Posted inଫୁରସତ

ମନୋଜ ଭୂମିରେ ଏକ ବିରଳ ଘଟଣା

ପ୍ରଣମ୍ୟ ମନୋଜ ଦାସଙ୍କ ସୁଦୀର୍ଘ ୮୭ବର୍ଷର ଜୀବନଯାତ୍ରାରେ ଅସଂଖ୍ୟ ଅକଳ୍ପନୀୟ ଚମକପ୍ରଦ ଘଟଣା ଘଟିଥିଲେ ବି ତାଙ୍କ ପୁଣ୍ୟ ଜନ୍ମଭୂମି ଭୋଗରାଇ ମାଟି ଯାହା ମନୋଜଭୂମି ଭାବରେ ଲୋକେ ସମ୍ବୋଧିତ କରନ୍ତି, ସେହିଠାରେ ଏକ ବିରଳ ଘଟଣା ଘଟିଥିଲା। ସେଇ ଘଟଣା ସମ୍ଭବତଃ ଓଡ଼ିଶାର ଏକମାତ୍ର ଜୀବିତ ଲେଖକ ମନୋଜ ଦାସଙ୍କ ଭାଗ୍ୟରେ ହିଁ ଘଟିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ, ଯାହାର ପ୍ରତ୍ୟକ୍ଷ ସାକ୍ଷୀ ଥିଲା ଏ ଲେଖକ।
ସେଦିନର ସେ ଘଟଣା ମୋ ଭଳି ଉପସ୍ଥିତ ଅନେକ ପ୍ରବୀଣ ଓ ତରୁଣ ଲେଖକଙ୍କ ମନରେ ଭରି ଦେଇଥିଲା ଅସରନ୍ତି ଉତ୍ସାହ ଓ ଉଦ୍ଦୀପନା। ୨୦୧୧ ମସିହା। ସେ ବର୍ଷ ମନୋଜ ବାବୁ ସୁଦୀର୍ଘ ବ୍ୟବଧାନ ପରେ କଲିକତାରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦାନ ପରେ ସିଧା ଜନ୍ମଭୂମି ଭୋଗରାଇର ଶଙ୍ଖାରି ଗ୍ରାମର ପୈତୃକ ବାସଭବନକୁ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ଖବର ଭୋଗରାଇର ବିଧାୟକ ଅନନ୍ତ ଦାସ ଜାଣିପାରି ଭୋଗରାଇବାସୀଙ୍କ ସହ ବିଚାର ଆଲୋଚନା କରି ଆମ ମାଟିର ପୁଅ, ଆମର ଗୌରବ, ଆମ ମାଟିକୁ ଅନେକଦିନ ପରେ ଆସୁଥିବାରୁ ତାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କଲେ।
ପୂଜ୍ୟ ମନୋଜ ଦାସ ସେଦିନ ଦୀଘା ରେଳଷ୍ଟେଶନ୍‌ରେ ପହଞ୍ଚତ୍ବା ପରେ ପାଞ୍ଚଶହରୁ ଊର୍ଦ୍ଧ୍ୱ ମୋଟରସାଇକେଲ୍‌ ଯୋଗେ ‘ଭୋଗରାଇ ମାଟିର ପୁଅ ମନୋଜ ଦାସ ସ୍ବାଗତମ୍‌’ ସ୍ଲୋଗାନ୍‌ ଦେଇ ସହସ୍ରାଧିକ ଲୋକ ପାଛୋଟି ଆଣିଥିଲେ ତାଳସାରି ପାନ୍ଥନିବାସ ପର୍ଯ୍ୟନ୍ତ। ସାଧାରଣରେ ଜଣେ କ୍ଷମତାସୀନ ରାଜନେତାଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ମାତ୍ର ତାହାଠୁ ଅଧିକ ଆକର୍ଷଣୀୟ ଥିଲା ସେ ଶୋଭାଯାତ୍ରା। ସେଦିନ ରାତିରେ କଥାକାର ଦାଦ ପାନ୍ଥନିବାସରେ ରାତ୍ରିଯାପନ କରି ତାଳସାରି ବେଳାଭୂମିର ଅନନ୍ୟ ଶୋଭାରାଜିକୁ ଦର୍ଶନକରି ବିମୁଗ୍ଧ ହୋଇଥିଲେ। ତହିଁ ପରଦିନ ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣ ମୁକ୍ତମଞ୍ଚରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ବିଧାୟକ ଅନନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ତାଙ୍କୁ ଭୋଗରାଇବାସୀଙ୍କ ପକ୍ଷରୁ ପ୍ରଶସ୍ତିପତ୍ର କବି ବ୍ରଜନାଥ ରଥଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ସେହି ସମ୍ବର୍ଦ୍ଧନାର ଉତ୍ତରରେ ଭୋଗରାଇବାସୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ”ଜଣେ ଲେଖକଙ୍କୁ ତାଙ୍କ ଜନ୍ମଭୂମିରେ ସାଧାରଣ ଜନତାଙ୍କ ପକ୍ଷରୁ ଏଭଳି ସମ୍ବର୍ଦ୍ଧନା ଜ୍ଞାପନ ମୋ ଜୀବନ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିଗଲା। ଆପଣମାନଙ୍କର ଏଭଳି ଅକୃତ୍ରିମ ଶ୍ରଦ୍ଧାର ଉତ୍ତର ଦେବାକୁ ମୋ ପାଖରେ ଭାଷା ନିଅଣ୍ଟ। ଯେକୌଣସି ଆମତ୍ିକଶ୍ରଦ୍ଧାର ଉତ୍ତରକୁ କେବଳ ନମ୍ରତାର ସହିତ ଗ୍ରହଣ କରିବା ଛଡ଼ା ଅନ୍ୟକିଛି ଉପାୟ ନ ଥାଏ। ମୁଁ ଚିରକାଳ ମୋ ଭୂମିର, ଭୋଗରାଇବାସୀଙ୍କ ପାଖରେ ନତମସ୍ତକ ହୋଇ ଏହାକୁ ସାଦରେ ଗ୍ରହଣ କରି ଜୀବନକୁ ଧନ୍ୟ ମଣୁଛି।“ ଏହି ଉତ୍ତର ଶୁଣିବା କ୍ଷଣି ହଜାର ହଜାର ଲୋକେ କରତାଳିରେ ପ୍ରକମ୍ପିତ କରାଇଥିଲେ ସମଗ୍ର ସଭାସ୍ଥଳ। ଆଉ ମୁଁ ସେହି ସଭାମଞ୍ଚର ପୁରୋଭାଗରେ ଉପସ୍ଥିତ ଥାଇ ଆମତ୍ହରା ହୋଇ ନ ଥିଲି, ବରଂ କେତେବେଳେ ମୋ ଅଜାଣତରେ ଚକ୍ଷୁରୁ ଅଶ୍ରୁ ନିର୍ଗତ ହୋଇଯାଇଥିଲା। ଆଉ ମନେମନେ ନିଜକୁ ବି ଧନ୍ୟ ମଣୁଥିଲି ଯେ ମୋ ଜନ୍ମଭୂମି ଭୋଗରାଇମାଟିର ଏଭଳି ରତ୍ନଙ୍କର କିଛି ସ୍ନେହ ସାନ୍ନିଧ୍ୟ ଲାଭ କରିପାରିଛି ବୋଲି।
ବାସ୍ତବରେ ଜଣେ ଲେଖକଙ୍କ ପକ୍ଷରେ ଜନ୍ମଭୂମିରେ ଏମିତି ଏକ ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା ଗ୍ରହଣ କେବଳ ମନୋଜ ବାବୁଙ୍କ ଭଳି ଯଶସ୍ବୀ ପ୍ରତିଭାଙ୍କ କ୍ଷେତ୍ରରେ ସମ୍ଭବ ହୋଇଥିଲା।

କାଳୀପଦ ପଣ୍ଡା
ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ
ସୁନାରୂଇ, ବାଲିଆପାଳ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri