୨୪ ବର୍ଷରେ ଖାତା ଖୋଲିପାରିନି ବିଜେଡି

ସୁନ୍ଦରଗଡ଼,୨ା୪(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପୁଣି ଜୁଏଲଙ୍କ ଉପରେ ଭରସା କରି ଟିକେଟ ଦେଇଛି। ଅନ୍ୟପକ୍ଷରେ ବିଜେଡି ଏଥର ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଭେଟେରାନ ନେତା ଜୁଏଲଙ୍କୁ ବିଜେଡିର ଦିଲୀପ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଲୋକ ସଭା ଆସନ ହାତେଇବାକୁ ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଦଳ ରଣନୀତି ଆରମ୍ଭ କରିଦେଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।
ନିର୍ବାଚନରେ ଭାଜପାର ଜୁଏଲ ଓରାମ ବିଜୁ ଜନତା ଦଳ ପ୍ରାର୍ଥତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସର ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ବାଳଙ୍କୁ ପରାଜିତ କରିଥିଲେ। ଜୁଏଲ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ରେ ଏହି ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇ କେନ୍ଦ୍ରରେ ଦୁଇ ଥର ମନ୍ତ୍ରୀ ପଦ ପାଇଛନ୍ତି। ଉକ୍ତ ଆସନରୁ ୨୦୦୯ରେ କଂଗ୍ରେସର ସ୍ବର୍ଗତ ହେମାନନ୍ଦ ବିଶ୍ବାଳ ବିଜୟୀ ହୋଇ ଏମ୍‌ପି ହୋଇଥିଲେ। ମାତ୍ର ୨୪ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ ଏହି ଆସନ ହାତେଇବାରେ ସଫଳ ହୋଇପାରିନାହିଁ। ୨୦୧୯ରେ ସୁନୀତାଙ୍କୁ ପ୍ରାର୍ଥୀ କରି ଭାଜପା ଓ କଂଗ୍ରେସର ପାରମ୍ପରିକ ଆଦିବାସୀ ଭୋଟ ହାତେଇ ବିଜୟୀ ହେବାକୁ ବିଜେଡି ଆଶା ରଖିଥିଲା। ହେଲେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏଥର କିନ୍ତୁ ବିଜେଡି ଏହି ଆସନକୁ ଅଧିକ ଫୋକସରେ ରଖି ଗତ ୫ବର୍ଷ ମଧ୍ୟରେ ଜିଲାରେ ନିଜର ସାଙ୍ଗଠନିକ ସ୍ଥିତିକୁ ପୂର୍ବାପେକ୍ଷା ସୁଦୃଢ଼ କରିଛି। ଏକଦା ଏହି ଲୋକ ସଭା ଆସନ କଂଗ୍ରେସର ଗଡ଼ କୁହାଯାଉଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ଭାଜପାର ଗଡ଼ ହୋଇଛି। ୨୦୧୪ରେ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିଥିଲା। ସେତେବେଳେ ମଧ୍ୟ ବିଜୁ ଜନତା ଦଳ ସଫଳ ହୋଇ ନ ଥିଲା।
ଜୁଏଲଙ୍କୁ ଟକ୍କର ଦେବାକୁ ବିଜେଡି ସ୍ବତନ୍ତ୍ର ରଣନୀତି କରିଥିବା କୁହାଯାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲାକୁ ଫୋକସରେ ରଖି ବ୍ୟାପକ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି। ସେଥିମଧ୍ୟରୁ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ସହ ହକି ବିଶ୍ବକପ ଆୟୋଜନ, ଜିଲାର ୧୭ଟି ବ୍ଲକରେ ହକି ଖେଳ ପାଇଁ ସ୍ବତନ୍ତ୍ର ଆଷ୍ଟ୍ରୋଟପ ବ୍ୟବସ୍ଥା, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି, ଆଦିବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହାରି ମାଧ୍ୟମରେ ଆଦିବାସୀଙ୍କ ନିକଟତର ହେବା ପାଇଁ ବିଜେଡି ପ୍ରୟାସ କରିଛି। ଏଥିସହ ଅନ୍ୟାନ୍ୟ ଯୋଜନା ତଥା କାର୍ଯ୍ୟକ୍ରମ ଯୋଗୁ ଜିଲାରେ ଏଥର ବିଜେଡି ସଫଳତା ହାସଲ କରିବ ବୋଲି ବିଜେଡି ଶିବିର ଦାବି କରିଛି। ଅପରପକ୍ଷରେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯୋଗୁ ଲୋକଙ୍କ ଆସ୍ଥାଭାଜନ ହୋଇ ପୁଣିଥରେ ଲୋକ ସଭା ଓ ଜିଲାର ୭ଟି ବିଧାନସଭା ଆସନରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି।
କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଞ୍ଜିବାଦ ଶାସନ ଓ ଆଦିବାସୀ, ଗରିବ, ଦଳିତମାରଣ ନୀତି ବିରୋଧରେ ଲୋକେ ଏଥର କଂଗ୍ରେସ ଉପରେ ଭରସା କରିବେ ବୋଲି ଦାବି କରିଛି। କଂଗ୍ରେସ ଗତ ନିର୍ବାଚନରେ ଜିଲାର ଆଦିବାସୀ ନେତା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ସେ କଂଗ୍ରେସ ହାତ ଛାଡ଼ିଛନ୍ତି। ଅନ୍ୟ ଥର ଅପେକ୍ଷା ଏଥର ଜୁଏଲଙ୍କୁ ମୋଦି ଭରସା ଓ ସେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। କେତେକ ସାମାଜିକ ଗଣମାଧ୍ୟମରେ ‘ମୋଦି ଜରୁରୀ, ଜୁଏଲ ମଜବୁରୀ’ ବୋଲି ଚର୍ଚ୍ଚା ରାଜନୈତିକ ଆଲୋଚନାକୁ ଆହୁରି ରସାଳ କରିଛି। ଏପଟେ ଦିଲୀପ ଶୁକ୍ରବାରଠାରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରି ସୁନ୍ଦରଗଡ଼ବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏପରିକି କଂଗ୍ରେସର କିଛି ନେତାଙ୍କୁ ବିଧାୟକ ଟିକେଟ ଦେଇ ଭାଜପା ଲୋକ ସଭା ଭୋଟରେ ବୃଦ୍ଧି ପାଇଁ ମଧ୍ୟ ଯୋଜନା କରୁଥିବା ନେଇ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?