ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର

ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ ଅଧିକ ଶିଶୁଙ୍କ ରକ୍ତରେ ଜହର ରହିଛି। ରକ୍ତରେ ସୀସାର ମାତ୍ରା ବୃଦ୍ଧି ପାଇବା ଯୋଗୁ ଏଭଳିସ୍ଥିତି ଉପୁଜି ଥିବା ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀର ୮୦ କୋଟିରୁ ଅଧିକ ଶିଶୁଙ୍କଠାରେ ଏହି ସମସ୍ୟା ଦେଖାଯାଉଥିବା ୟୁନିସେଫ୍‌ର ଏବଂ ପ୍ୟୁର ଆର୍ଥ ସଂସ୍ଥା ଦ୍ୱାରା ହୋଇଥିବା ଏହି ମିଳିତ ସର୍ଭେ ପୃଥିବୀର ବିଭିନ୍ନ ଦେଶରେ କରାଯାଇଛି। ଏଥିରେ ପ୍ରକାଶ ପାଇଛି ଯେ, ଦକ୍ଷିଣ ଏସିଆରେ ୪୦ କୋଟିରୁ ଅଧିକ ଶିଶୁଙ୍କଠାରେ ଲେଡ୍‌ ପଏଜନିଂ ସମସ୍ୟା ଦେଖାଦେଇଥାଏ। ଗରିବ ଏବଂ ଅଣବିକଶିତ ଦେଶଗୁଡ଼ିକରେ ଏଭଳି ସମସ୍ୟା ଅଧିକ ଦୃଷ୍ଟିଗୋଚର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟକୁ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ଳେଷଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି, ସୀସାର ପ୍ରଭାବ ଶିଶୁଙ୍କ ମସ୍ତିଷ୍କ, ହୃଦୟ, ଫୁସ୍‌ଫୁସ୍‌, କିଡ୍‌ନୀ ଆଦି ଉପରେ ପଡ଼ିଥାଏ। ଲେଡ୍‌ ବ୍ୟାଟେରୀର ଅସୁରକ୍ଷିତ ରିସାଇକ୍ଲିଂ ଯୋଗୁ ମାଟିରେ ଅଧିକ ପରିମାଣର ସୀସା ରହୁଛି। ଏହା ପରବର୍ତ୍ତୀ ସମୟରେ ଫୁଡ୍‌ ଚେନ୍‌ ଦ୍ୱାରା ଶିଶୁଙ୍କ ଶରୀରରେ ପ୍ରବେଶ କରୁଛି। ଭାରତର ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ବିହାରରେ ଏଭଳି ରିସାଇକ୍ଲିଂ ଅଧିକ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ ପରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ୍‌

ଇସଲାମାବାଦ,୧୧ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଇଦ୍‌ ପରେ ଆସନ୍ତା ମାସରେ ପାକିସ୍ତାନକୁ ଫେରିପାରନ୍ତି। ଏହି ସୂଚନା ପିଏମ୍‌ଏଲ୍‌-ଏନ୍‌ର ଜଣେ ବରିଷ୍ଠ ନେତା ପ୍ରଦାନ...

ଖୁସି ଖବର: କରୋନା ଟୀକା ପ୍ରସ୍ତୁତିରେ ଆମେରିକାକୁ ସଫଳତା

ଓ୍ବାଶିଂଟନ, ୧୫।୭: ଆମେରିକାରୁ ଖୁସି ଖବର ମିଳିଛି। କରୋନା ସଂକ୍ରମଣ ରୋକିବା ପାଇଁ ଆମେରିକା ଟୀକା ପ୍ରସ୍ତୁତିରେ ସଫଳତା ହାସଲ କରିଛି। ଏହାର ପ୍ରୟୋଗ ମନୁଷ୍ୟଙ୍କଠାରେ...

ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌...

ସମୁଦ୍ର ତଳେ ବିସ୍ତୀର୍ଣ୍ଣ ଜଙ୍ଗଲ

ନୂଆଦିଲ୍ଲୀ, ୧୯।୯: ବିଶ୍ୱରେ ଆମାଜନ, ବୋରନେଓ, କଙ୍ଗୋ ଓ ଡାଇନ୍‌ଟ୍ରି ଭଳି ଅନେକ ବିଶାଳ ଜଙ୍ଗଲ ରହିଛି। ଏହାଛଡ଼ା ଆଖି ନ ପାଇଲା ଭଳି ଆର୍ଦ୍ର...

ତାଇଓ୍ବାନ୍‌ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ

ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍‌ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍‌-ଚାଇନା ମଧ୍ୟରେ ଉତ୍ତେଜନା...

ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଲେ ବାଇଡେନ୍‌

ନ୍ୟୁୟର୍କ,୧୮।୩: ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ...

ଡ୍ରାଗନ୍‌ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ

କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି।...

ଇମ୍ରାନଙ୍କଠାରୁ ଭଲ ଥିଲା ପାକିସ୍ତାନର ଲୁଟ୍‌ କରୁଥିବା ସରକାର

ଇସ୍‌ଲାମାବାଦ,୩।୯: ପାକିସ୍ତାନ ଜନତା ଏବେ ମହଙ୍ଗା ମାଡକୁ ନେଇ ଚେପା ହୋଇ ଗଲେଣି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଉଦ୍ୟୋଗପତି ସଭିଏଁ ପାକିସ୍ତାନର ମହଙ୍ଗା...

Advertisement
Archives

Model This Week