ଏଇ ଭାରତରେ

କେରଳର ଜୋଶେଫ୍‌ କରାକାଡୁ ଡ୍ରାଗନ ଫ୍ରୁଟ୍ସ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ନିଜସ୍ବ ଉଦ୍ୟମରେ ଜଣେ ସଫଳ ଡ୍ରାଗନ ଫ୍ରୁଟ୍ସ ଚାଷୀ ହୋଇପାରିଛନ୍ତି। ଜୋଶେଫ୍‌ଙ୍କ ବୟସ ୭୪। ସେ ପାଖାପାଖି ୧ ଏକର ଜମିରେ ୨୦ ପ୍ରକାର ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି। ଏହିସବୁ କିସମର ଡ୍ରାଗନଫ୍ରୁଟ୍ସ ସେ ତାଇଓ୍ବାନ, ବ୍ରାଜିଲ, ଫିଲିପାଇନ୍ସ, ଇକ୍ୱେଡର ଏବଂ ଅଷ୍ଟ୍ରେଲିଆ ଆଦି ଦେଶରୁ ସଂଗ୍ରହ କରିଛନ୍ତି। ଡ୍ରାଗନଫ୍ରୁଟ୍ସ ବିକ୍ରି କରି ସେ ରୋଜଗାର କରୁଛନ୍ତି। ହେଲେ ତାହାଠାରୁ ଅଧିକ ଲାଭ ପାଉଛନ୍ତି ଡ୍ରାଗନଫ୍ରୁଟ୍ସ ଚାରା ବିକ୍ରି କରି। ଜୋଶେଫ୍‌ ଚାରାରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ଡ୍ରାଗନଫ୍ରୁଟ୍ସ ଓ ତାହାର ଚାରାକୁ ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟ ସମେତ ବିଦେଶରେ ବିକ୍ରି କରୁଛନ୍ତି। ବଡ଼ କଥା ହେଉଛି ସେ ଗବେଷଣା କରି ନୂଆ କିସମର ରେଡ୍‌ ଚିଲି ଓ ଓ୍ବଣ୍ଡ ବୟ ଡ୍ରାଗନଫ୍ରୁଟ୍ସ ଉତ୍ତାରିବାରେ ସକ୍ଷମ ହୋଇପାରିଛନ୍ତି। ଡ୍ରାଗନଫ୍ରୁଟ୍ସ ଚାଷ କରିବା ପୂର୍ବରୁ ଜୋଶେଫଙ୍କର ଏକ ମେଶିନ ଟୁଲ୍‌ ଇଣ୍ଡଷ୍ଟ୍ରି ଥିଲା। ପରେ ସେ ଏହି ବ୍ୟବସାୟକୁ ଛାଡ଼ି ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି। ସେ ଉପତ୍ାଦିତ ଡ୍ରାଗନଫ୍ରୁଟ୍ସ ଓ ଚାରାକୁ ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟ ସମେତ ବିଦେଶରେ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri