ଖୁସିର ସନ୍ଧାନେ

ଉତ୍ତର ୟୁରୋପ ଅର୍ଥାତ୍‌ ସ୍କାଣ୍ଡିନେଭିଆ ଦେଶ ଯଥା ଫିନ୍‌ଲାଣ୍ଡ, ସୁଇଡେନ୍‌ ଓ ଡେନ୍‌ମାର୍କରେ ‘ହାଇଗେ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଗେର ଅର୍ଥ ହେଉଛି ପ୍ରତ୍ୟେକ ମଣିଷ ଏକ ସମୃଦ୍ଧ ଓ ସନ୍ତୋଷଜନକ ବାତାବରଣରେ ବଞ୍ଚିବା।

 

ବିଶ୍ୱ ଖୁସି (ହାପିନେସ୍‌) ରିପୋର୍ଟ ୨୦୨୨ ଏବେ ପ୍ରକାଶ ପାଇଛି। ଏଥିରେ ଫିନ୍‌ଲାଣ୍ଡ କ୍ରମାଗତ ୫ମ ଥର ସକାଶେ ତାଲିକାର ଶୀର୍ଷରେ ରହିଥିବା ବେଳେ ଆଫଗାନିସ୍ତାନ ସବା ତଳେ ରହିଛି। ଭାରତର ସ୍ଥାନ ୧୩୬ରେ ଅଛି। ସମୁଦାୟ ୧୪୬ ଦେଶ ଉପରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଭାରତ ବିଶ୍ୱର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ବୋଲି କହୁଛି। ହେଲେ ଏହାର ନାଗରିକମାନେ ଖୁସି ଅନୁଭବ ନ କରିବା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ଚିନ୍ତାର ବିଷୟ। ଉଲ୍ଲେଖଯୋଗ୍ୟ ଯେ ପଡ଼ୋଶୀ ରାଷ୍ଟ୍ର ଚାଇନା, ନେପାଳ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ଖୁସି ତାଲିକାର ତଳେ ଆମ ଦେଶ ଅଛି। ସେହି ଦେଶଗୁଡ଼ିକ ଯଥାକ୍ରମେ ୭୨, ୮୫, ୯୪, ୧୨୧ ଏବଂ ୧୨୭ ସ୍ଥାନରେ ଅଛନ୍ତି।ମଣିଷ ଖୁସିରେ ରହିଲେ ତାହା ଦ୍ୱାରା ଉନ୍ନତିମୂଳକ କାର୍ଯ୍ୟ ସମ୍ଭବପର ହୁଏ। ଅସନ୍ତୁଷ୍ଟ ମାନବ ସମ୍ବଳ କେବେହେଲେ କାରଖାନା, କାର୍ଯ୍ୟାଳୟ, ଚିକିତ୍ସାଳୟ, ବିଦ୍ୟାଳୟଠାରୁ ଆରମ୍ଭକରି ବାସଗୃହରେ ଦକ୍ଷତା ପ୍ରଦର୍ଶନ କରିପାରନ୍ତି ନାହିଁ। ସବୁ ଉନ୍ନତିମୂଳକ କାର୍ଯ୍ୟର ମୂଳରେ ରହିଛି ମାନବ ସମ୍ବଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଜାତିସଂଘର ନିରନ୍ତର ବିକାଶ ସଲ୍ୟୁସନ୍ସ ନେଟଓ୍ବର୍କ ଦ୍ୱାରା ୨୦୧୨ରେ ବିଶ୍ୱ ଖୁସି ରିପୋର୍ଟ ପ୍ରଥମେ ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୦ରେ ଅନ୍ତର୍ଜାତୀୟ ଖୁସି ଦିବସ ପାଳନ ପୂର୍ବରୁ ପ୍ରକାଶିତ ରିପୋର୍ଟରେ ୧୪୬ ଦେଶର ଆନନ୍ଦାବସ୍ଥାକୁ ସ୍ଥାନିତ କରାଯାଇଛି। ଗୋଟିଏ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି), ଜୀବନ ଜିଇବାର କାଳ, ବ୍ୟକ୍ତିର ପସନ୍ଦ ଲାଗି ସ୍ବାଧୀନତା ମିଳିବା ଆଦି ବିଷୟବସ୍ତୁକୁ ବିଚାରକୁ ନିଆଯାଇ ସର୍ଭେ ମାଧ୍ୟମରେ ମତ ସଂଗ୍ରହ କରାଯାଇଥାଏ। ଦେଶ ଉପରେ ଏହିସବୁ ପ୍ରମୁଖ ଉପାଦାନ ଏକ ସକାରାତ୍ମକ ପ୍ରଭାବ ପକାଉଥିବାରୁ ନାଗରିକମାନେ ଖୁସି ରହୁଛନ୍ତି। ଆଫଗାନିସ୍ତାନ ସବୁଠାରୁ ଦୁଃଖୀ ଦେଶ ହେବା ପଛରେ ଯେଉଁସବୁ କାରଣ ଦାୟୀ ତାହା ବିଶ୍ୱବାସୀ ଭଲ ଭାବେ ଅବଗତ ଅଛନ୍ତି। ଗତବର୍ଷ ଅଗଷ୍ଟ ୧୫ରେ ଆମେରିକା ଯେଉଁଭଳି ଭାବେ ନିଜର ସୈନ୍ୟ ସେଠାରୁ ପ୍ରତ୍ୟାହାର କରିନେଲା ଓ ତାଲିବାନ ସହଜରେ କ୍ଷମତା ଦଖଲ କରିନେଲେ, ତାହାର କୁପ୍ରଭାବ ବିଶେଷକରି ମହିଳା ଓ ପିଲାମାନଙ୍କ ଉପରେ ପଡ଼ିଛି। ଅନ୍ୟପକ୍ଷରେ ଫିନ୍‌ଲାଣ୍ଡ ସବୁଠାରୁ ଖୁସି ଦେଶ ରହିଆସିଛି। ସମଗ୍ର ୟୁରୋପର ୭୦ ପ୍ରତିଶତ ଜଙ୍ଗଲ ଏହି ଦେଶରେ ରହିଛି। ସରକାର ଓ ସମାଜ ନାଗରିକଙ୍କ ସାମାଜିକ ଦାୟିତ୍ୱକୁ ପୂରଣ କରିଥାଆନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବା ସହ ଦୁର୍ନୀତି ଓ ହିଂସା ନ ଥିବାରୁ ଲୋକେ ଆନନ୍ଦରେ ଜୀବନ ଅତିବାହିତ କରୁଛନ୍ତି। ଉତ୍ତର ୟୁରୋପ ଅର୍ଥାତ୍‌ ସ୍କାଣ୍ଡିନେଭିଆ ଦେଶ ଯଥା ଫିନ୍‌ଲାଣ୍ଡ, ସୁଇଡେନ୍‌ ଓ ଡେନ୍‌ମାର୍କରେ ‘ହାଇଗେ’ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହାଇଗେର ଅର୍ଥ ହେଉଛି ପ୍ରତ୍ୟେକ ମଣିଷ ଏକ ସମୃଦ୍ଧ ଓ ସନ୍ତୋଷଜନକ ବାତାବରଣରେ ବଞ୍ଚତ୍ବା। ସବୁ ସମୟରେ ଧନ ସମ୍ପତ୍ତି ଏବଂ ସ୍ବାର୍ଥ ପଛରେ ଦୌଡ଼ୁଥିବା ମଣିଷ ସନ୍ତୋଷଲାଭ କରିପାରେ ନାହିଁ। ଆମେ ଅନେକ ସମୟରେ ଅଳସୁଆ ବ୍ୟକ୍ତିଙ୍କୁ ସମାଲୋଚନା କରିଥାଉ। କିନ୍ତୁ ଏହି ଆଧୁନିକ ହାଇଗେ ଦୃଷ୍ଟିରୁ ଦେଖିଲେ ମାନବ ଜାତିର ସର୍ବୋଚ୍ଚ ଲକ୍ଷ୍ୟ ସବୁବେଳେ ରହିଆସିଛି ଖୁସି ଓ ସନ୍ତୁଷ୍ଟିପ୍ରାପ୍ତି। ଯଦି କେହି ପଖାଳ ଖାଇ ସୁଖନିଦ୍ରା ନେଇପାରିଲେ, ତେବେ ସେହି ସୁଖଠାରୁ ଅନ୍ୟ କୌଣସି ବିଷୟ କେବେ ହେଲେ ବଡ଼ ହୋଇପାରିବ ନାହିଁ। ଅନ୍ୟପଟେ ଏହିଭଳି ପରିସ୍ଥିତିରେ ପହଞ୍ଚତ୍ବା ସକାଶେ ଏକ ସମାଜରେ ପ୍ରତ୍ୟେକ ନାଗରିକକୁ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ଦିଆଯିବା ଜରୁରୀ। ଏହି ଲକ୍ଷ୍ୟ ହାସଲ ହେବା ପରେ ଯେକୌଣସି ବ୍ୟକ୍ତି ଅଧିକ କାର୍ଯ୍ୟ କରି ମୋଟରଗାଡ଼ି, ଟେଲିଭିଜନ୍‌, ଏୟାରକଣ୍ଡିସ୍‌ନର ଇତ୍ୟାଦି ବସ୍ତୁବାଦୀ ସାମଗ୍ରୀ କିଣିବାକୁ ଚାହିଁଲେ ତାହା ଏକ ଅସରନ୍ତି ଦୌଡ଼।
ଏହି ପ୍ରଚ୍ଛଦପଟରେ ଭାରତକୁ ଦେଖିଲେ ପୃଥିବୀର ଦ୍ୱିତୀୟ ସର୍ବାଧିକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହାର ବହୁବିଧ ସମସ୍ୟା ରହିଛି। ଏକ ବିକାଶଶୀଳ ରାଷ୍ଟ୍ର ବୋଲି ଜଗତରେ ପରିଚିତ ଥିଲେ ମଧ୍ୟ ଭାରତରେ ମୁଦ୍ରାସ୍ଫୀତି ବଢ଼ିଚାଲିବା, ଦାରିଦ୍ର୍ୟ ଓ ବେକାର ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସାମାଜିକ ବିଦ୍ୱେଷ ଦେଖାଦେଉଥିବାରୁ ନାଗରିକମାନେ ସର୍ବଦା ଭୟ, ଅସନ୍ତୋଷ ଓ ଚିନ୍ତା ଦେଇ ଗତି କରୁଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସବୁ ବର୍ଗକୁ ମିଳିପାରୁ ନ ଥିବାରୁ ସେହି ପରିବାର ଅଶାନ୍ତି ଅନୁଭବ କରୁଛନ୍ତି।
ଏବେ ଏଭଳି ଏକ ସ୍ଥିତି ସୃଷ୍ଟି କରିଦିଆଯାଇଛି, ଯେଉଁଥିରେ ଅନ୍ୟକୁ ଦୋଷ ଦେଇ ସମସ୍ତେ ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଏହାଫଳରେ କୌଣସି ପଟେ କେହି ଖୁସିଲାଭ କରିପାରୁ ନାହାନ୍ତି। ଦୋଷ ଲଦିବା ହୋଇଯାଇଛି ମୁଖ୍ୟ କାର୍ଯ୍ୟ। ସମୟ ଆସିଲାଣି ଯେତେବେଳେ କ୍ଷମତାସୀନ ବ୍ୟକ୍ତିମାନେ କେବଳ ରାସ୍ତାଘାଟ, କାରଖାନା କିମ୍ବା ବିଦ୍ୟୁତ୍‌ ସଂଯୋଗ ଭଳି ଭିତ୍ତିଭୂମି ସମ୍ପର୍କରେ ବୁଝିବା ପରିବର୍ତ୍ତେ ଲୋକଙ୍କୁ ପଚାରିବା ଦରକାର ସେମାନେ ଖୁସି ଅଛନ୍ତି ନା ନାହିଁ। ଏବଂ ସେହି ଲକ୍ଷ୍ୟରେ କାର୍ଯ୍ୟ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri