ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦:  ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୨୩୮୩.୯୯ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ ୪୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ବୃଦ୍ଧି ହାର ସର୍ବାଧିକ। ୨୦୨୧ ସେପ୍ଟେମ୍ବର ସୁଦ୍ଧା ମୋଟ୍‌ ଉପରେ ୨୦୩୦୩.୮୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୦୨୦ ସୁଦ୍ଧା ୧୨,୨୭୨.୯୮ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା। ଏ କ୍ଷେତ୍ରରେ ୬୫.୪୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୫,୦୨୬.୦୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା।
ରାଜ୍ୟ ଜିଏସ୍‌ଟି ବାବଦରେ ୨୦୨୧ ସେପ୍ଟେମ୍ବରରେ ୯୨୯.୬୮ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୬୩୧.୦୮ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ୪୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ମୋଟ ରାଜ୍ୟ ଜିଏସ୍‌ଟି ସଂଗ୍ରହ ୫୭୬୬.୪୩ କୋଟି ଟଙ୍କା ରହିଥିବାବେଳେ ୨୦୨୦ ସେପ୍ଟେମ୍ବର ବେଳକୁ ଏହି ପରିମାଣ ଥିଲା ୩୬୭୧.୪୫ କୋଟି ଟଙ୍କା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୫୭.୦୬ ପ୍ରତିଶତ। ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୪୩୩୨.୪୯ କୋଟି ଟଙ୍କା। ସେହିପରି ୨୦୨୧ ସେପ୍ଟେମ୍ବରରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଜିଏସ୍‌ଟି (ସେସ୍‌) ବାବଦକୁ ଯଥାକ୍ରମେ ୭୭୨.୯୩ କୋଟି, ୯୯୬.୪୮ କୋଟି ଓ ୬୨୬.୮୫ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଏ କ୍ଷେତ୍ରରେ ଯଥାକ୍ରମେ ୫୫.୪୬ ପ୍ରତିଶତ, ୩୦.୫୬ ପ୍ରତିଶତ ଓ ୨୭.୨୮ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।
୨୦୨୧ ସେପ୍ଟେମ୍ବର ରେ ପେଟ୍ରୋଲ ଓ ମଦ ଉପରୁ ଭାଟ୍‌ ବାବଦରେ ମୋଟ୍‌ ୮୦୭.୮୧ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହି ପରିମାଣ ଥିଲା ୫୭୭.୨୭ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି।
୨୦୨୧ ସେପ୍ଟେମ୍ବରରେ ମୋଟ୍‌ ୧୩.୬୭ ଲକ୍ଷ ଇ-ୱେବିଲ୍‌ ନିର୍ଗମନ ହୋଇଥିବାବେଳେ ୨୦୨୦ରେ ଏହା ଥିଲା ୧୨.୩୩ ଲକ୍ଷ।ଫଳରେ ଏ କ୍ଷେତ୍ରରେ ୧୦.୯୮ ପ୍ରତିଶତ ବୃଦ୍ଧି ଘଟିଛି।
ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥାର ଉପଯୋଗକରି ଭୁଲ୍‌ ରିଟନର୍‌ସ ଦାଖଲକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କଠାରୁ ଆଇନ ଅନୁଯାୟୀ ଟିକସ ଆଦାୟ କରିବା ପାଇଁ ନିକଟରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁନୀଲ କୁମାର ଲୋହାନି କ୍ଷେତ୍ରୀୟ ଅଧିକାରୀମାନଙ୍କର କାର୍ଯ୍ୟର ସମୀକ୍ଷାକରି ନିର୍ଦ୍ଦେଶ ଦେଇଛନ୍ତି। ସଚ୍ଚୋଟ ଟିକସଦାତାମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri