ଫୁଲଚାଷରେ ଇଞ୍ଜିନିୟରିଂ ଛାତ୍ରୀ ସୁନୀତା

ଖୋର୍ଦ୍ଧା ଅଫିସ,୩୧ା୩: ଦୃଢ଼ ଇଚ୍ଛାଶକ୍ତି ଏବଂ ନିରନ୍ତର ସାଧନା ସଫଳତା ଆଣିଥାଏ। ନିଜ ପ୍ରଚେଷ୍ଟାରେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମର ଗୋଲା ବେହେରା ଓ ଚଞ୍ଚଳାଙ୍କ ଝିଅ ସୁନୀତା। ନିଜ ପ୍ରଚେଷ୍ଟାରେ ସୁନୀତା ୭୨ରୁ ଊର୍ଦ୍ଧ୍ୱ ଔଷଧୀୟ ଗୁଳ୍ମ ଲଗାଇବା ସହ ତା’ର ଯତ୍ନ ନେଉଛନ୍ତି। ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଖବରକାଗଜ ସଂଗ୍ରହ କରି ଘରେ ଚିଲିକା ଖବରକାଗଜ ସଂଗ୍ରହାଳୟ କରିଛନ୍ତି। ଏଥିସହ ଓଡ଼ିଶାର ପ୍ରଥମ ବାଳିକା କଳିଙ୍ଗ କନ୍ୟା ପାଇକ ଆଖଡ଼ା ପ୍ରତିଷ୍ଠା କରିଛନ୍ତି। ପରିବେଶ ସୁରକ୍ଷା, ଚାରାରୋପଣ ଦିଗରେ ଅବଦାନ ଲାଗି ସେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ହେବା ସହ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସରସ୍ବତୀ ରାୟ ଗୋଲ୍ଡ ମେଡାଲ ତଥା ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ କରିଛିି। ଏବେ ନିଜ ଘର ବାରିରେ ଗେଣ୍ଡୁ ଫୁଲ ଚାଷ କରି ସମସ୍ତଙ୍କର ପ୍ରଶାଂସାର ପାତ୍ର ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି।
ସୁନୀତା ବିଟେକ୍‌ ପଢୁଥିବା ବେଳେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ହୋଇଗଲା। କଲେଜରେ ପାଠପଢ଼ା ବନ୍ଦ ହେବାରୁ ସେ ଘରକୁ ଚାଲି ଆସିଥିଲେ। ସମୟ ଅପଚୟ କରିବା ପରବର୍ତ୍ତେ ବାରିରେ ଫୁଲ ଚାଷ କରିବାକୁ ମନସ୍ଥ କରିଥିଲେ। ଏନେଇ ସୁନୀତା ଖୋର୍ଦ୍ଧା ଉଦ୍ୟାନ ବିଭାଗ ସହ ଆଲୋଚନା କରିଥିଲେ। ହର୍ଟିକଲଚରିଷ୍ଟ ପ୍ରମୋଦ ସାମନ୍ତସିଂହାରଙ୍କ ପ୍ରେରଣା ଓ ଦୁଇ ଭାଇଙ୍କ ସହଯୋଗରେ ଫୁଲ ଚାଷ ଆରମ୍ଭ କରିଥିଲେ। ଏବେ ପ୍ରତି ଗେଣ୍ଡୁ ଗଛରେ ୨୦ରୁ ୨୫ଟି ଫୁଲ ଫୁଟୁଛି। ସ୍ଥାନୀୟ ଲୋକେ ଏଠାକୁ ଦେଖିବାକୁ ଆସୁଥିବା ବେଳେ ଫୁଲବଗିଚା ଏବେ ସେଲ୍ଫି ପଏଣ୍ଟ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ସୁନୀତା ଫୁଲର ରାଣୀ ଭାବେ ପରିଚୟ ପାଇଛନ୍ତି। ବାରିରେ କୂଅ ନ ଥିବାରୁ ପଡ଼ିଶା ଘର, ଏପରିକି ଗଁା ମନ୍ଦିରରୁ ପାଣି ବୋହିବାକୁ ପଡ଼ିଛି। କେବଳ ସଉକ ଲାଗି ଫୁଲଚାରା ଲଗାଇଥିଲି। ଏବେ ଏହା ମୋର ରୋଜଗାରର ମାଧ୍ୟମ ପାଲଟିଛି। ବହୁ ଫୁଲ ବ୍ୟବସାୟୀ, ଫୁଲ ଡେକୋରେଟର ଆସି ଫୁଲ କିଣି ନେଉଛନ୍ତି। ପରିଶ୍ରମ ଅନୁସାରେ ଫୁଲର ଦାମ ମିଳୁନି। ତଥାପି ଆତ୍ମସନ୍ତୋଷ ମିଳିଛି। ଆଗାମୀ ଦିନରେ ପାଣି ସମସ୍ୟା ଦୂର ଲାଗି ବଗିଚାରେ ଏକ କୂଅ ଖନନ ସହ ସମ୍ମନ୍ବିତ ଚାଷ ପାଇଁ ଯୋଜନା ରଖିଛନ୍ତି। ନିଷ୍ଠା ଓ ଏକାଗ୍ରତା ସଫଳତା ଆଣିଥାଏ। ଛାତ୍ରୀଛାତ୍ରମାନେ ପାଠପଢ଼ା ସହିତ ଫୁଲଚାଷ ପ୍ରତି ଆଗ୍ରହ ପ୍ରକାଶ କଲେ ସ୍ବାବଲମ୍ବୀ ହେବା ସହ ନିଜର ପରିଚୟ ସୃଷ୍ଟି କରିପାରିବେ ବୋଲି ସୁୁନୀତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri