ପଣ୍ୟ କାରବାରରେ ପାରାଦୀପ ବନ୍ଦର ୧ ନମ୍ବର:ଦୀନଦୟାଲ କାଣ୍ଡଲା ପୋର୍ଟ ପଛରେ ରହିଗଲା

ପାରାଦୀପ,୨ା୪(ଶରତ ରାଉତ):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ୧୪୫.୩୮ ଏମ୍‌ଏମ୍‌ଟି (ମିଲିୟନ ମେଟ୍ରିକ ଟନ) ପଣ୍ୟ କାରବାର କରିଛି, ଯାହା ଦେଶର ସମସ୍ତ ବୃହତ୍‌ବନ୍ଦର କ୍ଷେତ୍ରରେ ସର୍ବାଧିକ। ଫଳରେ ପାରାଦୀପ ଏବେ ଦେଶରେ ୧ ନମ୍ବର ବନ୍ଦର ହୋଇଛି ବୋଲି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୩୧ ମାର୍ଚ୍ଚ ୨୦୨୪ ମଧ୍ୟରାତ୍ରି ସୁଦ୍ଧା ଏହି କାରବାର ହୋଇଛି। ପୂର୍ବରୁ ଦୀନଦୟାଲ କାଣ୍ଡଲା ଗୁଜରାଟ ପୋର୍ଟ ୧ ନମ୍ବର ସ୍ଥାନରେ ଥିଲାବେଳେ ଏବେ ପାରାଦୀପ ଉକ୍ତ ସ୍ଥାନ ଅକ୍ତିଆର କରିଛି। ଏପରି ସଫଳତା ହାସଲ ପରେ ପ୍ରଶାସନିକ ଭବନରେ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଭାବେ ଉତ୍ସବ ମନାଇଛନ୍ତି।
୨୦୨୩-୨୪ ବର୍ଷରେ ଉପକୂଳ ପରିବହନ ୫୯.୧୯ ଏମ୍‌ଏମ୍‌ଟି, ଥର୍ମାଲକୋଲ ୪୩.୯୭ ଏମ୍‌ଏମ୍‌ଟି ପଣ୍ୟ କାରବାର କରିଛି। ଏହି ସମୟ ମଧ୍ୟରେ ବନ୍ଦର ମଧ୍ୟରେ ୨୭୧୦ ଜାହାଜ ବୋଝେଇ ଖଲାସ କରାଯାଇଛି। ସେହିପରି ୨୧,୬୬୫ ଟ୍ରେନରେ ବୋଝେଇ ଖଲାସ ହୋଇଛି। ଏହାଦ୍ୱାରା ପାରାଦୀପ ବନ୍ଦର ଟିକସ ବାଦ ୮୫୦ କୋଟି ଟଙ୍କା ରାଜସ୍ବ ପାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ। ଏଥିସହ ପାରାଦୀପ ବନ୍ଦର ଆଗାମୀ ଦିନ ପାଇଁ ବ୍ୟାପକ ଭିତ୍ତିଭୂମି ବିକାଶ ନିମନ୍ତେ ଯାନ୍ତ୍ରିକୀକରଣ ବ୍ୟବସ୍ଥା କରୁଛି। ଏବେ ୮୦% ଯାନ୍ତ୍ରିକୀକରଣ ହୋଇଛି। ଆଗାମୀ ୨୦୩୦ ସୁଦ୍ଧା ୧୦୦ ପ୍ରତିଶତ ଯାନ୍ତ୍ରିକିକରଣ ହେବ ବୋଲି କୁହାଯାଇଛି। ଏନେଇ ନୂତନ ୪ଟି ବର୍ଥ ନିର୍ମାଣ କାର୍ଯ୍ୟ ଚାଲିଛି। ଆଗକୁ ସିଏନ୍‌ଜି/ଏଲ୍‌ଏନ୍‌ଜି ଆଣିବାର ଯୋଜନା ରହିଛି। ରେଳପଥ ଓ ସଡ଼କ ପଥର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଶିଳ୍ପ ବିକାଶ ପାଇଁ ବିଭିନ୍ନ କମ୍ପାନୀକୁ ପାରାଦୀପ ବନ୍ଦର ପକ୍ଷରୁ ୭୬୯ ଏକର ଜାଗା ଦିଆଯାଇଛି। ଏଥିରେ ୮୭୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। ଉକ୍ତ ନୂଆ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ସେହି ମାଧ୍ୟମରେ ଅଧିକ ୫୦ ନିୟୁତ ଟନ୍‌ ପଣ୍ୟ କାରବାର ବୃଦ୍ଧିପାଇବ। ଏହାବାଦ୍‌ ପର୍ଯ୍ୟାବରଣ ବୃଦ୍ଧି କ୍ଷେତ୍ରରେ ମଧ୍ୟ ଉଲ୍ଲେଖଯୋଗ୍ୟ ପଦକ୍ଷେପ ନିଆଯାଇଛି। ଏପରି ସଫଳତା ପାଇଁ ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧ ସମସ୍ତ କର୍ମଚାରୀ, ଶ୍ରମିକ, ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri