ଚର୍ଚ୍ଚରେ ବ୍ରିଟେନ୍‌ ଏମ୍‌ପିଙ୍କୁ ହତ୍ୟା

ଲଣ୍ଡନ, ୧୭ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି ଡେଭିଡ୍‌ ଆମେସ୍‌ଙ୍କୁ ଶୁକ୍ରବାର ଏକ ଚର୍ଚ୍ଚରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ୬୯ ବର୍ଷୀୟ ଡେଭିଡ୍‌ ନିଜ ନିର୍ବାଚନମଣ୍ଡଳୀର ଲେହ-ଅନ୍‌-ସି ସହରରେ ଥିବା ଚର୍ଚ୍ଚରେ ଲୋକଙ୍କୁ ଭେଟୁଥିବାବେଳେ ତାଙ୍କୁ ଛୁରିରେ ପ୍ରାୟ ୧୭ ଥର ଆକ୍ରମଣ କରାଯାଇଥିଲା। ଖବରପାଇ ଏସେକ୍ସ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଡେଭିଡ୍‌ଙ୍କ ମୃତ୍ୟୁ ଘଟିସାରିଥିଲା। ଏଥିରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କଠାରୁ ଏକ ଛୁରି ଜବତ ହୋଇଛି। ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଘୋଷଣା କରାଯିବା ସହ ଏଥିରେ ଇସ୍‌ଲାମିକ୍‌ କଠୋରପନ୍ଥୀଙ୍କ ହାତ ଥିବା ପୋଲିସ ସନ୍ଦେହ କରିଛି। ଆତଙ୍କବାଦୀ ନିରୋଧୀ ପୋଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି। ଏ ବାବଦରେ ଲୋକଙ୍କ ନିକଟରେ ଫଟୋ, ଭିଡିଓ ଭଳି ପ୍ରମାଣ କିମ୍ବା ତଥ୍ୟ ଥିଲେ ତାହା ପୋଲିସକୁ ପ୍ରଦାନ କରିବାକୁ ନିବେଦନ କରାଯାଇଛି।
ଘଟଣା ପରେ ଏମ୍‌ପିମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଆଭ୍ୟନ୍ତରୀଣ ସଚିବ ପ୍ରୀତି ପଟେଲ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ପି ଡେଭିଡ୍‌ଙ୍କ ହତ୍ୟା ଲୋକତନ୍ତ୍ର ଉପରେ ଆକ୍ରମଣ ଏବଂ ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି। ଡେଭିଡ୍‌ ରାଜନୀତିରେ ସବୁଠାରୁ ଦୟାଳୁ, ଭଦ୍ରବ୍ୟକ୍ତି ଥିଲେ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ ମଧ୍ୟ ଆମେସ୍‌ଙ୍କୁ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଡେଭିଡ୍‌ ଆମେସ୍‌ ୧୯୮୩ରେ ପ୍ରଥମ ଥର ପାଇଁ ବାସିଲଡନ୍‌ରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୨ରେ ସେ ଆସନ ବଜାୟ ରଖିବାରେ ସଫଳ ହେବା ପରେ ପାର୍ଟିରେ ତାଙ୍କ ସମ୍ମାନ ବଢ଼ିଥିଲା। ୧୯୯୭ରୁ ସେ ସାଉଥଏଣ୍ଡ୍‌ ଓ୍ବେଷ୍ଟରୁ ନିର୍ବାଚନ ଜିତି ଏମ୍‌ପି ରହିଆସିଥିଲେ। ବ୍ରିଟେନ୍‌ରେ ରାଜନେତାଙ୍କ ବିରୋଧରେ ହିଂସା ପ୍ରାୟତଃ କମ୍‌ ଦେଖିବାକୁ ମିଳିଥାଏ। ଏହା ପୂର୍ବରୁ ୨୦୧୬ ଜୁନ୍‌ରେ ଲେବର ପାର୍ଟିର ମହିଳା ଏମ୍‌ପି ଜୋ କକ୍ସଙ୍କୁ ଅତି ବିଭତ୍ସଭାବେ ଛୁରି ଭୁସି ଓ ଗୁଳି କରାଯାଇ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri