ନିମିଷକରେ ଛାରଖାର

ଯାଜପୁର ଜିଲା କୋରେଇ ଷ୍ଟେଶନରେ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ମାଲବାହୀ ଟ୍ରେନ୍‌। ଏହା ଏତେ ଭୟଙ୍କର ଥିଲା ଯେ, ୫୯ ବଗି ମଧ୍ୟରୁ ୧୪ଟି ଲାଇନଚ୍ୟୁତ୍‌ ହୋଇଥିଲା। ସେଥିମଧ୍ୟରୁ ୮ଟି ବଗି ପ୍ଲାଟ୍‌ଫର୍ମକୁ ଚଢ଼ିଯାଇଥିଲା। ଫଳରେ ନିମିଷକ ମଧ୍ୟରେ କୋରେଇ ଷ୍ଟେଶନ ଛାରଖାର ହୋଇଯାଇଥିଲା। ଟ୍ରେନ୍‌କୁ ଅପେକ୍ଷା କରିଥିବା ୩ ମହିଳା ଯାତ୍ରୀଙ୍କ ଜୀବନ ଚାଲିଯାଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବର୍ତ୍ତିଲେ ଅଢେଇ ମାସର ଶିଶୁପୁତ୍ର
କଣ୍ଢେଇ ବିନ୍ଧାଣୀ ତାଙ୍କ ଅଢେଇ ମାସର ଶିଶୁ ପୁତ୍ର ଓ ରୋଗିଣା ଶାଶୁ ପାର୍ବତୀ ବିନ୍ଧାଣୀଙ୍କୁ ନେଇ କଟକ ବଡ଼ ମେଡିକାଲକୁ ଯିବାକୁ ବାହାରିଥିଲେ। ଶାଶୁ ପାର୍ବତୀଙ୍କୁ ଟ୍ୟୁମର ରୋଗ ହୋଇଥିଲା। ତାଙ୍କ ଚିକିତ୍ସା କରି ଘରକୁ ଫେରିବାକୁ ଯୋଜନା ଥିଲା। ଏଥିପାଇଁ ଡିଏମୟୁ ଟ୍ରେନରେ କଟକକୁ ଯିବାକୁ ପ୍ଲାଟଫର୍ମରେ ଟିକେଟ କାଟି ଠିଆ ହୋଇଥିଲେ। କିନ୍ତୁ ଟ୍ରେନ ଦୁର୍ଘଟଣାରେ ପାର୍ବତୀ ଏବଂ କଣ୍ଢେଇଙ୍କ ଜୀବନ ଚାଲି ଯାଇଥିବାବେଳେ ସୌଭାଗ୍ୟବଶତଃ ଅଢ଼େଇ ମାସର ଶିଶୁପୁତ୍ର ବଞ୍ଚତ୍ୟାଇଛି। କଣ୍ଢେଇ ଉପସ୍ଥିତ ବୁଦ୍ଧି ଖଟାଇ ପୁଅକୁ ଫୋପାଡ଼ି ଦେବାରୁ ତା’ର ଜୀବନ ବଞ୍ଚତ୍ ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।
ଅବ୍‌ଜୁଲ ବିବି ଏକମାତ୍ର ରୋଜଗାରକ୍ଷମ ଥିଲେ
କୋରେଇ ଥାନା ଅନ୍ତର୍ଗତ ଫାଜଲପୁର (ଶଙ୍ଖପାରି)ର ଅବଜୁଲ ବିବିଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ସେକ ମୟିଉଦ୍ଦିନ ଜଣେ ଭିନ୍ନକ୍ଷମ ହୋଇଥିବାରୁ ଘରେ ରୁହନ୍ତି। ତେଣୁ ଏକମାତ୍ର ରୋଜଗାରକ୍ଷମ ଅବଜୁଲଙ୍କ ମୃତ୍ୟୁପରେ ୨ ପୁଅ ଓ ୨ ଝିଅ ଅନାଥ ହୋଇଯାଇଛନ୍ତି। ଝିଅଙ୍କୁ ଏବେ କେମିତି ବିବାହ କରାଇବେ ସେହି ଚିନ୍ତାରେ ରହିଛନ୍ତି ମୟିଉଦ୍ଦିନ। ତେଣୁ ଅବଜୁଲିଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ଜଣଙ୍କୁ ରେଲଓ୍ବେରେ ଚାକିରି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ରେଳ କର୍ମଚାରୀ ଆହତ
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ରେଳ କର୍ମଚାରୀ ସୁନୀଲ ବିନ୍ଧାଣୀଙ୍କ ଉପରେ ଏକ ଲୁହା ଏଙ୍ଗେଲ ଖସି ପଡ଼ିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ କୋରେଇ ମେଡିକାଲ ଓ ପରେ ଯାଜପୁର ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
‘ଅବହେଳାରୁ ଦୁର୍ଘଟଣା ଘଟିଲା’
ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଅବହେଳା ମନୋଭାବ ଯୋଗୁ ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା ବୋଲି ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଅଭିଯୋଗ କରିଛି। ମଞ୍ଚ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ମାଲବାହୀ ଟ୍ରେନରୁ ମାଲ୍‌ ଅନଲୋଡ୍‌ ଓ ଲୋଡିଂ ପରେ ବଗିଗୁଡିକର କବାଟ ବା ଡାଲା ପକାଇବା ନିୟମ ରହିଛି। ମାତ୍ର ସମ୍ପୃକ୍ତ ଠିକାସଂସ୍ଥା ବଗିର କବାଟରେ ତାଲା ନ ପକାଇ ଜିଆଇ ତାର ବାନ୍ଧନ୍ତି। ଏହାକୁ ବିଭାଗୀୟ କର୍ତ୍ତୃପକ୍ଷ ତନଖି କରନ୍ତି ନାହିଁ, ଯାହା ଫଳରେ ଏହି ଦୁର୍ଘଟଣା ହେଲା। ତେଣୁ ସମ୍ପୃକ୍ତ ଠିକାସଂସ୍ଥା ଏବଂ ଅଧିକାରୀଙ୍କ ବିରୋଧରେ ଆଇପିସି ଦଫା ୩୦୨ ଅନୁଯାୟୀ ମାମଲା ଦାଏର କରାଯାଉ। ଏହାସହ ମୃତକଙ୍କ ପରିବାରଙ୍କୁ ଚାକିରି ଓ ୩୦ ଲକ୍ଷ ଟଙ୍କା ସହାୟତା ଓ ଆହତଙ୍କୁ ୧୦ ଲକ୍ଷ ସହାୟତା ଦିଆଯାଉ ବୋଲି ମଞ୍ଚର ରାଜ୍ୟନେତା ମନୋରଞ୍ଜନ ଜେନା କହିଛନ୍ତି।
ନିଯୁକ୍ତି ଦାବି କଲା କୋରେଇ ସଂଗ୍ରାମ ସମିତି
କୋରେଇ ରେଳଷ୍ଟେଶନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ଓ ପରିବାରରୁ ଜଣକୁ ରେଲଓ୍ବେରେ ନିଯୁକ୍ତି ଦିଆଯାଉ ବୋଲି କୋରେଇ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ଏହାସହିତ ଏହି ଦୁର୍ଘଟଣାର ବିଭାଗୀୟ ତଦନ୍ତ କରିବାକୁ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri