Posted inଜାତୀୟ

ପ୍ରଥମ ପର୍ଯ୍ୟାୟରେ ୫୩.୫୪% ମତଦାନ

ପାଟନା,୨୯।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୩.୫୪ ପ୍ରତିଶତ ଭୋଟ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ୨୪୩ ବିଧାନସଭା କ୍ଷେତ୍ର ମଧ୍ୟରୁ ୭୧ଟିରେ ବୁଧବାର ଭୋଟଗ୍ରହଣ ହୋଇଥିଲା। ଏହି ପର୍ଯ୍ୟାୟରେ ହଜାରେରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାକୁ ଭ୍ରୂକ୍ଷେପ ନ କରି ବହୁସଂଖ୍ୟାରେ ଭୋଟର ମତଦାନ ପାଇଁ ଭୋଟକେନ୍ଦ୍ରଗୁଡ଼ିକରେ ଲାଇନ ଲଗାଇଥିବା ଦେଖାଯାଇଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ୫୪.୯୪ ଥିଲାବେଳେ ଗତ ଲୋକ ସଭା ନିର୍ବାଚନରେ ୫୩.୫୪ ପ୍ରତିଶତ ଭୋଟ ହୋଇଥିଲା। ଏହି ପର୍ଯ୍ୟାୟରେ ୧୬ଟି ଜିଲାରେ ମତଦାନ ହେଉଥିଲାବେଳେ ସେଥିରୁ ୧୨ ଜିଲା ମାଓବାଦୀ ପ୍ରବଣ। କେତେକ ବୁଥ୍‌ରେ ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିବାରୁ ସେଠାରେ ମତଦାନ ସମୟ ବଢ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଲଓ୍ବେ ଟ୍ରାକ୍‌ରେ‌ ଚାଲିଲା ବୋଟ୍‌: ପ୍ରବଳ ବର୍ଷାରେ ବଲିଉଡ୍‌ ବେହାଲ୍‌

ମୁମ୍ବାଇ, ୬।୮: କରୋନା ମହାମାରୀ ସଂକ୍ରମଣ ସମୟରେ ମୁମ୍ବାଇର ଅବସ୍ଥା ଲଘୁଚାପ ଜନିତ ବର୍ଷାରେ ବେହାଲ୍‌ ହେବାରେ ଲାଗିଛି। ବୁଧବାର ସକାଳ ୮ରୁ ରାତି ୮ଟା...

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

ଚଣ୍ଡିଗଡ଼,୨୫।୪: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନଜର ସିଂ ମନଶାହିଆ ଗୁରୁବାର ଏଏପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର...

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: ୨୪ ଘଣ୍ଟା ପ୍ରତିଘରକୁ ଯୋଗାଇ ଦିଆଯିବ ପାଣି

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀରେ ୨୪...

୨୦୩୦ ସୁଦ୍ଧା ନିର୍ମାଣ ହେବ ୨୧ ନୂଆ ନ୍ୟୁକ୍ଲିୟର ରିଆକ୍ଟର: ଶକ୍ତି ଉତ୍ପାଦନରେ ବଢ଼ିବ ଆତ୍ମନିର୍ଭରଶୀଳତା

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ୨୧ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରାଯିବ। ଇତିମଧ୍ୟରେ ୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଖୁବ୍‌ ଶୀଘ୍ର...

ସୋନିଆଙ୍କୁ ଭେଟିବାକୁ ଗଲେ ସିଦ୍ଧୁ

ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନ ମଧ୍ୟରେ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ...

୨ ଅଟୋ ଉପରେ ଓଲଟିଲା ଟ୍ରକ: ୧୬ ମୃତ

ଶାହଜାହାନପୁର,୨୭।୮: ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ୨ଟି ଅଟୋ ଉପରେ ଓଲଟିପଡ଼ିଛି। ଏହି...

ଫେରିଲେଣି ୧.୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି...

ବିଧାନସଭା ଅଧିବେଶନ ଡାକିବାର କାରଣ କହି ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ

ଜୟପୁର,୩୦।୭: ରାଜସ୍ଥାନ ରାଜନୀତିକୁ ନେଇ ଏବେବି ଚର୍ଚ୍ଚା ଥମି ନାହିଁ। ଇତିମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି, ଏବେବି ରାଜସ୍ଥାନ ରାଜନୀତି...

Advertisement


Archives

Model This Week

Why Dharitri