ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେବାରେ ଭାଜପା ସଫଳ ହୋଇଥିଲା। ଜିଲାର ସମସ୍ତ ୭ଟି ବିଧାନସଭା ଆସନ ବିଜେଡି ଅକ୍ତିଆର କରିଥିଲେ ହେଁ ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ହୋଇଥିଲା। ବରୀ ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଯଥାକ୍ରମେ ୪,୦୬୨ ଓ ୧୪୮୫ ଭୋଟ ବ୍ୟବଧାନରେ ହାରଜିତ ହୋଇଥିଲା ା ଏହି ଦୃଷ୍ଟିରୁ ବରୀ ଓ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଏଥର ଜିଲା ପରିଷଦ ନିର୍ବାଚନରେ କଡ଼ା ଟକ୍କର ହେବା ସମ୍ଭାବନା ରହିଛି। ବରୀର ଭାଜପା ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ନିକଟରେ ବିଜେଡିରେ ଯୋଗଦେବା ପରେ ଡବଲ ଇଞ୍ଜିନ ଭଳି ପ୍ରଚାର ହେଉଥିବା କୁହାଯାଉଛି। ଅନ୍ୟପକ୍ଷେ ସଚେତନ ଭୋଟର ଦଳଡିଆଁଙ୍କୁ ସହଜେ ଗ୍ରହଣ କରିବେ କି ନାହିଁ ତାହା ସନ୍ଦିହାନ ରହିଥିବାରୁ ବିଜେଡି ପାଇଁ କଣ୍ଟା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ବଡ଼ଚଣା ନିର୍ବାଚନମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ଖୁବ କମ୍‌ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ଭାଜପାର ଅମର ନାଏକ ନିର୍ବାଚନ ସରିବା ପରେ ବଡଚଣା ଅଞ୍ଚଳରେ ଆଉ ତାଙ୍କର ଦେଖା ମିଳିନାହିଁ। ଏପରି କି ଜିଲା ପରିଷଦ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ମଧ୍ୟ ସେ ସାମିଲ ହୋଇନାହାନ୍ତି। ତେଣୁ ଏଠାରେ ବିଜେଡି ଏକତରଫା ଭାବେ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି।
ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲାରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଥିଲା। ସେବେଠାରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିଥିଲା। ବିଭିନ୍ନ ଲୋକହିତକର ଯୋଜନା ସମେତ ପଦଯାତ୍ରା କରି ଲୋକଙ୍କ ନିକଟତର ହୋଇ ପାରିଥିଲା ା କିନ୍ତୁ ଅଧିକାଂଶ ଭାଜପା ନେତା ଓ କର୍ମୀ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲେ। ଜିଲାରେ ହୋଇଥିବା ବିଭିନ୍ନ ଦୁର୍ନୀତି, ଅନିୟମିତତା, ଅବହେଳା, ସ୍ଥାନୀୟ ନିଯୁକ୍ତି ଆଦି ପ୍ରସଙ୍ଗରେ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରି ପାରି ନ ଥିଲେ। ତଥାପି ଜିଲାରେ ରହିଥିବା ଶାସକ ବିରୋଧୀ ସ୍ଥିତି ଯୋଗୁ ଭାଜପା ୪୦.୫% ଭୋଟ ହାତେଇ ପାରିଥିଲା।
୨୦୧୭ ପଞ୍ଚାୟତ ନିର୍ବାଚନରେ ବରୀ ନିର୍ବାଚନମଣ୍ଡଳୀର ବରୀ ବ୍ଲକରେ ବିଜେଡିକୁ ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ ମିଳିଥିଲା। ୨୩ ଓ ୨୪ ନମ୍ବର ଜିଲା ପରିଷଦ ଜୋନ ଭାଜପା ହାତେଇଥିବାବେଳେ ୨୧ ଓ ୨୨ ନମ୍ବର ଜୋନକୁ ବିଜେଡି ଅକ୍ତିଆର କରିଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ଭାଜପା ସମର୍ଥିତ ପ୍ରାର୍ଥୀ ପାଇ ପାରିଥିଲେ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଟିକେଟ ହରାଇଥିଲେ। ସେତେବେଳେ ଭାଜପାର ସମିତି ଅଧ୍ୟକ୍ଷା ରହିଥିବା ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ ମିଳିଥିଲା ଏବଂ ବିଧାୟିକା ନିର୍ବାଚିତ ହୋଇଥିଲେ। ସୁନନ୍ଦା ଏଠାରେ ୭୨,୫୫୯ ଓ ଭାଜପାର ବିଶ୍ୱରଞ୍ଜନ ୬୮,୪୯୭ ଭୋଟ ପାଇଥିଲେ। ଇତିମଧ୍ୟରେ ବିଜେଡି ସହ ବିଶ୍ୱରଞ୍ଜନ ମିଶି ଯାଇଥିବାରୁ ସମୀକରଣ ବଦଳିଯାଇଛି । ତେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏବେ ଗୋଟିଏ ଦଳରେ ରହି ପ୍ରଚାର କରୁଛନ୍ତି। କିନ୍ତୁ ଉଭୟଙ୍କ ରଣନୀତି ସମାନ୍ତରାଳ ଭାବେ ଗତି କରୁଥିବାରୁ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ ମିଳିଥିଲା। ଏଠାରେ ସମସ୍ତ ୫ ଜିଲା ପରିଷଦ ଆସନ ବିଜେଡି ହାତକୁ ଯାଇଥିଲା। ବିଧାୟକ ଅମରପ୍ରସାଦ ଶତପଥୀଙ୍କ ଗୋଟିଚାଳନା ଏଠାରେ କାମକୁ ଆସିଥିଲା। ତଥାପି ଏଠାରେ ଭାଜପା ଦ୍ୱିତୀୟ ଦଳ ଭାବେ ଉଭା ହେବା ବିଜେଡିକୁ ଚିନ୍ତିତ କରିଥିଲା। ଏପରି କି ଗତ ସାଧାରଣ ନିର୍ବାଚନରେ ଭାଜପାର ଲୋକପ୍ରିୟତା ପ୍ରତିଫଳିତ ହୋଇଥିଲା। ବିଧାୟକ ଶତପଥୀ ୬୪,୦୮୪ ଓ ଭାଜପାର ଅମର ନାଏକ ୬୨,୫୯୯ ଭୋଟ ପାଇଥିଲେ। ଏହି ଫଳାଫଳ ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ନିଜର ସମସ୍ତ ବଳ ଲଗାଇବାକୁ ପ୍ରସ୍ତୁତି ଚଳାଇଛି ବୋଲି ଆଲୋଚନା ହେଉଛି।
ଭାଜପା ଜିଲା ସଭାପତି ଗୌତମ ରାୟ କହିଛନ୍ତି, ବରୀ ବ୍ଲକରେ ୨୦୧୭ ପଞ୍ଚାୟତ ନିର୍ବାଚନ ସରିବା ପରେ ବିଶ୍ୱରଞ୍ଜନ ମଲ୍ଲିକ ସ୍ବାଧୀନରୁ ଭାଜପାରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ ଅନୁପସ୍ଥିତିରେ ଭାଜପା ୪୩ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଶ୍ୱରଞ୍ଜନ ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ତେଣୁ ତାଙ୍କର ଅନୁପସ୍ଥିତି ଚଳିତ ନିର୍ବାଚନରେ କୌଣସି ପ୍ରଭାବ ପଡିବ ନାହିଁ। ହୁଏତ ସାଂଗଠନିକ ଦୃଷ୍ଟିକୋଣରୁ ଭାଜପା ଉପରେ କିଛିଟା ପ୍ରଭାବ ପଡ଼ିପାରେ। ବରୀ ଭୋଟର ବହୁତ ସଚେତନ। ଭାଜପାକୁ ସମର୍ଥନ କରୁଥିବା ଭୋଟର କେବେ ବି ପରିବର୍ତ୍ତନ ହେବେ ନାହିଁ ବୋଲି ଆଶା ରଖିଛନ୍ତି। ବଡଚଣା ବ୍ଲକରେ ଅମର ନାଏକ ନିର୍ବାଚନ ପରିଚାଳନାର ନେତୃତ୍ୱ ନେଉଛନ୍ତି। ତାଙ୍କର ଉପସ୍ଥିତି ଭାଜପାକୁ ବହୁତ ବଳ ଯୋଗାଇଛି ବୋଲି ରାୟ କହିଛନ୍ତି।
ଅନ୍ୟପକ୍ଷେ ବରୀ, ବଡଚଣା ବ୍ଲକରେ ବିଜେଡି ଓ ଭାଜପାର ନେତା ଏବଂ କର୍ମୀମାନେ ଏଥର ସମସ୍ତ ରେକର୍ଡ ଭାଙ୍ଗିବାକୁ ଯତ୍ନବାନ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି। କଂଗ୍ରେସ ମଧ୍ୟ ନିଜର ସ୍ଥିତି ସୁଧାରିବାରେ ଲାଗିଛି ବୋଲି କର୍ମୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେପର ସଙ୍ଗୀତ ମାଧ୍ୟମରେ ଓଡ଼ିଆକୁ ଭଲ ପାଇବା ମହକ

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା। କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ...

ସ୍ତ୍ରୀଙ୍କୁ ନିର୍ଯାତନା, ଜେଲ ଗଲେ ସ୍ବାମୀ

ରୂପ୍‌ସା, ୧।୧୨(ଡି.ଏନ.ଏ.)-ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ପୋଲିସ ଜାମୁନିଆ ଗ୍ରାମର ଅନିରୁଦ୍ଧ ରାଉତଙ୍କୁ ରବିବାର ଗିରଫ କରିଛି। ସେ ତାଙ୍କ...

ଅତ୍ୟାଧୁନିକ ଆମ୍ବୁଲାନ୍ସ କବାଡିଆ ଦରରେ ବିକ୍ରି

ଫୁଲବାଣୀ ଅଫିସ, ୨୮।୫- କନ୍ଧମାଳ ଜିଲାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଶେଷରେ କବାଡିଆ ଦରରେ ବିକ୍ରି ହୋଇଛି। ବର୍ଷବର୍ଷ...

ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’...

ସ୍କିଲ୍ଡ ଇନ୍‌ ଓଡ଼ିଶା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୮(ଅସମାପିକା ସାହୁ): ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ଖାରବେଳ ଭବନ ପରିସରରେ ସ୍କିଲ୍ଡ ଇନ୍‌ ଓଡ଼ିଶା...

ଛାତ୍ରଙ୍କୁ ଛାଡିଦେଲେ ଅପହରଣକାରୀ

ନୟାଗଡ ଅଫିସ୍‌/ଓଡଗାଁ, ୧୯।୧୨(ସ୍ବ.ପ୍ର.): କୁରାଳ ସୁବୁଦ୍ଧିସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ନିଖୋଜ ଘଟଣାର ନୂଆମୋଡ। ଅମ୍ରିତଙ୍କୁ ପଡୋଶୀ ପଣ୍ଡିତ ସାହିର ଏକ ତାଲା...

ହଜ୍‌ ଯାତ୍ରୀଙ୍କୁ ତାଲିମ

ଭଦ୍ରକ ଅଫିସ,୧୬ା୬ : ଭଦ୍ରକ ଜିଲା ପୁରୁଣା ବଜାର ମଲିକ ମଇଦାନଠାରେ ହଜ୍‌ କରିବାକୁ ଯିବାକୁ ଥିବା ଲୋକଙ୍କୁ ତାଲିମ ପ୍ରଦାନ କରାଯାଉଛି l ଭଦ୍ରକ...

‘ମୋ ସରକାର’ ପରେ ପଶିଛି ଛାନିଆ

ଅନୁଗୋଳ ଅଫିସ, ୧୪ା୧୦: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ମେଡିକାଲ, ଥାନା ଓ ସରକାରୀ କାର୍ଯ୍ୟାଳୟରେ କିପରି ସେବା ଯୋଗାଇ ଦିଆଯାଉଛି ତାହାର...

Advertisement
Archives

Model This Week