ଦୁର୍ଦ୍ଦିନରେ ରାସ୍ତାପାର୍ଶ୍ୱ ପରିବା ବ୍ୟବସାୟୀ

ନିମାପଡ଼ା,୩୧।୩(ଡି.ଏନ୍‌.ଏ.): ନିମାପଡ଼ା ଏନ୍‌ଏସିର ଦୋଳବେଦୀ ଛକ, ହାଟ ଛକ, ଜୟଶ୍ରୀ ଛକ, ଜୟଗୁରୁ ଆଶ୍ରମ ଛକ, ଗୋଲେଇ ଛକ, ପତିତପାବନ ପାଟଣା ଛକଠାରେ ପ୍ରାୟ ୧ଶହ ଉଠାପରିବା ଦୋକାନୀ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ପରିବା ବ୍ୟବସାୟୀମାନେ ଦୀର୍ଘବର୍ଷ ଧରି ରାସ୍ତାପାର୍ଶ୍ୱରେ ବସି ବ୍ୟବସାୟ ଚଳାଇଛନ୍ତି। ଇତିମଧ୍ୟରେ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବ୍ୟବସାୟୀମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା, ଭେଣ୍ଡିଂ ଜୋନ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ସ୍ଥାୟୀଗୃହ ଯୋଗାଇ ଦିଆଯିବା ଦିଗରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଏହି ଗରିବ ପରିବା ବ୍ୟବସାୟୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସମ୍ପୃକ୍ତ ବ୍ୟବସାୟୀମାନଙ୍କଠାରୁ ଏନ୍‌ଏସି ପକ୍ଷରୁ ଦୈନିକ ୫ଟଙ୍କା, ୧୦ଟଙ୍କା ଲେଖାଏ ଆଦାୟ କରାଯାଉଥିଲେ ମଧ୍ୟ ସ୍ଥାୟୀ ଥଇଥାନର ବ୍ୟବସ୍ଥା କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏପରିକି ଥଇଥାନ କରିବା ଓ ମାର୍କେଟ କମ୍ପ୍ଲେକ୍ସ, କରି ଯୋଗାଇ ଦେବାକୁ ବ୍ୟବସାୟୀମାନଙ୍କ ପକ୍ଷରୁ ଏନ୍‌ଏସି କର୍ତ୍ତୃପକ୍ଷ ଓ ବିଧାୟକଙ୍କଠାରେ ଦୀର୍ଘଦିନ ଧରି ଦାବି ହେଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବିଭିନ୍ନ ସମୟରେ ଜନଗହଳି, ଟ୍ରାଫିକ ସମସ୍ୟା ଓ ଭିଆଇପିମାନେ କୋଣାର୍କ, କାକଟପୁର ଅଞ୍ଚଳକୁ ଯାତାୟାତ ସମୟରେ ରାସ୍ତାକଡ଼ରେ ବସୁଥିବା ଏହି ପରିବା ବ୍ୟବସାୟୀଙ୍କୁ ହଟାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ ସମୟରେ ବହୁ ରାଜନୈତିକ ଦଳର ନେତୃବୃନ୍ଦ, ନିର୍ବାଚିତ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ ଥଇଥାନ ପାଇଁ ବହୁବାର ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ ସବୁ ପାଣିର ଗାର ସଦୃଶ ହୋଇଛି। ଏ ସମ୍ପର୍କରେ ପରିବା ବ୍ୟବସାୟୀ କୈଳାସ ବେହେରା, ଗୋପାଳ ସାହୁ, ସୂର୍ଯ୍ୟକାନ୍ତ ଜେନା, ଦେବଶ୍ରୀ ସାହୁ, ରମେଶଚନ୍ଦ୍ର ସାହୁ, ସୁବାସ ସେନାପତି ପ୍ରମୁଖ କହିଛନ୍ତି, ଦୀର୍ଘବର୍ଷ ହେବ ଆମ୍ଭେମାନେ ଏଠାରେ ବ୍ୟବସାୟ କରୁଥିଲେ ମଧ୍ୟ ପ୍ରଶାସନ ଆମପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର କୁହନ୍ତି, ଉଠା ପରିବା ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବା ପାଇଁ ଅଦ୍ୟାବଧି ସ୍ଥାନ ନିରୂପଣ ହୋଇପାରି ନାହିଁ। ପରିବା ମାର୍କେଟ ପାଇଁ ଏନ୍‌ଏସିକୁ ସରକାରୀ ଜମି ଯୋଗାଇ ଦେବାକୁ ଏନ୍‌ଏସି ପକ୍ଷରୁ ରାଜସ୍ବ ବିଭାଗକୁ ବାରମ୍ବାର ଅବଗତ କରାଯାଇଛି। ସରକାରୀ ଜାଗା ଏନ୍‌ଏସିକୁ ମିଳିଲେ ସ୍ଥାୟୀ ପରିବା ମାର୍କେଟ ନିର୍ମାଣ ନିମନ୍ତେ ଏନ୍‌ଏସି ପକ୍ଷରୁ ପଦକ୍ଷେପ ନିଆଯାଇ ପରିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସାପ୍ତାହିକ ହାଟ ନିକଟରେ ମତ୍ସ୍ୟ ବିଭାଗର ୪ ଏକର ସରକାରୀ ଜମି ରହିଛି। ଯଦି ଏହି ଜମିକୁ ଏନ୍‌ଏସିକୁ ହସ୍ତାନ୍ତର କରାଯାନ୍ତା, ତେବେ ଏହି ଜାଗାରେ ପରିବା ମାର୍କେଟ ହୋଇପାରନ୍ତା ବୋଲି ସ୍ଥାନୀୟ ଅଧିବାସୀ ଅକ୍ଷୟ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ପଦ୍ମଚରଣ ସାହୁ, ସନ୍ତୋଷ ଓଝା, ସନ୍ତୋଷ ଦାଶ, ଅରୁଣ ପ୍ରସାଦ ଦାଶ ପ୍ରମୁଖ ମତ ପ୍ରକାଶ କରିଛନ୍ତି। ଏହି ଜାଗା ଯୋଗାଣ ନିମନ୍ତେ ୨୦୧୮ରେ ଏନ୍‌ଏସି ପକ୍ଷରୁ ମତ୍ସ୍ୟ ବିଭାଗକୁ ପ୍ରପୋଜାଲ ଦିଆଯାଇଥିବା ଏନ୍‌ଏସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri