ଜଗତ୍‌ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ

ଜଗତ୍‌ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ କାମ ପାଇଁ ପ୍ରତିଶ୍ରୁତି ଦିଆଯାଏ। ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଉପରେ ଚାପ ପକାଯାଏ। କିନ୍ତୁ ସମୟ ଚକ୍ରରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଚଳ ହୋଇଯାଏ। କାହିଁକି ଏବଂ କେଉଁଥି ପାଇଁ ଏହି ଅଭିଯାନ, ମଞ୍ଚ ଓ ସଙ୍ଗଠନଗୁଡ଼ିକ ଆଗକୁ ବଢ଼ି ପାରେ ନାହିଁ ତାହାକୁ ନେଇ ସାଧାରଣରେ ନାନା କଥା ଶୁଣାଯାଏ। କୁହାଯାଏ, ଅନେକ ପ୍ରଭାବଶାଳୀ ହେଉ ଅବା ବିଭିନ୍ନ କ୍ଷେତ୍ରରେ ଆଗଧାଡ଼ିରେ ଥିବା ବ୍ୟକ୍ତି ସଙ୍ଗଠନ ନାମରେ ପତିଆରା ଜାହିର ପାଇଁ ଉଦ୍ୟମ କରିଥାନ୍ତି। ଏପରି କି ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ମଧ୍ୟ କେତେଜଣ ଏସବୁ ଗଠନ ଓ ଭଣ୍ଡୁର କରିଥାନ୍ତି। ସଙ୍ଗଠନ ସୃଷ୍ଟି ସମୟରେ ଯେଉଁସବୁ ମୌଳିକ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଏ ସମୟଚକ୍ରରେ ସେସବୁ ପ୍ରସଙ୍ଗ ଲୁଚିଯାଏ। କାରଣ ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଲୁଚି ରହିଥାଏ। ଯେତେବେଳେ ଏସବୁ କଥା ପଦାକୁ ଆସିଯାଏ ସେତେବେଳେ ସଙ୍ଗଠନ ଠପ୍‌ ହୋଇଯାଏ। ଆଉ ମଧ୍ୟ ଅନେକ ପାରିପାର୍ଶ୍ୱିକ ଅବସ୍ଥା, ନେତୃତ୍ୱ ସଙ୍କଟ, ପଦପଦବୀ ହାତେଇବାକୁ କସରତ ଓ ଅନ୍ୟ କାରଣରୁ ଆଗେଇ ପାରେନାହିଁ। ଏପରି କି ଏକତା ଶକ୍ତିକୁ ଭାଙ୍ଗିବା ପାଇଁ କୁଚକ୍ରୀମାନଙ୍କ ଭୂମିକା କିଛି କମ ନ ଥାଏ। ସେମାନେ ନିଜର ମନ୍ଦ ଲକ୍ଷ୍ୟ ପୂରଣ ପାଇଁ ଷଡ଼ଯନ୍ତ୍ର କରି ସଫଳ ହେବା କିଛି ନୂଆ କଥା ନୁହେଁ। ଏହାସତ୍ତ୍ବେ ମଧ୍ୟ କେତେକ ସଙ୍ଗଠନ ମୌଳିକ ସମସ୍ୟାଗୁଡ଼ିକୁ ନିଷ୍ଠାର ସହ ପ୍ରତିପାଦିତ କରି ତିଷ୍ଠି ରହିଛନ୍ତି। ଅତୀତକୁ ବଖାଣିଲେ ଜଣାଯାଏ ଜଗତ୍‌ସିଂହପୁର ଜିଲାରେ ପାଖାପାଖି ୫୦୦ରୁ ଅଧିକ ସଙ୍ଗଠନ ସୃଷ୍ଟି ହୋଇ କାଳକ୍ରମେ ହଜିଯାଇଛି।

ପୂର୍ବରୁ ଜିଲା ବିକାଶ ପାଇଁ ଜଗତ୍‌ସିଂହପୁର ଜିଲା ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିଲା। ସେତେବେଳେ ଏହା ଅନେକଙ୍କୁ ଖୁସି ଦେଇଥିଲା। ଉଦ୍ଦେଶ୍ୟ ଥିଲା ପ୍ରଶାସନ ଓ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରି ଅନେକ ସାମଗ୍ରୀକ ଦାବି ହାସଲ କରିବା। ପ୍ରଥମ ବୈଠକ ଓ ଏହା ପରେ ମଞ୍ଚ ଗଠନକୁ ନେଇ ବ୍ୟାପକ ପ୍ରଚାର ହୋଇଥିଲା। ଦୁଃଖର କଥା ହେଲା ନେତୃତ୍ୱକୁ ନେଇ ବିବାଦ ବାସ୍ତବ ଲକ୍ଷ୍ୟଠାରୁ ମଞ୍ଚକୁ ଦୂରେଇ ଦେଇଥିଲା। ସେତେବେଳର ୨ ପ୍ରମୁଖ ରାଜନେତାଙ୍କ ବିବାଦରେ ମଞ୍ଚ ଛନ୍ଦି ହୋଇ ପଡ଼ିଥିଲା। ପରେ ମଞ୍ଚ ପଞ୍ଜୀକରଣ ପୂର୍ବରୁ ପରିକଳ୍ପନାରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ପୂଜ୍ୟପୂଜା ସମିତି ଗଠନ ହୋଇଥିଲା। ବିଶେଷକରି ସେମାନଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଠିକ୍‌ ଭାବେ ପାଳନ କରିବା ମୂଳ ଉଦ୍ଦେଶ୍ୟ ଥିଲା। ତାହା ମଧ୍ୟ ଅଧାରେ ଅଟକି ଯାଇଥିଲା। ଜଗତ୍‌ସିଂହପୁର ସମେତ ଜିଲାର ପାରାଦୀପ, ଏରସମା, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ ଓ ବାଲିକୁଦା ଆଦି ଅଞ୍ଚଳରେ ଏଭଳି ଗଢ଼ି ଉଠିଥିବା ପାଖାପାଖି ୫୦୦ ସଙ୍ଗଠନ ତଥା ସମିତି ଆଦି ସୃଷ୍ଟି ହୋଇ ସମୟ ଚକ୍ରରେ ଉଭେଇ ଯାଇଛି। ସେଥିମଧ୍ୟରୁ ପାରାଦୀପରେ ସର୍ବାଧିକ। ପଞ୍ଜୀକରଣ ନ ହୋଇ ଅନେକ ସଙ୍ଗଠନ କୌଣସି ଇସ୍ୟୁକୁ ନେଇ ସୃଷ୍ଟି ହୁଏ। ପରେ ସଙ୍ଗଠନଗୁଡ଼ିକ ପଞ୍ଜୀକରଣ ପୂର୍ବରୁ ଶୀତଳଭଣ୍ଡାରକୁ ଚାଲିଯାଏ। ବିନା ପଞ୍ଜୀକରଣ ଶତାଧିକ ସମିତି, ସଂସ୍ଥା, ସଙ୍ଗଠନ ଆଗେଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାଖାପାଖି ୨୫୨ଟି ସମିତି ତଥା ସଂସ୍ଥା ବନ୍ଦ ହୋଇଯାଇଛି। ସେଗୁଡ଼ିକ ମଧ୍ୟରେ ପାରାଦୀପ ପୋର୍ଟ ଡକ୍‌ ୱାର୍କର୍ସ ଏମ୍‌ପିସିଏସ୍‌, ଇପ୍‌କୋ ଷ୍ଟାଫ କ୍ରେଡିଟ୍‌ କୋ ଅପରେଟିଭ ସୋସାଇଟି, ପାରାଦୀପ କ୍ରେଡିଟ୍‌ କୋ ଅପରେଟିଭ୍‌ ସୋସାଇଟି, ଇଷ୍ଟର୍ଣ୍ଣ ଇଣ୍ଡିଆ ଅଏଲ ରିଫାଇନାରୀ ଡିସ୍‌ପ୍ଲେସ୍‌ଡ ଫ୍ୟାମିଲିଜ୍‌ ୱେଲଫେୟାର କୋ ଅପରେଟିଭ ସୋସାଇଟି, ପାରାଦୀପ ଅଏଲ ରିଫାଇନାରୀ ଲ୍ୟାଣ୍ଡ ଲୁଜର୍‌ ୱେଲଫେୟାର ଲେବର କଣ୍ଟ୍ରାକ୍ଟ କୋ ଅପରେଟିଭ୍‌ ସୋସାଇଟି, ପାରାଦୀପ ଅଏଲ ରିଫାଇନାରୀ ଡିସ୍‌ପ୍ଲେସ୍‌ଡ ଆଣ୍ଡ ଅନଏମ୍ପ୍ଲଏଡ୍‌ ଲାଣ୍ଡ ଲୁଜର୍‌ କୋ ଅପରେଟିଭ୍‌ ସୋସାଇଟି ଇତ୍ୟାଦି। ଏଗୁଡ଼ିକ ବନ୍ଦ ପଛରେ ଯେକୌଣସି କାରଣ ଥାଉ ନା କାହିଁକି ସମିତିଗୁଡ଼ିକ ଗଠନ ସମୟରେ ରହିଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ।

୨୦୧୮ରେ ରାଜ୍ୟ ସରକାର ୨୦ଟି ଜିଲାରେ ୨୦ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏଥିରୁ ଜଗତ୍‌ସିଂହପୁର ବାଦ୍‌ ପଡ଼ିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏପରି କି ଜିଲା ବିକାଶ ମଞ୍ଚ ଗଠନ ହେଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜଗତ୍‌ସିଂହପୁର ଜିଲାରେ ଏଭଳି ହସ୍ପିଟାଲ ୨ୟ ପର୍ଯ୍ୟାୟରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା ଏଯାବତ ପୂରଣ ହୋଇନାହିଁ। ନିକଟରେ ଜଗତ୍‌ସିଂହପୁର ଜିଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ଗଠନ କରାଯାଇ ଜିଲା ସଦରଠାରୁ ୫ କିମି ଦୂର ନିଁପୁରଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ଏପରି କି ଗତବର୍ଷ ଡିସେମ୍ବର ୭ରେ ଜଗତ୍‌ସିଂହପୁର ବଜାର ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହି ଦିନ ଆନ୍ଦୋଳନରେ କେଁ ପସିଥିଲା। ଗୋଟେ ପଟେ ବନ୍ଦକୁ ସମର୍ଥନ ଜଣାଇ ଆନ୍ଦୋଳନ ଚାଲିଥିବାବେଳେ ଅନ୍ୟପଟେ ସ୍ଥାନକୁ ନେଇ ଜଗତ୍‌ସିଂହପୁର ଜାଗ୍ରତ ନାଗରିକ ମଞ୍ଚ ପ୍ରତିବାଦ କରିଥିଲା। ମଞ୍ଚର ଯୁକ୍ତି ଥିଲା ଜିଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠାକୁ ବିରୋଧ କରୁନୁ, କିନ୍ତୁ ନିଁପୁରଠାରେ ହେବା ଅଯୁକ୍ତିକର। ଏହି ବିବାଦ ଥମୁନି। ଆଗକୁ ଦେଖିବାରେ ଅଛି ଜଗତ୍‌ସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନକୁ ଓହ୍ଲାଇଥିବା ଲୋକେ ଆନ୍ଦୋଳନ ଜାରି ରଖୁଛନ୍ତି କି ଅନ୍ୟ ସଙ୍ଗଠନ ଭଳି ଶୀତଳଭଣ୍ଡାରକୁ ଚାଲି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri