ରାୟଗଡ଼ା ଜିଲାରେ ସ୍କୁଲକୁ ଆସୁନାହାନ୍ତି ୬୩୯୨ ଛାତ୍ରୀଛାତ୍ର

ରାୟଗଡ଼ା ଅଫିସ,୧୫।୫: କରୋନା ସ୍ଥିତିରେ ସୁଧାର ଆସିବା ପରେ ସମସ୍ତ ସ୍କୁଲ ଖୋଲିବା ସହ ପାଠପଢ଼ା ସ୍ବାଭାବିକ ହୋଇଛି। ହେଲେ ରାୟଗଡ଼ା ଜିଲାରେ ପୂର୍ବଭଳି ପିଲାମାନେ ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ଜିଲାରେ ୬୩୯୨ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବା ତଥ୍ୟରୁ ଜଣାପଡ଼ିଛି। କାଶୀପୁର ବ୍ଲକରେ ସର୍ବାଧିକ ପିଲା ଅନୁପସ୍ଥିତ ରହୁଛନ୍ତି। ସେହିପରି ଗୁଡାରି ବ୍ଲକରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା ସବୁଠାରୁ କମ୍‌ ରହିଛି। ଏହି ତଥ୍ୟ ଏବେ ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ଶିକ୍ଷକମାନେ ଘରକୁ ଘର ଯାଇ ଡ୍ରପ୍‌ଆଉଟ ପିଲାଙ୍କୁ ସ୍କୁଲ ମୁହାଁ କରାଇବେ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଏହା ରାୟଗଡ଼ା ଜିଲାରେ କେତେ ସଫଳ ହେବ ତାହା ଆଗାମୀ ସମୟ କହିବ।
ସଚେତନତା ସତ୍ତ୍ୱେ ଅନେକ ଅଭିଭାବକଙ୍କ ମନରେ ଏବେ ମଧ୍ୟ କରୋନା ଭୟ ରହିଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ କହିଛନ୍ତି। ଅନ୍ୟପକ୍ଷରେ କେତେଜଣ ପିଲା ଜିଲା ଛାଡ଼ି ବାହାରେ ଦାଦନ ଖଟୁଥିବା ସୂଚନା ମିଳିଛି। ଡ୍ରପ୍‌ଆଉଟ୍‌ ବିଷୟରେ ରାୟଗଡ଼ା ସହରସ୍ଥିତ ଏକ୍ସ ବୋର୍ଡ ବାଇଲିଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପିଲାମାନେ ଜିଲା ଛାଡ଼ି ଚାଲିଯାଇଛନ୍ତି। ସେହିପରି ସହକାରୀ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ସରକାର ପିଲାମାନଙ୍କ ପାଇଁ ସମସ୍ତ ଯୋଜନା କରିଛନ୍ତି। ତଥାପି କରୋନା ଭୟରେ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଛାଡ଼ୁନାହାନ୍ତି।
ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୨୭୦୮ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବାବେଳେ ହାଇସ୍କୁଲ ସ୍ତରରେ ୩୬୮୪ ଛାତ୍ରୀଛାତ୍ର ସ୍କୁଲ ଆସୁ ନ ଥିବା ଜଣାପଡ଼ିଛି। ପିଲାମାନେ କିପରି ପୁଣି ବିଦ୍ୟାଳୟ ମୁହାଁ ହେବେ ଏବଂ ଦାଦନ ନ ଖଟି ପାଠପଢ଼ା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସ୍କୁଲ ସ୍ତରୀୟ କମିଟି ଗଠନ କରାଯାଇଛି। ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କ ଘରକୁ ଯାଇ ଅଭିଭାବକମାନଙ୍କୁ ବୁଝାଉଛନ୍ତି। ଏହା ବ୍ୟତୀତ ଶିକ୍ଷା ବିଭଗର ଏକ ସଚେତନତା ରଥ ଜିଲାର ୧୧ ବ୍ଲକରେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କୁ ସଚେତନ କରୁଛି। ଜିଲାରେ ପ୍ରୟ ୧ ଲକ୍ଷ ୮୦ ହଜାର ଛାତ୍ରୀଛାତ୍ର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୬ହଜାରରୁ ଊର୍ଦ୍ଧ୍ୱ ପିଲା ଏ ପର୍ଯନ୍ତ ସ୍କୁଲକୁ ଆସିନାହାନ୍ତି। ସେମାନଙ୍କୁ ସ୍କୁଲ ମୁହାଁ କରିବା ପାଇଁ ରାଜ୍ୟ ସରକାର ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଜିଲାପାଳ ସରୋଜ କୁମର ମିଶ୍ର କହିଛନ୍ତି। ତେବେ ପିଲାମାନେ ସ୍କୁଲକୁ କିପରି ଫେରିବେ ଏବଂ ଉପସ୍ଥାନ ଭଲ ରହିବ ତାହା ଏବେ ବଡ଼ ଚାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri