ତାଓ୍ବାଙ୍ଗରେ ଭାରତ,ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ/ବେଜିଂ, ୯।୧୦: ଉତ୍ତରାଖଣ୍ଡରେ ଚାଇନା ସୈନ୍ୟ ଅନୁପ୍ରବେଶ କରିବା ଘଟଣାର ମାସକ ପରେ ଗତ ସପ୍ତାହରେ ପୁଣି ଥରେ ସେମାନେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମ କରି ଅରୁଣାଚଳପ୍ରଦେଶରେ ଅନୁପ୍ରବେଶ କରିଥିଲେ। ତାଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ସହ ଭାରତୀୟ ଯବାନ ମୁହଁାମୁହିଁ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ମତପାର୍ଥକ୍ୟ ରହିଥିବାରୁ ଉଭୟ ପକ୍ଷ ସେମାନଙ୍କ ଧାରଣାର ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥାନ୍ତି। ତେବେ ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟକୁ ପଶିଆସିଥିବାରୁ ତାଓ୍ବାଙ୍ଗ ସେକ୍ଟରର ୟାଙ୍ଗସେ ନିକଟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସହ ଠେଲାପେଲା ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ସ୍ଥାନୀୟ କମାଣ୍ଡରଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଓ ଚାଇନା ସୈନ୍ୟ ଫେରିଯାଇଥିଲେ। ପୂର୍ବ ଲଦାଖ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଓ ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଆଗକୁ ଦୁଇ ସୈନ୍ୟବାହିନୀର କମାଣ୍ଡର ସ୍ତରୀୟ ବୈଠକ ହେବାକୁ ଥିବାବେଳେ ଏହା ପୂର୍ବରୁ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି।
ସାମରିକ ଅଧିକାରୀଙ୍କ କହିବା ଅନୁଯାୟୀ ଭାରତ ଓ ଚାଇନା ମଧ୍ୟରେ କୌଣସି ଆନୁଷ୍ଠାନିକ ସୀମାରେଖା ଚିହ୍ନଟ ହୋଇ ନ ଥିବାରୁ ଅନେକ ସମୟରେ ପ୍ରକୃତ ନିୟନ୍ତ୍ରଣ ରେଖା ଧାରଣାକୁ ନେଇ ମତପାର୍ଥକ୍ୟ ଦେଖାଦେଇଥାଏ। ଦୁଇ ଦେଶ ମଧ୍ୟରେ ରହିଥିବା ବୁଝାମଣା ଓ ପ୍ରୋଟୋକଲ ଅନୁଯାୟୀ ସମସ୍ୟାର ସମାଧାନ କରାଯାଇ ଆସୁଛି। ଗତ ସପ୍ତାହର ମୁହଁାମୁହିଁ ସ୍ଥିତି ଯୋଗୁ ଭାରତୀୟ ପ୍ରତିରକ୍ଷା ଓ ଭିତ୍ତିଭୂମିର କୌଣସି କ୍ଷତି ହୋଇ ନ ଥିବା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପିଏଲ୍‌ଏ ସୈନ୍ୟ ଅରୁଣାଚଳପ୍ରଦେଶ ମଧ୍ୟରେ ପ୍ରବେଶ କରିବା ଓ ଭାରତୀୟ ଯବାନଙ୍କ ଦ୍ୱାରା ଅଟକ ରହିବା ସମ୍ପର୍କରେ ଚାଇନାକୁ ଜଣା ନ ଥିବା ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର କହିଛନ୍ତି।
ଭାରତର ସୀମାକୁ କୌଣସି ବାହ୍ୟଶକ୍ତି ଉଲ୍ଲଂଘନ କରିବାକୁ ଦିଆଯିବ ନାହିଁ ବୋଲି ବାୟୁସେନା ମୁଖ୍ୟ ଭି.ଆର୍‌. ଚୌଧରୀ କହିଛନ୍ତି। ଭାରତ ଭୂଖଣ୍ଡକୁ ସୁରକ୍ଷିତ ରଖିବା ଲାଗି ବାୟୁସେନା ଯୋଦ୍ଧାମାନେ ନିଶ୍ଚୟ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାକୁ ୮୯ତମ ବାୟୁସେନା ଦିବସ ଅବସରରେ ଉଦ୍‌ବୋଧନ ଦେଇ ଚୌଧରୀ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri