କେରଳର ଜୋଶେଫ୍ କରାକାଡୁ ଡ୍ରାଗନ ଫ୍ରୁଟ୍ସ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ନିଜସ୍ବ ଉଦ୍ୟମରେ ଜଣେ ସଫଳ ଡ୍ରାଗନ ଫ୍ରୁଟ୍ସ ଚାଷୀ ହୋଇପାରିଛନ୍ତି। ଜୋଶେଫ୍ଙ୍କ ବୟସ ୭୪। ସେ ପାଖାପାଖି ୧ ଏକର ଜମିରେ ୨୦ ପ୍ରକାର ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି। ଏହିସବୁ କିସମର ଡ୍ରାଗନଫ୍ରୁଟ୍ସ ସେ ତାଇଓ୍ବାନ, ବ୍ରାଜିଲ, ଫିଲିପାଇନ୍ସ, ଇକ୍ୱେଡର ଏବଂ ଅଷ୍ଟ୍ରେଲିଆ ଆଦି ଦେଶରୁ ସଂଗ୍ରହ କରିଛନ୍ତି। ଡ୍ରାଗନଫ୍ରୁଟ୍ସ ବିକ୍ରି କରି ସେ ରୋଜଗାର କରୁଛନ୍ତି। ହେଲେ ତାହାଠାରୁ ଅଧିକ ଲାଭ ପାଉଛନ୍ତି ଡ୍ରାଗନଫ୍ରୁଟ୍ସ ଚାରା ବିକ୍ରି କରି। ଜୋଶେଫ୍ ଚାରାରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ଡ୍ରାଗନଫ୍ରୁଟ୍ସ ଓ ତାହାର ଚାରାକୁ ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟ ସମେତ ବିଦେଶରେ ବିକ୍ରି କରୁଛନ୍ତି। ବଡ଼ କଥା ହେଉଛି ସେ ଗବେଷଣା କରି ନୂଆ କିସମର ରେଡ୍ ଚିଲି ଓ ଓ୍ବଣ୍ଡ ବୟ ଡ୍ରାଗନଫ୍ରୁଟ୍ସ ଉତ୍ତାରିବାରେ ସକ୍ଷମ ହୋଇପାରିଛନ୍ତି। ଡ୍ରାଗନଫ୍ରୁଟ୍ସ ଚାଷ କରିବା ପୂର୍ବରୁ ଜୋଶେଫଙ୍କର ଏକ ମେଶିନ ଟୁଲ୍ ଇଣ୍ଡଷ୍ଟ୍ରି ଥିଲା। ପରେ ସେ ଏହି ବ୍ୟବସାୟକୁ ଛାଡ଼ି ଡ୍ରାଗନ ଫ୍ରୁଟ୍ସ ଚାଷ କରୁଛନ୍ତି। ସେ ଉପତ୍ାଦିତ ଡ୍ରାଗନଫ୍ରୁଟ୍ସ ଓ ଚାରାକୁ ଗୁଜରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟ ସମେତ ବିଦେଶରେ ବିକ୍ରି କରୁଛନ୍ତି।


