ସାବଧାନ, ପ୍ଲାଷ୍ଟିକ-ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହିଥାଏ ଓମିକ୍ରନ୍‌…

ନୂଆଦିଲ୍ଲୀ/ଟୋକିଓ, ୩୧।୧ : ଓମିକ୍ରନ ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ରଚିିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ନୂତନ କରୋନାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଓମିକ୍ରନ କେବଳ ଜିନୋମ ସିକ୍ୱେନ୍ସିଙ୍ଗ ଦ୍ୱାରା ଚିହ୍ନଟ ହୋଇପାରିଥାଏ। ଅପରପକ୍ଷରେ ଭାରତରେ ଆବଶ୍ୟକତା ଅନୁଯାୟୀ ଜିନୋମ ସିକ୍ୱେନ୍ସିଙ୍ଗ କରାଯାଉ ନାହିଁ, ତେଣୁ ଓମିକ୍ରନ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଅଧିକ ହେବାର ଆଶଙ୍କା ରହିଛି।

ବିଶେଷଜ୍ଞ ଓମିକ୍ରନ୍‌କୁ ଡେଲ୍‌ଟା ଭାରିଆଣ୍ଟ୍‌ ତୁଳନାରେ କମ ବିପଜ୍ଜନକ ବୋଲି କହୁଥିଲେ ମଧ୍ୟ ଏହାର ସଂକ୍ରମଣ ପ୍ରକୃତି ଉପରେ ଅଧିକ ସୂଚନା ସଂଗ୍ରହ ପାଇଁ ନିରନ୍ତର ଗବେଷଣା ଚାଲିଛି। ଜାପାନର ଗବେଷକଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ କରୋନା ଭାଇରସର ପୁରୁଣା ଭାରିଆଣ୍ଟ୍‌ ଅପେକ୍ଷା ପ୍ଲାଷ୍ଟିକ ପୃଷ୍ଠରେ ଏବଂ ମଣିଷ ତ୍ୱଚାରେ ଅଧିକ ସମୟ ସକ୍ରିୟ ରହି ପାରିବ।

ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ମଣିଷ ତ୍ୱଚାରେ ୨୧ ଘଣ୍ଟା ବଞ୍ଚିପାରେ ଏବଂ ପ୍ଲାଷ୍ଟିକ ପୃଷ୍ଠରେ ଆଠ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ। ଜାପାନର ବୈଜ୍ଞାନିକମାନେ କରୋନା ଭାଇରସ ର ସମସ୍ତ ପ୍ରକାରର ପରିବେଶ ସ୍ଥିରତା ଯାଞ୍ଚ୍‌ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଉହାନ ଭାରିଆଣ୍ଟ୍‌ ତୁଳନାରେ ଆଲ୍‌ଫା, ବିଟା, ଡେଲ୍‌ଟା ଏବଂ ଓମିକ୍ରନ୍‌ ମଣିଷ ତ୍ୱଚା ଏବଂ ପ୍ଲାଷ୍ଟିକରେ ଦୁଇଗୁଣରୁ ଅଧିକ ସମୟ ବଞ୍ଚିପାରିବ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପ୍ରକାରର ପରିବେଶ ସ୍ଥିରତା ଅତ୍ୟନ୍ତ ଚିନ୍ତାଜନକ। କାରଣ ଯୋଗାଯୋଗ ମାଧ୍ୟମରେ ଓମିକ୍ରନ୍‌ର ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି।

ଗବେଷକମାନେ କହିଛନ୍ତି ଯେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଓମିକ୍ରନ ଦୀର୍ଘ ସମୟ ଧରି ପରିବେଶରେ ସକ୍ରିୟ ରହିପାରୁଥିବା କାରଣରୁ ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଫଳରେ ଓମିକ୍ରନ୍‌ ଭାରିଆଣ୍ଟ ଶୀଘ୍ର ଡେଲ୍‌ଟା ଭଳି ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଥିବା ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri