ଦୁର୍ଦ୍ଦିନରେ ରାସ୍ତାପାର୍ଶ୍ୱ ପରିବା ବ୍ୟବସାୟୀ

ନିମାପଡ଼ା,୩୧।୩(ଡି.ଏନ୍‌.ଏ.): ନିମାପଡ଼ା ଏନ୍‌ଏସିର ଦୋଳବେଦୀ ଛକ, ହାଟ ଛକ, ଜୟଶ୍ରୀ ଛକ, ଜୟଗୁରୁ ଆଶ୍ରମ ଛକ, ଗୋଲେଇ ଛକ, ପତିତପାବନ ପାଟଣା ଛକଠାରେ ପ୍ରାୟ ୧ଶହ ଉଠାପରିବା ଦୋକାନୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ପରିବା ବ୍ୟବସାୟୀମାନେ ଦୀର୍ଘବର୍ଷ ଧରି ରାସ୍ତାପାର୍ଶ୍ୱରେ ବସି ବ୍ୟବସାୟ ଚଳାଇଛନ୍ତି। ଇତିମଧ୍ୟରେ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବ୍ୟବସାୟୀମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା, ଭେଣ୍ଡିଂ ଜୋନ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ସ୍ଥାୟୀଗୃହ ଯୋଗାଇ ଦିଆଯିବା ଦିଗରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଏହି ଗରିବ ପରିବା ବ୍ୟବସାୟୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସମ୍ପୃକ୍ତ ବ୍ୟବସାୟୀମାନଙ୍କଠାରୁ ଏନ୍‌ଏସି ପକ୍ଷରୁ ଦୈନିକ ୫ଟଙ୍କା, ୧୦ଟଙ୍କା ଲେଖାଏ ଆଦାୟ କରାଯାଉଥିଲେ ମଧ୍ୟ ସ୍ଥାୟୀ ଥଇଥାନର ବ୍ୟବସ୍ଥା କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏପରିକି ଥଇଥାନ କରିବା ଓ ମାର୍କେଟ କମ୍ପ୍ଲେକ୍ସ, କରି ଯୋଗାଇ ଦେବାକୁ ବ୍ୟବସାୟୀମାନଙ୍କ ପକ୍ଷରୁ ଏନ୍‌ଏସି କର୍ତ୍ତୃପକ୍ଷ ଓ ବିଧାୟକଙ୍କଠାରେ ଦୀର୍ଘଦିନ ଧରି ଦାବି ହେଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବିଭିନ୍ନ ସମୟରେ ଜନଗହଳି, ଟ୍ରାଫିକ ସମସ୍ୟା ଓ ଭିଆଇପିମାନେ କୋଣାର୍କ, କାକଟପୁର ଅଞ୍ଚଳକୁ ଯାତାୟାତ ସମୟରେ ରାସ୍ତାକଡ଼ରେ ବସୁଥିବା ଏହି ପରିବା ବ୍ୟବସାୟୀଙ୍କୁ ହଟାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ ସମୟରେ ବହୁ ରାଜନୈତିକ ଦଳର ନେତୃବୃନ୍ଦ, ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ ଥଇଥାନ ପାଇଁ ବହୁବାର ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ ସବୁ ପାଣିର ଗାର ସଦୃଶ ହୋଇଛି। ଏ ସମ୍ପର୍କରେ ପରିବା ବ୍ୟବସାୟୀ କୈଳାସ ବେହେରା, ଗୋପାଳ ସାହୁ, ସୂର୍ଯ୍ୟକାନ୍ତ ଜେନା, ଦେବଶ୍ରୀ ସାହୁ, ରମେଶଚନ୍ଦ୍ର ସାହୁ, ସୁବାସ ସେନାପତି ପ୍ରମୁଖ କହିଛନ୍ତି, ଦୀର୍ଘବର୍ଷ ହେବ ଆମ୍ଭେମାନେ ଏଠାରେ ବ୍ୟବସାୟ କରୁଥିଲେ ମଧ୍ୟ ପ୍ରଶାସନ ଆମପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର କୁହନ୍ତି, ଉଠା ପରିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବା ପାଇଁ ଅଦ୍ୟାବଧି ସ୍ଥାନ ନିରୂପଣ ହୋଇପାରି ନାହିଁ। ପରିବା ମାର୍କେଟ ପାଇଁ ଏନ୍‌ଏସିକୁ ସରକାରୀ ଜମି ଯୋଗାଇ ଦେବାକୁ ଏନ୍‌ଏସି ପକ୍ଷରୁ ରାଜସ୍ବ ବିଭାଗକୁ ବାରମ୍ବାର ଅବଗତ କରାଯାଇଛି। ସରକାରୀ ଜାଗା ଏନ୍‌ଏସିକୁ ମିଳିଲେ ସ୍ଥାୟୀ ପରିବା ମାର୍କେଟ ନିର୍ମାଣ ନିମନ୍ତେ ଏନ୍‌ଏସି ପକ୍ଷରୁ ପଦକ୍ଷେପ ନିଆଯାଇ ପରିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସାପ୍ତାହିକ ହାଟ ନିକଟରେ ମତ୍ସ୍ୟ ବିଭାଗର ୪ ଏକର ସରକାରୀ ଜମି ରହିଛି। ଯଦି ଏହି ଜମିକୁ ଏନ୍‌ଏସିକୁ ହସ୍ତାନ୍ତର କରାଯାନ୍ତା, ତେବେ ଏହି ଜାଗାରେ ପରିବା ମାର୍କେଟ ହୋଇପାରନ୍ତା ବୋଲି ସ୍ଥାନୀୟ ଅଧିବାସୀ ଅକ୍ଷୟ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ପଦ୍ମଚରଣ ସାହୁ, ସନ୍ତୋଷ ଓଝା, ସନ୍ତୋଷ ଦାଶ, ଅରୁଣ ପ୍ରସାଦ ଦାଶ ପ୍ରମୁଖ ମତ ପ୍ରକାଶ କରିଛନ୍ତି। ଏହି ଜାଗା ଯୋଗାଣ ନିମନ୍ତେ ୨୦୧୮ରେ ଏନ୍‌ଏସି ପକ୍ଷରୁ ମତ୍ସ୍ୟ ବିଭାଗକୁ ପ୍ରପୋଜାଲ ଦିଆଯାଇଥିବା ଏନ୍‌ଏସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?