ଜିନ୍‌ ବିବର୍ତ୍ତିତ ଖାଦ୍ୟ କାହା ସ୍ବାର୍ଥରେ

ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ ଏକ ଗୁରୁତ୍ୱପୂଣର୍ର୍ ଆବଶ୍ୟକତା। ଖାଦ୍ୟ ମଣିଷ ପାଇଁ ସବୁବେଳେ ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ହୋଇ ରହିଆସିଛି। ଖାଦ୍ୟ ସହିତ ବ୍ୟକ୍ତିଗତ ପସନ୍ଦ ବା ରୁଚି ଓ ସାଂସ୍କୃତିକ ପ୍ରଶ୍ନ ଯୋଡ଼ି ହୋଇଥାଏ। ଆମ ସ୍ବାସ୍ଥ୍ୟ ଓ ପୁଷ୍ଟି ମଧ୍ୟ ଏକାନ୍ତ ଭାବେ ଖାଦ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ବଡ଼ ବଡ଼ ବେପାରୀମାନଙ୍କ ଆଖିକୁ ଆମ ଖାଦ୍ୟ ସବୁବେଳେ ଏକ ବଡ଼ ବଜାର ଭାବେ ଦେଖାଯାଉଛି। ତେଣୁ ସେମାନେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ଖାଦ୍ୟକୁ ସାଧାରଣ ମଣିଷର ନିୟନ୍ତ୍ରଣରୁ ବାହାର କରିନେବାକୁ ଚାହଁୁଛନ୍ତି। କାରଣ ଏହା ପଛରେ ଖାଦ୍ୟକୁ ନେଇ ଥିବା ବିଶାଳ ବଜାରକୁ କବ୍‌ଜା କରିବା ସେମାନଙ୍କ ଉଦ୍ଦେଶ୍ୟ। ଜିନ୍‌ ବିବର୍ତ୍ତିତ ଖାଦ୍ୟ (ଜିିଏମ୍‌ଫୁଡ୍‌) ଏଥିପାଇଁ ଏକ ବଡ଼ ସୁଯୋଗ ବୋଲି ସେହି କଂପାନୀମାନେ ମନେକରନ୍ତି। ତେଣୁ ସେମାନେ ଯେନତେନ ପ୍ରକାରେ ଜିନ୍‌ ବିବର୍ତ୍ତିତ ଖାଦ୍ୟକୁ ପ୍ରଚଳନ କରିବା ପାଇଁ ଚାହଁୁଛନ୍ତି। ଆମ ଦେଶରେ ପୂର୍ବରୁ ଜିନ୍‌ ବିବର୍ତ୍ତିତ ଖାଦ୍ୟକୁ ପ୍ରଚଣ୍ଡ ବିରୋଧ କରାଯାଇଆସୁଛି। ଫଳରେ କଂପାନୀଗୁଡ଼ିକ ତାଙ୍କ ମସୁଧାରେ ଏଯାଏ ସଫଳ ହୋଇପାରିନାହାନ୍ତି, କିନ୍ତୁ ପ୍ରୟାସ ଜାରି ରଖିଛନ୍ତି।
ନିକଟ ଅତୀତରେ ନଭେମ୍ବର ୧୫, ୨୦୨୧ରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ, ଭାରତ (ଏଫ୍‌ଏସ୍‌ଏସ୍‌ଏଆଇ) ଏକ ଅଧିସୂଚନା ମାଧ୍ୟମରେ ଜିନ୍‌ ବିବର୍ତ୍ତିତ ଖାଦ୍ୟକୁ ନେଇ ‘ପ୍ରସ୍ତାବିତ ନିୟନ୍ତ୍ରଣ ବ୍ୟବସ୍ଥା ଚିଠା’ ପ୍ରକାଶ କରିଛନ୍ତି। ଏହି ଅଧିସୂଚନା ଅନୁସାରେ, ପୂର୍ବ ଅନୁମତି ବିନା କେହି ଜିନ୍‌ ବିବର୍ତ୍ତିତ ଦ୍ରବ୍ୟ ବ୍ୟବହାର କରି କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କିମ୍ବା ବିକ୍ରି କରିପାରିବେ ନାହଁି। କେତେକେ ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରୁଥିବା ପରୀକ୍ଷାଗାରରେ ହଁି ଜିନ୍‌ ବିବର୍ତ୍ତିତ ଖାଦ୍ୟ ଯାଞ୍ଚ କରାଯାଇପାରିବ। ଶିଶୁ ଖାଦ୍ୟରେ ଜିନ୍‌ ବିବର୍ତ୍ତିତ ଦ୍ରବ୍ୟ ବ୍ୟବହାର କରାଯିବ ନାହଁି। କୌଣସି ଖାଦ୍ୟରେ ୧% ବା ଅଧିକ ଭାଗ ଜିନ୍‌ ବିବର୍ତ୍ତିତ ଦ୍ରବ୍ୟ ରହିଲେ ପକେଟ୍‌ ଉପରେ ତାହା ଲିଖିତ ରହିବ। ପୂର୍ବରୁ ଆମ ଦେଶରେ ଜିନ୍‌ ବିବର୍ତ୍ତିତ ଖାଦ୍ୟର ନିୟନ୍ତ୍ରଣ ଦାୟିତ୍ୱ କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ ଅଧୀନସ୍ଥ ଜିନ୍‌ ବିବର୍ତ୍ତିତ ମୂଲ୍ୟାୟନ କମିଟି ପାଖରେ ନ୍ୟସ୍ତ ଥିଲା। କିନ୍ତୁ ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ-୨୦୦୬ ପ୍ରଚଳନ ପରେ ଏହି ଦାୟିତ୍ୱ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ, ଭାରତ ହାତକୁ ଦିଆଯାଇଛି। ପ୍ରକୃତରେ ଏଫ୍‌ଏସ୍‌ଏସ୍‌ଏ୍‌ଆଇ୍‌କୁ ଜିନ୍‌ ବିବର୍ତ୍ତିତ ଖାଦ୍ୟର ଆବେଦନ ପତ୍ରକୁ ଅନୁମୋଦନର କ୍ଷମତା ଦେବା ଉଚିତ ନୁହେଁ। କାରଣ ଏଫ୍‌ଏସ୍‌ଏସ୍‌ଏଆଇ ପାଖରେ ସେଭଳି ଦକ୍ଷତା ହଁି ନାହଁି। ଏହାର ଅନୁମୋଦନ କ୍ଷମତା ଜୈବ ନିରାପତ୍ତା ବିଶେଷଜ୍ଞଙ୍କର ଏକ ସ୍ବାଧୀନ କମିଟିକୁ ଦିଆଯିବା କଥା। ଏହାଛଡ଼ା ଅତୀତରେ ଏଫ୍‌ଏସ୍‌ଏସ୍‌ଏଆଇ ଜିନ୍‌ ବିବର୍ତ୍ତିତ ଖାଦ୍ୟର ନିୟନ୍ତ୍ରଣକୁ ନେଇ ନିୟମ ଆଣିବା ପରିବର୍ତ୍ତେ ଜୈବିକ ଖାଦ୍ୟ କ୍ଷେତ୍ରରେ ନିୟମ ଆଣିବାକୁ ଅଧିକ ଆଗ୍ରହୀ। ଯେତେବେଳେ କି ଜୈବିକ ଖାଦ୍ୟ ଅପେକ୍ଷା ଜିନ୍‌ ବିବର୍ତ୍ତିତ ଖାଦ୍ୟ କ୍ଷେତ୍ରରେ ନିରାପତ୍ତାର ସଙ୍କଟ ଅଧିକ ଥାଏ। ଏହି ଚିଠା ପ୍ରସ୍ତାବରେ ମଣିଷର ସ୍ବାସ୍ଥ୍ୟ ଓ ପରିବେଶ ଉପରେ ଜିନ୍‌ ବିବର୍ତ୍ତିତ ଖାଦ୍ୟର ପ୍ରଭାବ ଓ ନିରାପତ୍ତାକୁ ଆଦୌ ଧ୍ୟାନ ଦିଆଯାଇନାହଁି।
୧୯୯୦ରେ ଯେବେଠାରୁ ପ୍ରଥମେ ଜିନ୍‌ ବିବର୍ତ୍ତିତ ବିହନ ବଜାରକୁ ଆସିଲା, ସେବେଠାରୁ ଏହା ଉପରେ ସ୍ବାଧୀନ ବୈଜ୍ଞାନିକମାନଙ୍କ ଦ୍ୱାରା ଗବେଷଣା କରାଯାଇ ନାହଁି। ଜିନ୍‌ ବିବର୍ତ୍ତିତ ବିହନ ଉପତ୍ାଦନର ମାନବ ସ୍ବାସ୍ଥ୍ୟ ଉପରେ ଅତ୍ୟନ୍ତ କୁପ୍ରଭାବ ପଡ଼ିବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶଙ୍କା ପ୍ରକାଶ କରୁଛନ୍ତି। ୟୁରୋପିଆନ୍‌ ୟୁନିଅନ୍‌ର ଏକ ସଂସ୍ଥା ‘ଫୁଡ୍‌ ୱାଚ୍‌ ଡଗ୍‌’ର ଅଧ୍ୟୟନ ଅନୁସାରେ ଆମେରିକାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଅନୁମୋଦନ ପାଇଥିବା ମକା, ସୋୟାବିନ୍‌ ସମେତ ୮୬ଟି ଜିନ୍‌ ବିବର୍ତ୍ତିତ ଫସଲ ମଧ୍ୟରୁ ୫୪ଟିରେ ଜିନ୍‌-ଭିଆଇ ନାମକ ଏକ ପ୍ରକାର ଭାଇରାଲ୍‌ ଜିନ୍‌ର ସନ୍ଧାନ ମିଳିଥିଲା। ଏହି ଗବେଷକମାନଙ୍କ ମତରେ ଜିନ୍‌ ଭିଆଇର ଉପସ୍ଥିତି ମାନବ ଶରୀରରେ ଏକ ଅସ୍ବାଭାବିକ ପରିବର୍ତ୍ତନ ଆଣିଥାଏ। ଏହି ଫସଲକୁ ଖାଇବା ଦ୍ୱାରା ମାନବ ଶରୀରରେ ଏକ ପ୍ରକାର ପ୍ରୋଟିନ୍‌ ତିଆରି ହୋଇଥାଏ, ଯାହା ବିଷଯୁକ୍ତ। ଏହି ଫସଲ କେତେକ ପ୍ରକାର ନିର୍ଦ୍ଦିଷ୍ଟ ପୋକଙ୍କୁ ଅଧିକ ଆକର୍ଷିତ କରୁଥିବାର ପ୍ରମାଣ ମଧ୍ୟ ମିଳିଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ପିଟର ରିଲେଙ୍କ ମତରେ, ଜିନ୍‌ ବିବର୍ତ୍ତନର ପ୍ରଭାବକୁ ନେଇ ଏପର୍ଯ୍ୟନ୍ତ କେହି ସନ୍ଦେହମୁକ୍ତ ନୁହନ୍ତି। ତେଣୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧ କରାଯିବା ଉଚିତ। ବୈଜ୍ଞାନିକମାନଙ୍କ ତଥ୍ୟ ଅନୁସାରେ ଏହି ବିହନର ରାସାୟନିକ ବିଷ ଗଛ ମାଧ୍ୟମରେ ଫଳକୁ ଯାଉଛି ଓ ଏହାକୁ ଖାଇ ମଣିଷ ରୋଗଗ୍ରସ୍ତ ହେବାର ଦେଖାଯାଉଛି। ଏହି ରାସାୟନିକ ଗୁଡ଼ିକର ପ୍ରଭାବ ପଶୁମାନଙ୍କଠାରେ ପରୀକ୍ଷା କରି ଏହାର କୁପ୍ରଭାବ ପ୍ରମାଣିତ ହୋଇଛି। ଆନ୍ଧ୍ରପ୍ରଦେଶରେ ବିଷଯୁକ୍ତ ବିଟି କପାଗଛକୁ ଖାଇ ଗୃହପାଳିତ ପଶୁ ମରିଯିବାର ଅନେକ ଦୃଷ୍ଟାନ୍ତ ଅଛି। ତେଣୁ ପ୍ରାଣୀ ଚିକିତ୍ସକମାନେ ବିଟିକପା କ୍ଷେତକୁ ପଶୁ ଜନ୍ତୁମାନଙ୍କୁ ନ ଛାଡ଼ିବାକୁ ପରାମର୍ଶ ଦେଉଛନ୍ତି। ବିଭିନ୍ନ ଗବେଷଣାତ୍ମକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ଜିନ୍‌ ବିବର୍ତ୍ତିତ ଖାଦ୍ୟ ଯୋଗୁ ଅନେକ ପ୍ରକାର ରୋଗ ଦେଖାଦେଉଛି। ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ମଣିଷର ବୃଦ୍ଧି ଓ ବିକାଶ ବାଧାପ୍ରାପ୍ତ ହେଉଛି ଓ ଏହା ପ୍ରଜନନ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି। ଏହା ଯୋଗୁ ଶରୀରର ଭିନ୍ନ ଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗରେ ଥିବା କୋଷରେ ବ୍ୟତିକ୍ରମ ଦେଖାଯାଉଛି। ଜିନ୍‌ ବିବର୍ତ୍ତିତ ଖାଦ୍ୟ ଯୋଗୁ ଶରୀରରେ ଆଣ୍ଟି ବାୟୋଟିକ ପ୍ରତିରୋଧକ ତିଆରି ହେଉଥିବାର ମଧ୍ୟ ଆଶଙ୍କା କରାଯାଉଛି। ମଣିଷର ସ୍ବାସ୍ଥ୍ୟ ସହିତ ଜିନ୍‌ ବିବର୍ତ୍ତନର ପରିବେଶ ଉପରେ ମଧ୍ୟ ବହୁତ କୁପ୍ରଭାବ ପଡ଼ିଥାଏ। ଭାରତ ଭଳି ଜୈବ ବିବିଧତାର ପ୍ରାଚୁର୍ଯ୍ୟ ଦେଶରେ ଜିନ୍‌ ବିବର୍ତ୍ତନ ଏକ ଅଭିଶାପ ପରି ଉଭାହେବ। ଏହା ପ୍ରକୃତି ସହିତ ଏକ ଭୟଙ୍କର ଖେଳ କହିଲେ ଅତ୍ୟୁକ୍ତି ହେବ ନାହଁି। ଆମ ଦେଶରେ ପୂର୍ବରୁ ଜିନ୍‌ ବିବର୍ତ୍ତିତ କପା ବିହନ ବା ବିଟିକପାକୁ ଅନୁମତି ମିଳିଛି। ଏହି ଜିନ୍‌ ବିବର୍ତ୍ତିତ ବିହନ ଯୋଗୁ ଫସଲର ବନ୍ଧୁ ପୋକ ଏବଂ ଅଣୁଜୀବମାନେ ମରିଯାଉଛନ୍ତି। ଯେଉଁ ପୋକକୁ ମାରିବାକୁ ଏହି ଜିନ୍‌ ବିବର୍ତ୍ତିତ ବିହନ ତିଆରି ହୋଇଥିଲା, ଅନେକ କ୍ଷେତ୍ରରେ ସେହି ପୋକମାନେ ମଧ୍ୟ ଦମନ ହେଉନାହାନ୍ତି। ଧୀରେ ଧୀରେ ସେହି ପୋକମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ସେମାନେ ଜିନ୍‌ ବିବର୍ତ୍ତିତ ବିହନର ଗଛକୁ ମଧ୍ୟ ଆକ୍ରାନ୍ତ କରୁଛନ୍ତି। ଫଳରେ ଚାଷୀର କୀଟନାଶକ ବ୍ୟବହାର କମିବା ପରିବର୍ତ୍ତେ ବୃଦ୍ଧି ପାଉଛି। ବିଟିକପା କ୍ଷେତ୍ରରେ ଏହା ପ୍ରମାଣିତ ହେଲାଣି। ଯେଉଁ ଉପତ୍ାଦନ ବୃଦ୍ଧିର ପ୍ରତିଶ୍ରୁତି ଦେଇ ବିଟି ବିହନ ଆରମ୍ଭ କରାଯାଇଥିଲା ତାହା ମଧ୍ୟ ସଫଳ ହେଉନାହଁି। ମହାରାଷ୍ଟ୍ର ସରକାର ଆନୁଷ୍ଠାନିକ ଭାବେ ସ୍ବୀକାର କରିଛନ୍ତି ଯେ, ବିଟିକପାର ଉପତ୍ାଦନ ୪୦% କମିଛି। ଥରେ ଜିନ୍‌ ବିବର୍ତ୍ତିତ ଖାଦ୍ୟକୁ ଅନୁମୋଦନ ମିଳିଗଲେ ଆମ ଦେଶରେ ଥିବା ଖାଦ୍ୟ ବିବିଧତା ବହୁଳ ଭାବେ ଲୋପ ପାଇଯିବ। ଆମକୁ ଆଉ ଉତ୍ତମ ଗୁଣମାନର ପୁଷ୍ଟିକର ଖାଦ୍ୟ ମିଳିବ ନାହଁି। ସାଧାରଣ ଲୋକମାନେ ଖାଦ୍ୟ ଉପରେ ନିୟନ୍ତ୍ରଣ, ନିଜର ରୁଚିସମ୍ମତ ଓ ଗୁଣବତ୍ତାଯୁକ୍ତ ଖାଦ୍ୟ ପାଇବାର ସ୍ବାଧୀନତା ହରେଇବେ। ସର୍ବୋପରି ଖାଦ୍ୟ ଦ୍ରବ୍ୟ କ୍ଷେତ୍ରରେ ଜିନ୍‌ ବିବର୍ତ୍ତନକୁ ଅନୁମତି ମିଳିଲେ ଆମ ଦେଶର ଚାଷୀମାନଙ୍କର ବିହନ ସ୍ବାଧୀନତା ଲୋପ ପାଇଯିବ। ସେହି ବିହନରୁ ଆଉ ବିହନ ରଖିହେବ ନାହଁି। ଚାଷୀମାନଙ୍କୁ ବିହନ ପାଇଁ ସବୁବେଳେ କଂପାନୀ ଉପରେ ନିର୍ଭର କରିବାକୁ ପଡ଼ିବ। ଏହା ଚାଷ କ୍ଷେତ୍ରରେ ଚାଷୀମାନଙ୍କର ସ୍ବାଧୀନତାକୁ ବିପନ୍ନ କରିବ ଓ ଚାଷୀକୁ ଅଧିକରୁ ଅଧିକ କ୍ଷତି ପହଞ୍ଚେଇବ। ଚାଷୀ ହାତରୁ ବିହନ ସ୍ବାଧୀନତା ଖସି ଆସି କଂପାନୀ ହାତରେ ରହିଯିବ ଓ କଂପାନୀ ସେହି ବିହନକୁ ପେଟେଂଟ ବା ଏକାଧିକାର କରି ବିହନର ଦାମ୍‌କୁ ଆକାଶଛୁଆଁ କରିଦେବ, ଯାହା ଫଳରେ ଚାଷୀମାନେ ଆଉ ଚାଷ କରିପାରିବେ ନାହଁି। ଫଳରେ ଭୀଷଣ ଖାଦ୍ୟାଭାବ ଦେଖା ଦେଇ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବ। ସମଗ୍ର ମାନବ ଜାତିର ଖାଦ୍ୟ ସୁରକ୍ଷା ଲାଭଖୋର୍‌ କଂପାନୀମାନଙ୍କ କବଳକୁ ଚାଲିଯିବ। ଏହା ଦ୍ୱାରା ଚାଷୀ ସମେତ ସମସ୍ତ ଖାଉଟି ଭୀଷଣ ଭାବେ ପ୍ରଭାବିତ ହେବେ। କୋଟି କୋଟି ଲୋକ ଭୋକିଲା ରହିବାକୁ ବାଧ୍ୟ ହେବେ। ଖାଦ୍ୟ ଶସ୍ୟ ଆଦି କ୍ଷେତ୍ରରେ ଥରେ ଜିନ୍‌ ବିବର୍ତ୍ତନର ପ୍ରଚଳନ ହୋଇଗଲେ, ଏହାକୁ ଆଉ ଫେରାଇ ନେଇ ହେବ ନାହଁି। ପାରମ୍ପରିକ ବିହନ ଆଉ କେଉଁଠି ବି ନଥିବ। କଂପାନୀମାନଙ୍କ ପାଖରୁ ସବୁବେଳେ ଜିନ୍‌ ବିବର୍ତ୍ତିତ ବିହନ କିଣିବାକୁ ହେବ। ଅର୍ଥାତ୍‌ ସମଗ୍ର ବିଶ୍ୱର ମାନବ ସମାଜ ଖାଦ୍ୟ ପାଇଁ କଂପାନୀମାନଙ୍କ ହାତକୁ ଚାହଁି ରହିଥିବେ। ଏହା ନିଃସନ୍ଦେହ ଯେ, ଖାଦ୍ୟ ଅଭାବଜନିତ ତାହା ଏକ ଭୟଙ୍କର ଦୁର୍ବିପାକର ସମୟ ହେବ। ତେଣୁ କୌଣସି ପରିସ୍ଥିତିରେ ବି ଜିିନ୍‌ ବିବର୍ତ୍ତନକୁ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ। ଅପପୁଷ୍ଟିର ଶିକାର ଲୋକମାନଙ୍କ କ୍ଷେତ୍ରରେ ଜିନ୍‌ ବିବର୍ତ୍ତିତ ବିଷାକ୍ତ ଖାଦ୍ୟର କୁପ୍ରଭାବ ଅଧିକ ପଡ଼ିବ। ସେମାନଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟି ଆହୁରି ଅଧିକ ବିପନ୍ନ ହେବ।
ପ୍ରବଳ ଜନବିରୋଧ ଯୋଗୁ ପୂର୍ବରୁ ଆମ ଦେଶରେ ଜିନ୍‌ ବିବର୍ତ୍ତିତ ବାଇଗଣ ଓ ସୋରିଷକୁ ଅନୁମତି ମିଳିନାହଁି। ଓଡ଼ିଶା ସମେତ ଏକାଧିକ ରାଜ୍ୟ ସରକାର ଜିନ୍‌ ବିବର୍ତ୍ତିତ ବିହନକୁ ଅନୁମତି ଦେଇନାହାନ୍ତି। ଏବେ ପୁଣିଥରେ ଏଫ୍‌ଏସ୍‌ଏସ୍‌ଏଆଇ ଜିନ୍‌ ବିବର୍ତ୍ତିତ ଖାଦ୍ୟକୁ ଦେଶରେ ପ୍ରଚଳନ କରାଇବାର ମସୁଧା କରି ଏହି ଚିଠା ପ୍ରସ୍ତାବ ଆଣିଛନ୍ତି। ଏହାକୁ ସଂପ୍ରତି ଦେଶସ୍ତରରେ ବିଭିନ୍ନ ନାଗରିକ ସଂଗଠନ, ସାମାଜିକ କାର୍ଯ୍ୟକର୍ତ୍ତା ଓ ମାନବବାଦୀ ବୈଜ୍ଞାନିକ ଆଦିଙ୍କ ଦ୍ୱାରା ପ୍ରବଳ ବିରୋଧ କରାଯାଉଛି। ଏଫ୍‌ଏସ୍‌ଏସ୍‌ଏଆଇ ପାଖକୁ ନାଗରିକମାନଙ୍କ ଦ୍ୱାରା ପିଟିଶନ୍‌ ପଠାଯାଉଛି। ଏହା ଆମ ଦେଶର କୋଟି କୋଟି ଜନସାଧାରଣଙ୍କ ଖାଦ୍ୟ, ସ୍ବାସ୍ଥ୍ୟ ଓ ପରିବେଶର ପ୍ରଶ୍ନ। ଏହାକୁ ସହଜରେ ଛାଡ଼ିଦେବା ଉଚିତ ନୁହେଁ।

ବିଚିତ୍ର ବିଶ୍ୱାଳ

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଅଭାବ ଯୋଗୁ ଇଞ୍ଜିନିୟର ଗଣେଶ ଡୁଧନଲେ ୭ଟି ଚା’ଦୋକାନ କରି ମାସକୁ ପାଖାପାଖି ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହାରାଷ୍ଟ୍ର ଲାଟୁରରେ ଗଣେଶଙ୍କ...

ସ୍ବ-ଅଧ୍ୟୟନ: ଏକ ଆଲୋଚନା

ସଂଯୁକ୍ତା ଦାଶ ବର୍ତ୍ତମାନ କୋଭିଡ୍‌ ୧୯ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି ଓ ବିକଳ୍ପ ବ୍ୟବସ୍ଥା...

ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର...

ଅବିଶ୍ୱସନୀୟ ଅମଲାତନ୍ତ୍ରୀ

ସବୁ ଗଣତାନ୍ତ୍ରିକ ଦେଶରେ ସରକାରୀ ବ୍ୟବସ୍ଥା ଚାଲିବା ପାଇଁ କେତେକ ମୂଳଦୁଆ ପଡ଼ିଥାଏ। ସର୍ବୋଚ୍ଚରେ ପାର୍ଲାମେଣ୍ଟ ଅର୍ଥାତ୍‌ ବିଧାନପାଳିକା ଥିବାବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା ବା ଅମଲାତନ୍ତ୍ର...

ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ...

ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି...

ଏଇ ଭାରତରେ

ଯେଉଁ ବୟସରେ ଖେଳି ବୁଲିବା କଥା ସେହି ସମୟରେ ପରିବେଶ ଚିନ୍ତା କରୁଛନ୍ତି ତାମିଲନାଡୁର ପ୍ରସିଦ୍ଧି ସିଂ। ତାଙ୍କ ବୟସ ଏବେ ୭। ଏଇ କୁନି...

ଅନାଥ ଶିଶୁଙ୍କ ଭବିଷ୍ୟତ

ଅଭିମନ୍ୟୁ ଧଳ କୋଭିଡ୍‌ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା...

Advertisement
Archives

Model This Week