ଉତ୍ତର କୋରିଆରେ ହାହାକାର, ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସାଢ଼େ ୮ ଲକ୍ଷରୁ ଅଧିକ ସଂକ୍ରମିତ…

ପୋଙ୍ଗୟାଙ୍ଗ, ୧୫।୫ : ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ଏକଛତ୍ରବାନଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅନୁମତି ବିନା ଗଛର ପତ୍ର ମଧ୍ୟ ପ୍ରବେଶ କରି ପାରେନା। ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ସଙ୍କଟରେ ପଡିଥିଲା, ସେତେବେଳେ ଉତ୍ତର କୋରିଆ ଦାବି କରିଥିଲା ଯେ ସେଠାରେ କରୋନାର କୌଣସି ମାମଲା ନାହିଁ । ତେଣୁ ଉତ୍ତର କୋରିଆର କରୋନା ଟିକା ଦରକାର ନାହିଁ । କିନ୍ତୁ ବର୍ତ୍ତମାନ ଉତ୍ତର କୋରିଆରେ ଏକ ରହସ୍ୟମୟ ଜ୍ୱର ସଂକ୍ରମଣ ହେଉଛି।

ଏହା ଶୀଘ୍ର ବ୍ୟାପିବାରେ ଲାଗିଛି। ଯଦିଓ ଏହାକୁ କରୋନା ମହମାରୀ ବୋଲି ଅନୁମାନ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ପରେ, ଏହି ରହସ୍ୟମୟ ଜ୍ୱର ଯୋଗୁ ମୃତକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଉତ୍ତର କୋରିଆର ପରିସ୍ଥିତି ଉପରେ ନଜର ରଖୁଥିବା ଏକ ଏଜେନ୍ସି ଅନୁଯାୟୀ, ଏହି ରହସ୍ୟମୟ ଜ୍ୱର ଯୋଗୁଁ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। ଏହା ବ୍ୟତୀତ ଏହି ରହସ୍ୟମୟ ଜ୍ୱର ଅତି ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏପର୍ଯ୍ୟନ୍ତ ପ୍ରାୟ ସାଢ଼େ ୮ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି।

ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ଠାରୁ ଦୂରେଇ ରହିଥିବା ଉତ୍ତର କୋରିଆ ଗୁରୁବାର ଦେଶରେ କୋଭିଡ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇଥିବା ସମ୍ପର୍କରେ ଘୋଷଣା କରିଥିଲା। କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି କହିଛି ଯେ ଫ୍ଲୁ ଲକ୍ଷଣ ଥିବା ପ୍ରାୟ ତିନି ଲକ୍ଷ ନୂତନ ରୋଗୀ ଦେଶରେ ଦେଖାଦେଇଛନ୍ତି ଏବଂ ରୋଗୀଙ୍କ ସଂଖ୍ୟା ସାଢ଼େ ୮ ଲକ୍ଷରୁ ଅଧିକକୁ ବୃଦ୍ଧି ପାଇଛି।

ଉତ୍ତର କୋରିଆରେ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହା ଦେଶର ଦୁର୍ବଳ ଅର୍ଥନୀତି ଉପରେ ଅଧିକ ଚାପ ପକାଇପାରେ ବୋଲି ଅନୁମାନ କରାଯାଉଛି। ଏଥି ସହ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଶନିବାର ଶାସକ ଦଳର ପଲିଟିବୁରୋ ବୈଠକରେ ସ୍ବାଇନ ଫ୍ଲୁକୁ ଏକ ପ୍ରମୁଖ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଚାଇନା ଠାରୁ ଶିକ୍ଷା ଗ୍ରହଣ କରି ଉତ୍ତର କୋରିଆ ଏଭଳି ସଂକ୍ରମଣର ମୁକାବିଲା କରିପାରିବ।

ଯଦିଓ ରହସ୍ୟମୟ ଜ୍ୱରରେ ପୀଡିତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ କମିବାରେ ଲାଗିଛି। ଇତିମଧ୍ୟରେ ୫ ଲକ୍ଷ ଲୋକ ସୁସ୍ଥ ହୋଇଥିବାବେଳେ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?