇଲ୍‌ ମେଳାରେ କୋ-ଟାଇଟେଲ୍‌ ସ୍ପନ୍‌ସର୍‌ ଭାବେ ବୟନିକା ଓ ଅରୁନ୍ଧତୀ ଜୁଏଲର୍ସ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri