ସୁସ୍ଥ ଜୀବନ ଅନ୍ତରାଳେ

ବିଶ୍ୱସ୍ତରରେ ଭାରତ ଏକ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରସିଦ୍ଧି ଲାଭ କରିଛି l ଏଠାରେ ସର୍ବଧର୍ମ ସମନ୍ବୟ ନ୍ୟାୟରେ ପ୍ରାୟ ପୃଥିବୀର ସମସ୍ତ ଜାତିର ମନୁଷ୍ୟ ବସବାସ କରିଆସୁଛନ୍ତି l
ସାଧାରଣତଃ ଭାରତୀୟମାନେ ପୌରାଣିକ ମତବାଦକୁ ଓ ପ୍ରକୃତିକୁ ସମ୍ମାନ ଜଣାଇ ଧର୍ମ ପ୍ରତି ଅଗାଢ଼ ବିଶ୍ୱାସ ରଖି ଦୈନନ୍ଦିନ ପୂଜାପାଠ, ଦାନ, ଧର୍ମ କରିବା, ଆଧ୍ୟାତ୍ମିକ ଓ ସକାରାତ୍ମକ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ଗରିବ, ନିରୀହଙ୍କୁ ଖାଦ୍ୟ ପୋଷାକ ବଣ୍ଟନ କରିବା, ଅନ୍ୟର ଦୁଃଖ ଦୁର୍ଦ୍ଦଶା, ଅଭାବ ଅନଟନ ତଥା ସ୍ବାସ୍ଥ୍ୟ ସମସ୍ୟା ବେଳେ ନିଜେ ଉପସ୍ଥିତ ରହିବା ଆଦି କାର୍ଯ୍ୟ ଦ୍ୱାରା ଆମର ମାନସିକ ସ୍ତରରେ ପ୍ରବଳ ମାତ୍ରାରେ ଉତ୍ସାହ, ଉଦ୍ଦୀପନା ତଥା ଖୁସି ଅନୁଭବ ସହ ଉତ୍ତମ ଚିନ୍ତାଧାରା ଜାଗ୍ରତ ହୋଇଥାଏ। ଏହାର ପ୍ରଭାବରେ ଶାନ୍ତ, କୋମଳ, ଦୟାବାନ ସହ ମାନସିକ ସ୍ତରରେ ସନ୍ତୁଳିତ ଅବସ୍ଥା ଜାଗ୍ରତ ହୋଇ ଶରୀରରେ ‘ଓଜ’ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ l
ଆୟୁର୍ବେଦ ଶାସ୍ତ୍ର ମତରେ ‘ଓଜ’ ମଣିଷ ଶରୀରରେ ସର୍ବଶ୍ରେଷ୍ଠ ‘ଧାତୁ’ ଅଟେ l
ଓଜ ଦ୍ୱାରା ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ନିୟନ୍ତ୍ରିତ ହୋଇଥାଏ l ଏହାକୁ ଆଧୁନିକ ଚିକିତ୍ସା ଶାସ୍ତ୍ର ମତରେ ଇମ୍ୟୁନିଟି ପାୱାର ବୋଲି କୁହା ଯାଇଥାଏ। ଶରୀରରେ ଉକ୍ତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେତୁ ବିଭିନ୍ନ ପ୍ରକାରର ବାହ୍ୟ ଭୂତାଣୁ ଓ ଜୀବାଣୁଜନିତ ରୋଗ ଶରୀରରେ ପ୍ରବେଶ କରିପାରି ନ ଥାଏ l
ଠିକ ଉପରୋକ୍ତ କାର୍ଯ୍ୟର ବିପରୀତ କାର୍ଯ୍ୟ ସ୍ବରୂପ ସମାଜରେ ରାହାଜାନି କରିବା, ଅନ୍ୟକୁ ଆକ୍ରମଣ କରିବା, ଚୋରି ଓ ଲୁଣ୍ଠନ କରିବା, ଅନ୍ୟକୁ ହତ୍ୟା କରିବା, ବିଭିନ୍ନ କୂଟ, କଳ୍ପନା, ଚକ୍ରାନ୍ତ କରି ବ୍ୟବସାୟ ହେଉ କିମ୍ବା କୌଣସି ପ୍ରତିଯୋଗିତାତ୍ମକ କାର୍ଯ୍ୟରେ ଜୟଯୁକ୍ତ ହେବା ପାଇଁ ହିଂସା ମନୋଭାବ ଆଦି ବିଭିନ୍ନ କୁ-ଚିନ୍ତାଧାରା ଦ୍ବାରା ମାନସିକ ସ୍ତରରେ କଳୁଷିତ ଭାବନା ସୃଷ୍ଟି ହୋଇଥାଏ। ଏହାର ପ୍ରତିକୂଳ ପ୍ରଭାବ ଦ୍ୱାରା ବିଭିନ୍ନ ମାନସିକ ଓ ଶାରୀରିକ ସ୍ତରରେ ବିକୃତି ଦେଖାଦେବାର ଅଧିକ ସମ୍ଭାବନା ରହିଥାଏ l ଏହାର ଫଳସ୍ବରୂପ ଶରୀରରେ ରକ୍ତଚାପ ବୃଦ୍ଧି, ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ଘଟି ନାନାଦି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ l
ଏସବୁର ମୂଳ କାରଣ ହେଲା ଅତ୍ୟଧିକ ଲୋଭ, ଆଶା ଆକାଂକ୍ଷା ପୂରଣ କରିବା ନିମନ୍ତେ ପ୍ରୟାସ ଜାରିରଖିବା, ଧୈର୍ଯ୍ୟହୀନ ହେବା ସହ ସହନଶୀଳତାର ଅଭାବ ଆଦି ପ୍ରମୁଖ କାରଣ ।
ମନୁଷ୍ୟ ଜୀବନ ଭିତରେ ପ୍ରକୃତରେ ନାନା ଦୁଃଖ, ସୁଖ, ଯନ୍ତ୍ରଣା, ଉତ୍ଥାନ ପତନ ଦେଇ ଗତିକରିବା ଭିତରେ ଧୈର୍ଯ୍ୟ ଓ ସହନଶୀଳତା ଗୁଣକୁ ଶ୍ରେଷ୍ଠ ଭାବେ ଗ୍ରହଣ କରିବା ଉଚିତ; ଯଦ୍ଦ୍ବାରା ଜୀବନରେ ପ୍ରକୃତରେ ଉନ୍ନତି ତଥା ବିକାଶର ପଥ ଉନ୍ମୁକ୍ତ ହୋଇଥାଏ। ସହନଶୀଳତାର ପରିଭାଷା ହେଲା ଦୁଃଖ, ବିପଦ ବେଳେ ଧୈର୍ଯ୍ୟଚ୍ୟୁତ ନ ହୋଇ ଧୈର୍ଯ୍ୟବାନ ହେବା ସହ ସହିଷ୍ଣୁତା ଗୁଣର ଯଥେଷ୍ଟ ଆବଶ୍ୟକତା ରହିବା ଉଚିତ l
କିନ୍ତୁ ଆଜିକାଲିର ବହୁତ ଲୋକ ଧୈର୍ଯ୍ୟ ଓ ସହନଶୀଳତାକୁ ଏକ ଦୁର୍ବଳତା ବୋଲି ଧରିନେଇ ଏହାର ପରିଣାମ ସ୍ବରୂପ ଅପରପକ୍ଷଙ୍କୁ ବିଭିନ୍ନ ଆରୋପ ଦୋଷାରୋପ କରି ନାନାଦି ଅସାମାଜିକ କାର୍ଯ୍ୟ କରିବା ଦ୍ୱାରା ଫଳସ୍ବରୂପ ମାନସିକ ସ୍ତରରେ କୁପ୍ରଭାବ ପଡିଥାଏ l
ଏହାର ପ୍ରତିକାର ତଥା ପ୍ରତିରୋଧ ନିମନ୍ତେ ମନୁଷ୍ୟ ଶାରୀରିକ, ମାନସିକ ସ୍ତରରେ ସନ୍ତୁଳନ ରକ୍ଷାକରି ଧୈର୍ଯ୍ୟ ଓ ସହନଶୀଳତାକୁ ଏକ ବ୍ରତ ଭାବେ ଗ୍ରହଣ କରିବା ଦ୍ୱାରା ଶ୍ରେଷ୍ଠ ସମାଜ ଗଠନ ହେବାସହ ସ୍ବଚ୍ଛ ରାଷ୍ଟ୍ର ଗଠନରେ ଏହା ସହାୟକ ହୋଇପାରିବ l

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି
ମୋ:୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

୧୧ ସେପ୍ଟେମ୍ବର ତୁଳା ସମେତ ୪ ରାଶିଙ୍କ ପାଇଁ ହେବ ସ୍ବତନ୍ତ୍ର: ଘଟିବ ଏଭଳି ଯାହା କେବେ ଭାବିନଥିଲେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬, ଅର୍ଥାତ୍‌ କୁଶାଗ୍ରହଣୀ ଅମାବାସ୍ୟା ଦିନ ଶୁକ୍ର ଗ୍ରହ ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଦେବ ୨୪ ଅକ୍ଟୋବର ପର୍ଯ୍ୟନ୍ତ…

ଆଉ ୩ ଦିନ ପରେ ରାଜଯୋଗ: ୪ ରାଶିଙ୍କର ଫାଇଦା ହିିଁ ଫାଇଦା; ବଢିବ ଆୟ, ଚାକିରିରେ ପ୍ରମୋଶନ!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଓ ଯୁତିର ବିଶେଷ ମହତ୍ତ୍ୱ ରହିଛି। ଆଗାମୀ ଦିନରେ ଗୁରୁ ଓ ମଙ୍ଗଳଙ୍କ ଯୁତି ଯୋଗୁ କର୍କଟ…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri