ରାଜଧାନୀରେ ‘ଅଗ୍ନିପଥ’ ବିରୋଧ ତେଜୁଛି

ଭୁବନେଶ୍ୱର, ୧୯।୬ (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ବିରୋଧର ନିଅଁା ଜଳିବାରେ ଲାଗିଛି। କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ଏହାର ତାତି ଦେଖିବାକୁ ମିଳିଲାଣି। ଭାରତୀୟ ସେନାରେ ୪ବର୍ଷିଆ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଯୁବ ସଂଗଠନ ଅଲ୍‌ ଇଣ୍ଡିଆ ଡିଓ୍ବାଇଓ ଏବଂ ଛାତ୍ର ସଂଗଠନ ଅଲ୍‌ ଇଣ୍ଡିଆ ଡିଏସ୍‌ଓ, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ ପକ୍ଷରୁ ଶନିବାର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଅଗ୍ନିପଥ ବଦଳରେ ସମସ୍ତ ବେକାରିଙ୍କୁ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି। କରୋନା ଆଳରେ ଦେଶରେ ଗତ ୨ବର୍ଷ ଧରି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି। ଫଳରେ ଦୀର୍ଘଦିନ ଧରି ନିଯୁକ୍ତି ଆଶାୟୀ ଥିବା ଶିକ୍ଷିତ ବେକାରମାନେ ମାନସିକ ଚାପରେ ଅଛନ୍ତି। ବହୁ ବିଭାଗରେ ହଜାର ହଜାର ପଦବୀ ଖାଲି ପଡିଥିବାବେଳେ ସେମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏପରିସ୍ଥିତିରେ କେନ୍ଦ୍ର ସରକାର ସୈନ୍ୟବାହିନୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଠିକା ନିଯୁକ୍ତି ପାଇଁ ଯୋଜନା କରିବା ଠିକ୍‌ ନୁହେଁ। ଏହାପରେ କେନ୍ଦ୍ର ସରକାର ଅନ୍ୟ ସମସ୍ତ ବିଭାଗରେ ଠିକା ନିଯୁକ୍ତି ପାଇଁ ରାସ୍ତା ଖୋଲିଦେବେ। ଏଥିଯୋଗୁ ଦେଶର ସୁରକ୍ଷା ବିପନ୍ନ ହେବା ସହ ନିଯୁକ୍ତ ପାଇଥିବା ଯୁବକମାନେ ୨୫ବର୍ଷ ବୟସରେ ପୁଣି ବେକାର ହୋଇ ଚାକିରି ଖୋଜିବେ ବୋଲି ଡିଓ୍ବାଇଓ ରାଜ୍ୟ ସଭାପତି ମାନସ ପାଳ କହିଛନ୍ତି।
ଅପରପକ୍ଷେ ଅଗ୍ନିପଥ ଯୋଜନା ଦ୍ୱାରା ଦେଶର ପ୍ରତିରକ୍ଷା ପ୍ରତି ବିପଦ ଆସିବ ବୋଲି ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ସେଣ୍ଟ୍ରାଲ ଟ୍ରେଡ୍‌ ୟୁନିୟନ୍‌ (ଏଆଇସିସିଟିୟୁ) ପକ୍ଷରୁ କୁହାଯାଇଛି। ସେନାକୁ ଘରୋଇକରଣ କରିବାର ଏହା ଏକ ଚକ୍ରାନ୍ତ। ତେଣୁ ତୁରନ୍ତ ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ୪ବର୍ଷ ପରେ ମାତ୍ର ୨୫ ପ୍ରତିଶତ ସୈନିକଙ୍କୁ ପୂର୍ଣ୍ଣ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ତେବେ ୭୫ ପ୍ରତିଶତ ସୈନିକ ୪ବର୍ଷ ଚାକିରି କରି ଫେରିବା ପରେ ଆଉ କି ଚାକିରି କରିବେ ବୋଲି ଏଆଇସିସିଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ପ୍ରଶ୍ନ କରିଛନ୍ତି। ଏଭଳି ଯୋଜନା ଦ୍ୱାରା ସୈନ୍ୟବାହିନୀ ପ୍ରତି ଯୁବକଙ୍କ ଭିନ୍ନ ଭାବନା ସୃଷ୍ଟି ହେବ ଓ ପରେ ସେନାରେ ଯୋଗଦେବାକୁ ଚାହିଁବେ ନାହିଁ ବୋଲି କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ କହିଛନ୍ତି।
ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଛି। କେନ୍ଦ୍ର ସରକାରୀ ଦପ୍ତରରେ ୨୩ଲକ୍ଷ ପଦବୀ ଖାଲି ଥିବାବେଳେ ଗତ ୨ବର୍ଷ ହେଲା ସେନାରେ ନିଯୁକ୍ତି ଦିଆଯାଇ ନାହିଁ। ଭାଜପା ସରକାର ବର୍ଷକୁ ୨କୋଟି ନିଯୁକ୍ତି ଦେବା କଥା କହି ଯୁବକଙ୍କୁ ପ୍ରତାରଣା କରିଛନ୍ତି। ନିଯୁକ୍ତିର ସର୍ବନିମ୍ନ ନିରାପତ୍ତା ନ ଥାଇ ଯୁବକଙ୍କୁ ସର୍ବୋତ୍ତମ ତ୍ୟାଗ କରିବା ପାଇଁ ଆହ୍ବାନ ଦେବା ଏକ ପ୍ରକାର ଅପରାଧ ବୋଲି ଡିଓ୍ବାଇଏଫ୍‌ଆଇ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଯତୀନ ମହାନ୍ତି କ୍ଷୋଭର ସହ କହିଛନ୍ତି। ତେଣୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଓ ସେନାରେ ଠିକା ପ୍ରଥାକୁ ବାତିଲ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri