Posted inବରଗଡ଼

ଜୁଲାଇରେ ୬୦ ପ୍ରତିଶତ କମ୍‌ ବର୍ଷା, ଅଟକିଛି ବିହୁଡା କାମ

ବିଜେପୁର,୨।୮ (ଡି.ଏନ.ଏ.) ଶ୍ରାବଣ ମାସ ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ହେଲେ ଆବଶ୍ୟକ ଅନୁଯାୟୀ ବର୍ଷା ହେଲା ନାହିଁ । ଏଥିଯୋଗୁ ଚାଷ କାମ ପଛେଇଛି। ଫଳରେ ବରଗଡ ଜିଲା ବିଜେପୁର ବ୍ଲକର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ୧୧୦ ରାଜସ୍ବ ଗ୍ରାମକୁ ନେଇ ଗଠିତ ଏହି ବ୍ଲକ। ସେଥିମଧ୍ୟରୁ ୧୦୦ ରାଜସ୍ବ ଗ୍ରାମର ଚାଷୀ ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚଳିତ ବର୍ଷ ଜୁନରେ ୧୭୮ ମିମି ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୮୫ ମିମି ଅର୍ଥାତ୍‌ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ହେଲେ ଜୁଲାଇରେ ମାତ୍ର ୧୩ ଦିନରେ ୧୮୪ ମିମି ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏହି ମାସରେ ସ୍ବଭାବିକ ଭାବେ ୩୧୧ ମିମି ବର୍ଷାର ଆବଶ୍ୟକତା ଥିବା ବେଳେ ୫୯.୧୬ ପ୍ରତିଶତ ବର୍ଷା କମ ହୋଇଛି ।
ଚଳିତ ଖରିଫ ୨୦୨୦-୨୧ ବର୍ଷରେ କୃଷି ବିଭାଗ ୨୭,୪୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିଲା । ୧୯,୨୮୬ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୧୮, ୪୫୧ ହେକ୍ଟର ଜମିରେ ଚାଷ ହୋଇଛି । ୮୧୧୪ ହେକ୍ଟର ଜମିରେ ପନିପରିବା ଚାଷ ହେବ ବୋଲି କୃଷି ବିଭାଗ ଅନୁମାନ କରିଥିବା ବେଳେ ୭୪୭୬ ହେକ୍ଟର ଜମିରେ ଅଣଧାନ ଫସଲ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏ ନେଇ ପହଣ୍ଡି ଗ୍ରାମର ଅଗ୍ରଣୀ ଚାଷୀ ନିମାଇଁ ଚରଣ ସାହୁ କହିଛନ୍ତି, ଜୁନରୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭଲ ବର୍ଷା ହୋଇଥିଲା । ତେଣୁ ଅଧିକାଂଶ ଚାଷୀ ରୁଆକୁ ଆଶା ନ କରି ବତରି ଧାନବୁଣା କରିଥିଲେ । ବିଗତ ତିନି ସପ୍ତାହରୁ ଅଧିକ ସମୟ ହେଲା ଭଲ ବର୍ଷା ହୋଇନାହିଁ । ପାଣି ଅଭାବରୁ ଚାଷ ଜମିର ମାଟି ସ୍ଥାନେ ସ୍ଥାନେ ଫାଟିଲାଣି । ବିହୁଡା କାମ ଆଗେଇ ପାରୁନାହିଁ । ତେଣୁ ଧାନ ଗଛ ପାଚି ହଳଦିଆ ହୋଇଗଲାଣି । ବର୍ଷା ଭାବରୁ ଧାନ ଓ ପରିବା ଫସଲ ନଷ୍ଟ ହେବାକୁ ବସିଛି। କରୋନା କଟକଣା ମଧ୍ୟରେ ଚାଷୀ ଅତିଷ୍ଟ ହୋଇଥିବା ବେଳେ ଏବେ ବର୍ଷା ଅଭାବ ମରୁଡି ଆଶଙ୍କା ସୃଷ୍ଟି କରିଛି । ସେହିପରି ବେନିଆଁଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍ତି, ଚଳିତ ବର୍ଷ ୧୨ ଏକର ଜମିରେ ଖରିଫ ଚାଷ କରିବାକୁ ଲକ୍ଷ୍ୟ ରଖିଥିଲି । ତେଣୁ ୯ ଏକର ଜମିରେ ଧାନ ବୁଣିଥିବା ବେଳେ ୩ ଏକର ଜମିରେ ରୁଆ କାମ କରିବାକୁ ମନସ୍ଥ କରିଥିଲି । ହେଲେ ବର୍ଷା ଅଭାବରୁ ରୁଆ କାମ ଆଗେଇ ପାରୁ ନ ଥିବାରୁ ଧାନ ପହ୍ଲାଗୁଡ଼ିକ ଟାଣ ଖରାରେ ମରିବାକୁ ବସିଲାଣି । ଚାଷ ପାଇଁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ଏକ ଲକ୍ଷ ଟଙ୍କା ଋଣ କରିଛି । ଗତ ବର୍ଷ ପରି ଏସନ୍‌ ମଧ୍ୟ ବର୍ଷା ବିଳମ୍ବିତ ହେଉଛି । ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବ୍ୟାହତ ହେବା ସହ ଚାଷୀ ଋଣରେ ବୁଡିଛି ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ କୃଷି ଅଧିକାରୀ ବି. ଦେଓଙ୍କୁ ପଚାରିବାରୁ ବଡ ବର୍ଷାର ଆବଶ୍ୟକତା ରହିଛି । ଜୁଲାଇରେ ସ୍ବଭାବିକରୁ ବହୁତ କମ୍‌ ବର୍ଷା ହୋଇଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଭଲ ବର୍ଷା ନ ହେଲେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri