ବସ୍‌ରେ ଲାଇବ୍ରେରି

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ବସ୍‌ରେ ହୋଇଛି ଲାଇବ୍ରେରି। କଲେଜ ପିଲାଙ୍କ ଯାତାୟତ ପାଇଁ ବ୍ୟବହାର କରାଯାଉଥିବା ପୁରୁଣା ବସ୍‌କୁ ଲାଇବ୍ରେରିର ରୂପ ଦିଆଯାଇଛି। ଏହାର ଭିତର ଏବଂ ବାହାର ପାର୍ଶ୍ୱରେ ବିଭିନ୍ନ ଚିତ୍ର ଅଙ୍କାଯାଇ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରାଯାଇଛି। କଳାଭୂମିଠାରେ ବକୁଳ ଫାଉଣ୍ଡେଶନ୍‌ ଦ୍ୱାରା ପ୍ରସ୍ତୁତ ଏହି ବସ୍‌ ଲାଇବ୍ରେରି ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଓଏସ୍‌ଆର୍‌ଟିସି ଦ୍ୱାରା ଦାନ କରାଯାଇଥିବା ଏକ ପୁରୁଣା ପରିତ୍ୟକ୍ତ ବସ୍‌ରେ ଏହି ଲାଇବ୍ରେରି ତିଆରି ହୋଇଛି। ଏହାକୁ ଭିନ୍ନ ରୂପ ଦିଆଯାଇ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ଏବଂ ସିଡାକ୍‌ ବିଭାଗ ଦ୍ୱାରା ‘କଳାଭୂମି’ ସଂଗ୍ରହାଳୟ ନିକଟରେ ସ୍ଥାପନ କରାଯାଇଛି। ଏହା ମୋବାଇଲ୍‌ ବା ଭ୍ରମଣଶୀଳ ଲାଇବ୍ରେରି ନୁହେଁ ବରଂ କ୍ରାଫ୍ଟ ମ୍ୟୁଜିୟମର ପାର୍କିଂ ସ୍ଥାନରେ ସ୍ଥାୟୀ ଲାଇବ୍ରେରି ଭାବେ ରହିଛି।
ଏହି ଲାଇବ୍ରେରୀକୁ ସୋମବାର ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ସଚିବ ଶୁଭା ଶର୍ମା, ଶିକ୍ଷାବିତ ପ୍ରଫେସର ଡି.ପି. ପଟ୍ଟନାୟକ, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବକୁଲ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂଗ୍ରହାଳୟକୁ ଆସୁଥିବା ଲୋକେ ସଂଗ୍ରହାଳୟ ବୁଲି ଦେଖିବା ସହ ବହିପଢ଼ାର ସୁଯୋଗ ପାଇବେ। ବସ୍‌ର ସିଟ୍‌ଗୁଡ଼ିକୁ ଉଠାଇ ଦିଆଯିବା ସହ ବ୍ୟାଗେଜ୍‌ ର଼୍ୟାକ୍‌ ସହିତ ଗୋଟିଏ ପାର୍ଶ୍ୱରେ ବୁକ୍‌ ର଼୍ୟାକ୍‌ ପ୍ରସ୍ତୁତ କରାଯାଇଛି। ପାଠକ ସୁବିଧାରେ ବସିବା ପାଇଁ ବେଞ୍ଚ ବ୍ୟବସ୍ଥା କରାଯାଇଛି। ବସ୍‌ଯାତ୍ରା ଅନୁଭୂତି ସହିତ ବହିପଢ଼ାର ମଜା ପାଇପାରିବେ। ସେହିପରି ଡ୍ରାଇଭରଙ୍କ ଚେୟାର ଓ ଷ୍ଟିଅରିଂ ଚକକୁ ପାଠକମାନଙ୍କ ପାଇଁ ସେଲ୍ଫି ପଏଣ୍ଟ କରାଯାଇଛି। ପଟ୍ଟଚିତ୍ର ଓ ଅନ୍ୟାନ୍ୟ ପାରମ୍ପରିକ ଚିତ୍ରକଳାକୁ ବସ୍‌ର ବାହ୍ୟରେ ଡିଜାଇନ୍‌ କରାଯାଇଛି। ପାଠକମାନେ ବସ୍‌ ଭିତରେ କିମ୍ବା ବାହାରେ ଥିବା ଶୀତଳ ପରିବେଶରେ ବହି ପଢ଼ିପାରିବେ। ଏହି ଲାଇବ୍ରେରିରେ କାହାଣୀ କହିବା ଓ ହସ୍ତଶିଳ୍ପ କର୍ମଶାଳା ଉପରେ ମଧ୍ୟ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ। ଲାଇବ୍ରେରିକୁ ଅପରାଜିତା ମହାନ୍ତି ଓ ପିଣ୍ଟୁ ଭଟ୍ଟାଚାର୍ଯ୍ୟ ପରିଚାଳନା କରିବେ। ଏଠାରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପୁସ୍ତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri