ପୁରୀ ସହରରେ ବ୍ୟାପିଲାଣି ଝାଡ଼ାବାନ୍ତି

ପୁରୀ ଅଫିସ,୧୮ା୧୨: ପୁରୀ ସହରରେ ଧୀରେ ଧୀରେ ଝାଡ଼ାବାନ୍ତି ବ୍ୟାପିବାକୁ ଲାଗିଲାଣି। ଗୋଟିଏ ଦିନରେ ଝାଡ଼ାବାନ୍ତିରେ ୨ଜଣଙ୍କ ଜୀବନ ନେଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଶେଷ କରି ବାସେଳି ସାହିରେ ଝାଡ଼ାବାନ୍ତିରେ ଶୁକ୍ରବାର ଜଣେ ସେବାୟତ ଘରର ୭୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁଣି ରାତିରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଝାଡ଼ାବାନ୍ତିକୁ ନେଇ ପୌରପାଳିକାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ପାଣିର ପରୀକ୍ଷା କରାଯାଇଥିବା ବେଳେ ତାହାର ରିପୋର୍ଟ ନେଗେଟିଭ୍‌ ରହିଥିବା ନେଇ ଜିଲାପାଳ ସମର୍ଥ ବର୍ମା ଶନିବାର ସୂଚନା ଦେଇଛନ୍ତି। ତେବେ ଜିଲାପାଳଙ୍କ ପାନୀୟ ଜଳରେ କୌଣସି ସମସ୍ୟା ନ ଥିବା ମନ୍ତବ୍ୟକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ତା’ହେଲେ ଶ୍ରୀମନ୍ଦିର ପାଖ ସାହିରେ ବ୍ୟାପିଥିବା ଝାଡ଼ାବାନ୍ତି ହେବାର ପ୍ରକୃତ କାରଣ କ’ଣ ବୋଲି ବୁଦ୍ଧିଜୀବୀ, ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପରିକ୍ରମା ମାର୍ଗ ପ୍ରକଳ୍ପ କାମ ଯୋଗୁ ପାଇପ୍‌ ଫାଟି ନଳା ପାଣି ପିଇବା ପାଣି ପାଇପ୍‌ରେ ମିଶିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବାସେଳି ସାହିରେ ଏକ ସ୍ବାସ୍ଥ୍ୟ ଶିବିର କରାଯାଇ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଦିଆଯିବା ସହ ପ୍ରଶାସନ ତରଫରୁ ସାହିରେ ବୁଲି ବୁଲି ଟାଙ୍କିରେ ବ୍ଲିଚିଂ ପକାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ଆଖପାଖ ଅଞ୍ଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ। କିଛିଦିନ ତଳେ କାମ କରିବା ସମୟରେ ପିଇବା ପାଣି ପାଇପ ଲାଇନ୍‌ ଫାଟି ସେଥିରେ ନାଳ ପାଣି ମିଶିଯାଇଥିଲା। ପାଣି ପ୍ରଦୂଷିତ ହେବାରୁ ସେହି ପାଣି ପିଇ ବାସେଳି ସାହିର ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଏପରିକି ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ଅଭିଯୋଗ ହୋଇଛି। ଜଣେ ସେବାୟତ କୁଳର ମହିଳା ବାସନ୍ତୀ ଦାସ ଓ ଅନ୍ୟ ଜଣେ ଗଦାଧର ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ। ବିଶେଷତଃ ବାସେଳି ସାହିରେ ଝାଡ଼ାବାନ୍ତିର ପରିମାଣ ଅଧିକ ରହିଛି। ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍‌, ଗୋଚ୍ଛିକାର ସାହି ଓ ମୁଦୁଲି ଗଳିର ଲୋକମାନେ ଘରେଘରେ ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ସୂଚନା ପାଇବା ପରେ ଜିଲାପାଳ ବାସେଳି ସାହି ଯାଇ ଲୋକମାନଙ୍କ ସହ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଶାସନ ଏବେ ସବୁ କ୍ଷେତ୍ରରେ ଫେଲ୍‌ ମାରିଥିବା ବାସିନ୍ଦା କହିଛନ୍ତି।

ମଶା ହେଉ କି ପରିମଳ ସମସ୍ତ କ୍ଷେତ୍ରରେ ପ୍ରଶାସନ ବିଫଳ ହୋଇଛି। ମଶା ପାଇଁ ସହରବାସୀ ପ୍ରାୟ ୧ ମାସ ହେବ ହଇରାଣ ହେଉଥିବା ବେଳେ ପ୍ରଶାସନ ମଶାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଏବେ ଝାଡ଼ାବାନ୍ତି ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁରୀ ପୌରପାଳିକାରେ ନିର୍ବାଚିତ କାଉନସିଲ ନ ଥିବାରୁ ଲୋକ ପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ପୌରପାଳିକା। ଜନସାଧାରଣଙ୍କ ଅତି ସାଧାରଣ ଓ ସାମାନ୍ୟ ଅଭିଯୋଗଟିଏ ମଧ୍ୟ ସମାଧାନ ହୋଇପାରୁ ନାହିଁ। ଫଳରେ ସହରରେ ଥିବା ବିଭିନ୍ନ ଗଳିକନ୍ଦିର ରାସ୍ତାଘାଟ, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ କାଉନସିଲର ନା ପୌରାଧ୍ୟକ୍ଷ ଅଛନ୍ତି। ପୌରପାଳିକା ଦାୟିତ୍ୱରେ ନିର୍ବାହୀ ଅଧିକାରୀ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ ଦିଗରେ ଆଦୌ ଗୁରୁତ୍ୱ ଦେଉ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ଝାଡ଼ାବାନ୍ତି ବ୍ୟାପିବା ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ଶନିବାର ସୂଚନା ଦେଇ କହିଛନ୍ତି, ବାସେଳି ସାହିରେ ଝାଡ଼ାବାନ୍ତି ହେବା ସୂଚନା ମିଳିବା ପରେ ଗତ ୪ଦିନ ହେବ ସେଠାରେ ପିଇବା ପାଣି ବା ଘରୋଇ ପାଣି ଟାଙ୍କି କ୍ଲୋରିନେସନ କରାଯାଉଛି। ପ୍ରତିଦିନ ପାଣିର ନମୁନା ଯାଞ୍ଚ କରିବା ସହ ପରୀକ୍ଷା କରାଯାଇଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି। ପ୍ରତିଦିନ ଆଶା, ଅଙ୍ଗନଓ୍ବାଡି କର୍ମୀ, ମେଡିକାଲ ଟିମ୍‌ ଓ କର୍ମଚାରୀ ଉକ୍ତ ଅଞ୍ଚଳକୁ ଯାଇ ଘର ଘର ବୁଲି ସର୍ଭେ କରୁଛନ୍ତି। ଯେଉଁମାନଙ୍କ ସ୍ବାସ୍ଥ୍ୟ ଖରାପ ରହୁଛି, ସେମାନଙ୍କୁ ମେଡିସିନ୍‌ ଦିଆଯାଉଛି। ସେହିପରି ମେଡିକାଲରେ କେତେଜଣ ଲୋକ ଚିକିତ୍ସିତ ହେଉଥିଲେ, ଏବେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବର୍ତ୍ତମାନ ମେଡିକାଲରେ ୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ସିଡିଏମ୍‌ଓ କାର୍ଯ୍ୟାଳୟ ତରଫରୁ ଆକ୍ରାନ୍ତ ଅଞ୍ଚଳରେ ଏକ ୨୪ ଘଣ୍ଟିଆ ମେଡିକାଲ ଶିବିର କରାଯାଇଛି। ଲୋକମାନେ ସେଠାକୁ ଯାଇ ଔଷଧ ଆଣିବା ସହ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେହିପରି ୨ଜଣ ମୃତ୍ୟୁବରଣ କରିବା ସମ୍ପର୍କରେ ମେଡିକାଲ ରିପୋର୍ଟ ଆସିବା ପରେ କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଜିଲାପାଳ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri