ପୁରୀ ସହରରେ ବ୍ୟାପିଲାଣି ଝାଡ଼ାବାନ୍ତି

ପୁରୀ ଅଫିସ,୧୮ା୧୨: ପୁରୀ ସହରରେ ଧୀରେ ଧୀରେ ଝାଡ଼ାବାନ୍ତି ବ୍ୟାପିବାକୁ ଲାଗିଲାଣି। ଗୋଟିଏ ଦିନରେ ଝାଡ଼ାବାନ୍ତିରେ ୨ଜଣଙ୍କ ଜୀବନ ନେଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଶେଷ କରି ବାସେଳି ସାହିରେ ଝାଡ଼ାବାନ୍ତିରେ ଶୁକ୍ରବାର ଜଣେ ସେବାୟତ ଘରର ୭୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁଣି ରାତିରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଝାଡ଼ାବାନ୍ତିକୁ ନେଇ ପୌରପାଳିକାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ପାଣିର ପରୀକ୍ଷା କରାଯାଇଥିବା ବେଳେ ତାହାର ରିପୋର୍ଟ ନେଗେଟିଭ୍‌ ରହିଥିବା ନେଇ ଜିଲାପାଳ ସମର୍ଥ ବର୍ମା ଶନିବାର ସୂଚନା ଦେଇଛନ୍ତି। ତେବେ ଜିଲାପାଳଙ୍କ ପାନୀୟ ଜଳରେ କୌଣସି ସମସ୍ୟା ନ ଥିବା ମନ୍ତବ୍ୟକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ତା’ହେଲେ ଶ୍ରୀମନ୍ଦିର ପାଖ ସାହିରେ ବ୍ୟାପିଥିବା ଝାଡ଼ାବାନ୍ତି ହେବାର ପ୍ରକୃତ କାରଣ କ’ଣ ବୋଲି ବୁଦ୍ଧିଜୀବୀ, ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପରିକ୍ରମା ମାର୍ଗ ପ୍ରକଳ୍ପ କାମ ଯୋଗୁ ପାଇପ୍‌ ଫାଟି ନଳା ପାଣି ପିଇବା ପାଣି ପାଇପ୍‌ରେ ମିଶିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବାସେଳି ସାହିରେ ଏକ ସ୍ବାସ୍ଥ୍ୟ ଶିବିର କରାଯାଇ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଦିଆଯିବା ସହ ପ୍ରଶାସନ ତରଫରୁ ସାହିରେ ବୁଲି ବୁଲି ଟାଙ୍କିରେ ବ୍ଲିଚିଂ ପକାଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ଆଖପାଖ ଅଞ୍ଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ। କିଛିଦିନ ତଳେ କାମ କରିବା ସମୟରେ ପିଇବା ପାଣି ପାଇପ ଲାଇନ୍‌ ଫାଟି ସେଥିରେ ନାଳ ପାଣି ମିଶିଯାଇଥିଲା। ପାଣି ପ୍ରଦୂଷିତ ହେବାରୁ ସେହି ପାଣି ପିଇ ବାସେଳି ସାହିର ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଏପରିକି ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ଅଭିଯୋଗ ହୋଇଛି। ଜଣେ ସେବାୟତ କୁଳର ମହିଳା ବାସନ୍ତୀ ଦାସ ଓ ଅନ୍ୟ ଜଣେ ଗଦାଧର ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ। ବିଶେଷତଃ ବାସେଳି ସାହିରେ ଝାଡ଼ାବାନ୍ତିର ପରିମାଣ ଅଧିକ ରହିଛି। ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍‌, ଗୋଚ୍ଛିକାର ସାହି ଓ ମୁଦୁଲି ଗଳିର ଲୋକମାନେ ଘରେଘରେ ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ସୂଚନା ପାଇବା ପରେ ଜିଲାପାଳ ବାସେଳି ସାହି ଯାଇ ଲୋକମାନଙ୍କ ସହ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଶାସନ ଏବେ ସବୁ କ୍ଷେତ୍ରରେ ଫେଲ୍‌ ମାରିଥିବା ବାସିନ୍ଦା କହିଛନ୍ତି।

ମଶା ହେଉ କି ପରିମଳ ସମସ୍ତ କ୍ଷେତ୍ରରେ ପ୍ରଶାସନ ବିଫଳ ହୋଇଛି। ମଶା ପାଇଁ ସହରବାସୀ ପ୍ରାୟ ୧ ମାସ ହେବ ହଇରାଣ ହେଉଥିବା ବେଳେ ପ୍ରଶାସନ ମଶାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଏବେ ଝାଡ଼ାବାନ୍ତି ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ପୁରୀ ପୌରପାଳିକାରେ ନିର୍ବାଚିତ କାଉନସିଲ ନ ଥିବାରୁ ଲୋକ ପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ପୌରପାଳିକା। ଜନସାଧାରଣଙ୍କ ଅତି ସାଧାରଣ ଓ ସାମାନ୍ୟ ଅଭିଯୋଗଟିଏ ମଧ୍ୟ ସମାଧାନ ହୋଇପାରୁ ନାହିଁ। ଫଳରେ ସହରରେ ଥିବା ବିଭିନ୍ନ ଗଳିକନ୍ଦିର ରାସ୍ତାଘାଟ, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ କାଉନସିଲର ନା ପୌରାଧ୍ୟକ୍ଷ ଅଛନ୍ତି। ପୌରପାଳିକା ଦାୟିତ୍ୱରେ ନିର୍ବାହୀ ଅଧିକାରୀ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ ଦିଗରେ ଆଦୌ ଗୁରୁତ୍ୱ ଦେଉ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ଝାଡ଼ାବାନ୍ତି ବ୍ୟାପିବା ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା ଶନିବାର ସୂଚନା ଦେଇ କହିଛନ୍ତି, ବାସେଳି ସାହିରେ ଝାଡ଼ାବାନ୍ତି ହେବା ସୂଚନା ମିଳିବା ପରେ ଗତ ୪ଦିନ ହେବ ସେଠାରେ ପିଇବା ପାଣି ବା ଘରୋଇ ପାଣି ଟାଙ୍କି କ୍ଲୋରିନେସନ କରାଯାଉଛି। ପ୍ରତିଦିନ ପାଣିର ନମୁନା ଯାଞ୍ଚ କରିବା ସହ ପରୀକ୍ଷା କରାଯାଇଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି। ପ୍ରତିଦିନ ଆଶା, ଅଙ୍ଗନଓ୍ବାଡି କର୍ମୀ, ମେଡିକାଲ ଟିମ୍‌ ଓ କର୍ମଚାରୀ ଉକ୍ତ ଅଞ୍ଚଳକୁ ଯାଇ ଘର ଘର ବୁଲି ସର୍ଭେ କରୁଛନ୍ତି। ଯେଉଁମାନଙ୍କ ସ୍ବାସ୍ଥ୍ୟ ଖରାପ ରହୁଛି, ସେମାନଙ୍କୁ ମେଡିସିନ୍‌ ଦିଆଯାଉଛି। ସେହିପରି ମେଡିକାଲରେ କେତେଜଣ ଲୋକ ଚିକିତ୍ସିତ ହେଉଥିଲେ, ଏବେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ବର୍ତ୍ତମାନ ମେଡିକାଲରେ ୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ସିଡିଏମ୍‌ଓ କାର୍ଯ୍ୟାଳୟ ତରଫରୁ ଆକ୍ରାନ୍ତ ଅଞ୍ଚଳରେ ଏକ ୨୪ ଘଣ୍ଟିଆ ମେଡିକାଲ ଶିବିର କରାଯାଇଛି। ଲୋକମାନେ ସେଠାକୁ ଯାଇ ଔଷଧ ଆଣିବା ସହ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେହିପରି ୨ଜଣ ମୃତ୍ୟୁବରଣ କରିବା ସମ୍ପର୍କରେ ମେଡିକାଲ ରିପୋର୍ଟ ଆସିବା ପରେ କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଜିଲାପାଳ ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri