Posted inଖେଳ

ପୁରୁଷ ୧୦୦ମିଟର ଜିତିଲେ ଇଟାଲୀର ଜାକବ୍ସ

ଟୋକିଓ, ୨ା୮ (ଏପି)-ମାର୍ସେଲ ଜାକବ୍ସ ଅଲିମ୍ପିକ ପୁରୁଷ ୧୦୦ମିଟର ରେସ୍‌ ଜିତିଛନ୍ତି। ସେ ୯.୮ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଇଟାଲୀ ପାଇଁ ସେ ପ୍ରଥମ ଥର ସ୍ପ୍ରିଣ୍ଟ ସ୍ବର୍ଣ୍ଣ ଆଣି ଦେଇଛନ୍ତି। ପୁରୁଷ ୧୦୦ ମିଟର ରେସ୍‌ କିଏ ଜିତିବ ସେ ନେଇ ପୂର୍ବାନୁମାନ କରାଯାଇ ପାରୁ ନ ଥିଲା। ଜାକବ୍ସଙ୍କ ବିଜୟ ଆଶ୍ଚର୍ଯ୍ୟଜନକ ଥିଲା। ସେ ଆମେରିକାର ଫ୍ରେଡ୍‌ କେର୍ଲି ଓ କାନାଡାର ଆଣ୍ଡ୍ରେ ଡିଗ୍ରାସିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ଅବସର ନେଇଥିବା ଉସେନ ବୋଲ୍ଟ ୧୩ ବର୍ଷ ହେଲା ପୁରୁଷ ୧୦୦ ମିଟର ରେସ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଆସିଥିଲେ। ଜାକବ୍ସଙ୍କ ବିଜୟର କିଛି ମିନିଟ ପୂର୍ବରୁ ତାଙ୍କ ଦେଶର ଜିଆନମାର୍କୋ ଟାମ୍ବେରି କାତାର ହାଇଜମ୍ପର ମୁତାଜ ଏସାବାର୍ସିମଙ୍କ ସହ ଟାଇ କରି ହାଇଜମ୍ପରେ ସ୍ବର୍ଣ୍ଣ ଜିତିଥିଲେ। ରବିବାର ଟ୍ରିପଲ ଜମ୍ପରେ ଭେନେଜୁଏଲାର ୟୁଲିମାର ରୋଜାସ ୫୧ ଫୁଟ୍‌ ୫ ଇଞ୍ଚ ଲମ୍ଫ ପ୍ରଦାନ କରି ୨୬ବର୍ଷ ତଳର ବିଶ୍ୱରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଜାକବ୍ସଙ୍କ ବିଜୟ ପରେ ତାଙ୍କ ବିଷୟରେ ଜାଣିବା ଲାଗି ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଟେକ୍ସାସର ଏଲ୍‌ ପାସୋରେ ହେଉଛି ତାଙ୍କର ଜନ୍ମ। ତାଙ୍କ ପିତା ହେଉଛନ୍ତି ଆମେରିକାନ ଏବଂ ମା’ ଇଟାଲିଆନ। ସେ ଛୋଟ ଥିବାବେଳେ ୟୁ.ଏସ. ମିଲିଟାରି ତାଙ୍କ ପିତାଙ୍କୁ ଦକ୍ଷିଣ କୋରିଆକୁ ବଦଳି କରିଦେଇଥିଲା। ସେ ସମୟରେ ସେ ମା’ଙ୍କ ସହିତ ଇଟାଲୀ ପଳାଇ ଆସିଥିଲେ। ଜାକବ୍ସ କିଛିବର୍ଷ ଧରି ଜଣେ ଲଙ୍ଗଜମ୍ପ ସ୍ପେଶାଲିଷ୍ଟ ଥିଲେ। ୟୁରୋପିଆନ ଚାମ୍ପିୟନ୍ସରେ ଇନ୍‌ଡୋର ୬୦ ମିଟରରେ ବିଜୟ ତାଙ୍କର ସବୁଠାରୁ ବଡ଼ ସଫଳତା ଥିଲା। ବର୍ତ୍ତମାନ ସେ ଜଣେ ଅଲିମ୍ପିକ ସ୍ପ୍ରିଣ୍ଟ ଚାମ୍ପିୟନ ଭାବେ ବୋଲ୍ଟଙ୍କ ସହ ସମାନ ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri