ହଟ୍ଟଗୋଳରେ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ): ଥମୁନି ମମିତା ମେହର ହତ୍ୟାକାଣ୍ଡ ତାତି କି ସ୍ବାଭାବିକ ହୋଇପାରୁନି ବିଧାନସଭା। ଦୀର୍ଘ ୭ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଗୁରୁବାର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗିଲୋଟିନ ମାଧ୍ୟମରେ ପାରିତ ହୋଇଛି ୩୯ ବିଭାଗର ଖର୍ଚ୍ଚ ଦାବି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ଏହି ସମୟରେ ଭାଜପା ସଦସ୍ୟମାନେ ଘଣ୍ଟ ବାଡ଼େଇବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟମାନେ ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀଙ୍କ ଆଗରେ ଘଣ୍ଟପିଟି ତୀବ୍ର ପ୍ରତିବାଦ କରିଥିଲେ।
ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ବର୍ଷ ପାଇଁ ବିଭାଗର ମୋଟ ବ୍ୟୟ ଅଟକଳ ୨୦ ହଜାର ୨ଶହ ୯୩ କୋଟି ୯୪ ଲକ୍ଷ ଟଙ୍କା ରହିଛି। ୩ ହଜାର ୬ଶହ ୨୩ କୋଟି ୬୩ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତାବ ରଖଶଯାଇଛି। ସେଥିରୁ ୩ ହଜାର ୫ଶହ ୭୬ କୋଟି ଟଙ୍କା ଯୋଜନା ସମ୍ବନ୍ଧୀୟ ଏବଂ ୪୭ କୋଟି ୬୩ ଲକ୍ଷ ପ୍ରଶାସନିକ ବ୍ୟୟ ବରାଦ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କାଘର ଯୋଜନା ପାଇଁ ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଅଦ୍ୟାବଧି ୧୨ଶହ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୋଟ୍‌ ୯୮ହଜାର ୬୧୭ଟି ବାସଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୨ ଲକ୍ଷ ୧୩ ହଜାର ଅସମ୍ପୂର୍ଣ୍ଣ ବାସଗୃହ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ଏଥିପାଇଁ ୨ହଜାର ୫ଶହ ୬୪ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୧-୨୨ ଆର୍ଥିକ ବର୍ଷରେ ସମୁଦାୟ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇ ଅଦ୍ୟାବଧି ୧୨ ଶହ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି। ସେଥିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ୩୨ ଲକ୍ଷ ୬ ହଜାର ହିତାଧିକାରୀଙ୍କ ଲାଗି ୩ ଶହ ୬୦ କୋଟି ଟଙ୍କା ସ୍ବତନ୍ତ୍ର କୋଭିଡ୍‌-୧୯ ସହାୟତା ଖର୍ଚ୍ଚ କରାଯାଇଛି। ଦାଦନପ୍ରବଣ ଅଞ୍ଚଳରେ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମାନବଦିବସ ପ୍ରତି ଅତିରିକ୍ତ ୯୩ ଟଙ୍କା ପ୍ରଦାନ କରାଯାଇଛି। ଅତିରିକ୍ତ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୧୫ କୋଟି ୫୭ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇ ୩୧ ଲକ୍ଷ ୩୧ ହଜାର ପରିବାରଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ୨ ଲକ୍ଷ ୬୪ ହଜାର ୨୯୯ ପରିବାରଙ୍କୁ ୧୦୦ ଦିନର କାମ ମିଳିଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୨ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ଅଦ୍ୟାବଧି ୪ଶହ ୩୬ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଯୋଜନା ଅଧୀନରେ ୧୯ ହଜାର ୭ଶହ ୯୯ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରୋତ୍ସାହିତ କରାଯାଇଛି । ୨୮ ହଜାର ୩ଶହ ୯୮ ଏସ୍‌ଏଚ୍‌ଜିକୁ ଗୋଷ୍ଠୀ ବିନିଯୋଗ ପାଣ୍ଠି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି । ୧ ଲକ୍ଷ ୬୪ ହଜାର ୧୦୫ ଏସ୍‌ଏଚ୍‌ଜିକୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଦିଆଯାଇଛି । ୨୦୩ କୁକୁଡ଼ା କ୍ଲଷ୍ଟର ଏବଂ ୨୮୯ ଛେଳି କ୍ଲଷ୍ଟର ସ୍ଥାପନ କରାଯାଇଅଛି । ୪ଲକ୍ଷ ୬୯ ହଜାର ପରିବାରଙ୍କୁ ପୋଷଣ ବଗିଚା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।
ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ପ୍ରଥମ କିସ୍ତିରେ ଉଭୟ ଆବଦ୍ଧ ଓ ଅନାବଦ୍ଧ ପାଣ୍ଠି ଭାବରେ ୮ଶହ ୩୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଛି । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ହସ୍ତାନ୍ତରଣ ପାଣ୍ଠି (ଡିଭୋଲୁଶନ୍‌) ବାବଦରେ ୯ ଶହ ୧୫ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି  ସହାୟକ ଅନୁଦାନ ଅଧୀନରେ ପାନୀୟ ଜଳ (ପାଇପ୍‌ ଦ୍ୱାରା ଜଳ ଯୋଗାଣ) ପାଇଁ ୧୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ନଳକୂପ ବ୍ୟବସ୍ଥା (ସୌର ଶକ୍ତି) ପାଇଁ ୪୧ କୋଟି ୬୬ ଲକ୍ଷ, ସବୁଦିନିଆ ରାସ୍ତା ସଂଯୋଗୀକରଣ ନିମନ୍ତେ ୯୭ କୋଟି ୬୯ ଲକ୍ଷ, ଗ୍ରାମପଞ୍ଚାୟତ ସଦର ମହକୁମାରେ ସୁବିଧା ସୁଯୋଗ ପାଇଁ ୧ଶହ ୧୩ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ରାସ୍ତା ଆଲୋକୀକରଣ ପାଇଁ ୫୬ କୋଟି ୬୬ ଲକ୍ଷ, ଗ୍ରାମୀଣ ହାଟ ବିକାଶ ପାଇଁ ୫୦ କୋଟି, ପ୍ରମୁଖ ସମ୍ପତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ ସକାଶେ ୫୮ କୋଟି ୩୩ ଲକ୍ଷ, ପ୍ରାଥମିକ ବିଦ୍ୟାଳୟ ଗୃହ ରକ୍ଷଣାବେକ୍ଷଣ ପାଇଁ ୫୨ କୋଟି ୩୩ ଲକ୍ଷ, ଜଳଭଣ୍ଡାର ସଂରକ୍ଷଣ ଓ ଉନ୍ନତୀକରଣ ନିମେନ୍ତ ୨୦ କୋଟି ୮୩ ଲକ୍ଷ, ଆୟ ବୃଦ୍ଧିକାରୀ ସମ୍ପତ୍ତି ସୃଷ୍ଟି ନିମନ୍ତେ ୧ଶହ ୪୧ କୋଟି ୬୬ ଲକ୍ଷ, ପଞ୍ଚାୟତିରାଜ ଅନୁଷ୍ଠାନ ତଥା ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଙ୍କ ନିମନ୍ତେ ଜିଲାସ୍ତରରେ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି, ପଞ୍ଚାୟତ ସଦରରେ ବ୍ୟାଙ୍କିଙ୍ଗ୍‌ ସୁବିଧା ନିମନ୍ତେ ଭିତ୍ତିଭୂମି ବିକାଶ ଲାଗି ୨୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri