Posted inଜାତୀୟ

କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ତିରୁଭାନନ୍ତପୁରମ୍‌, ୧୧।୫ : ଫୁଡ୍‌ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଭାଇରାଲ ରୋଗ ବହୁ ସଂଖ୍ୟକ ଶିଶୁଙ୍କୁ ସଂକ୍ରମିତ ହୋଇଛି। ସଂକ୍ରମିତ ଶିଶୁଙ୍କ ବୟସ ପାଞ୍ଚ ବର୍ଷରୁ କମ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟା ପୁଣି ବଢ଼ିବାର ଆଶଙ୍କାର ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୮୦ରୁ ଅଧିକ ଶିଶୁ ଏହି ଭାଇରାଲ ରୋଗର ଶିକାର ହୋଇଛନ୍ତି।

କେରଳର  ଜିଲାଗୁଡ଼ିକରେ ଟମାଟୋ ଫ୍ଲୁକୁ ରୋକିବା ପାଇଁ ତାମିଲନାଡୁ-କେରଳ ସୀମାରେ ଥିବା ଭାଲେୟାରଠାରେ ଜ୍ୱର, ଶରୀରରେ ବିଭିନ୍ନ ଚିହ୍ନ ଏବଂ ଅନ୍ୟାନ୍ୟ ରୋଗ ପରୀକ୍ଷା କରାଯାଉଛି। ସେହିପରି କୋଏମ୍ବାଟୁରରେ ପ୍ରବେଶ କରୁଥିବା ଲୋକଙ୍କୁ ଡାକ୍ତରୀ ଦଳ ପରୀକ୍ଷା କରୁଛନ୍ତି।

ଏହି ଟିମ ଦୁଇଜଣ ମେଡିକାଲ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ବିଶେଷକରି ପିଲାମାନଙ୍କୁ ସ୍କ୍ରିନିଂ କରାଯାଉଛି। ଏହା ବ୍ୟତୀତ ଅନ୍ୟ ୨୪ ଜଣିଆ ଟିମ ଗଠନ କରାଯାଇଛି। ସେମାନେ ଅଙ୍ଗନୱାଡିରେ ପାଞ୍ଚ ବର୍ଷରୁ କମ ପିଲାମାନଙ୍କୁ ପରୀକ୍ଷା କରୁଛନ୍ତି।

ଟମାଟୋ ଫ୍ଲୁ ଏକ ଅଜ୍ଞାତ ଜ୍ୱର। ଏହା ମୁଖ୍ୟତଃ କେରଳରେ ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କଠାରେ ଦେଖାଯାଏ। ଏହି ଫ୍ଲୁରେ ଆକ୍ରାନ୍ତ ହେବା ପରେ ପିଲାମାନଙ୍କ ଶରୀରରେ ଦାଗ ଓ ଫୁଲା ସୃଷ୍ଟି ହୋଇଥାଏ। ଏହି ଚିହ୍ନଗୁଡ଼ିକ ସାଧାରଣତଃ ଲାଲ ରଙ୍ଗର ହୋଇଥାଏ। ଯେଉଁଥିପାଇଁ ଏହାକୁ ଟମାଟୋ ଫ୍ଲୁ କୁହାଯାଏ।
ଖବର ଅନୁଯାୟୀ, ଏହି ରୋଗ ଭାଇରାଲ ଜ୍ୱର କି ଚିକେନଗୁନିଆ କିମ୍ବା ଡେଙ୍ଗୁ ପରବର୍ତ୍ତୀ ପ୍ରଭାବ ବୋଲି ସେନେଇ ପରୀକ୍ଷଣ ଜାରି ରହିଛି ବିତର୍କ ଚାଲିଛି। କେରଳ କେତେକ ଅଞ୍ଚଳରେ ଏହି ରୋଗ ଚିହ୍ନଟ ହୋଇଛି। କିନ୍ତୁ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ଏହା ବିସ୍ତାର ହୋଇପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି।

ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଶରୀରରେ ଲାଲ୍‌ ରଙ୍ଗର ଦାଗ, ଫୁଲା,ଏହାବ୍ୟତୀତ କେତେକ ଚର୍ମ ସମସ୍ୟା ଏବଂ ଡିହାଇଡ୍ରେଶନ ମଧ୍ୟ ହୋଇପାରେ। ସଂକ୍ରମିତ ଶିଶୁଙ୍କୁ ପ୍ରବଳ ଜ୍ୱର, ଶରୀରରେ ଯନ୍ତ୍ରଣା, ଫୁଲା ଗଣ୍ଠି, ଥକାପଣ, ବାନ୍ତି, ହାତ, ଆଣ୍ଠୁ, କାଶ, ଛିଙ୍କିବା ଏବଂ ନାକରୁ ପାଣି ବୋହିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri