ଏଇ ଭାରତରେ

ଗୋଷ୍ଠୀଗତ ଏକତାର ସବୁବେଳେ ବିଜୟ ହୁଏ। ଏହି ବିଜୟ କେବଳ ଯୁଦ୍ଧ କିମ୍ବା ପ୍ରତିଯୋଗିତାରେ ନୁହେଁ, ବରଂ ସ୍ବଚ୍ଛତା କ୍ଷେତ୍ରରେ ମଧ୍ୟ ଘଟିଥାଏ। ଏଭଳି ଏକତାର ପରିଚୟ ଦେଇଛନ୍ତି ଚେନ୍ନାଇର ଚିତଲାପକମ ବାସିନ୍ଦା। ସେମାନେ ‘#ସେଭିଂ ଚିତଲାପକମ ଲେକ୍‌’ ଅଭିଯାନ ଆରମ୍ଭ କରି ୫୦ ଏକର ପରିମିତ ୧୦୦ ବର୍ଷର ହ୍ରଦକୁ ପୁନରୁଦ୍ଧାର କରିବା ସହ ପରିବେଶକୁ ସ୍ବଚ୍ଛ କରିପାରିଛନ୍ତି। ଏହି କାମ ପାଇଁ ସେମାନେ ୭ ବର୍ଷ ନିରବଚ୍ଛିନ୍ନ ଭାବେ ଚେଷ୍ଟା କରିଆସିଛନ୍ତି। ସେମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସରୁ ଆର୍ଥିକ ଅନୁଦାନ ସଂଗ୍ରହ କର ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରଥମେ ଚିତଲାପକମର ପ୍ରତ୍ୟେକ ପରିବାର ୧୦୦ ଟଙ୍କା ଲେଖା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଅଭିଯାନରେ ପିଲାଠାରୁ ଆରମ୍ଭ କରି ୯୦ ବର୍ଷ ବୟସର ଲୋକ ଜଡ଼ିତ ରହିଛନ୍ତି। ସେମାନେ ତାଙ୍କ ଟିମ୍‌ର ନାମ ଦେଇଛନ୍ତି ଚିତଲାପକମ ରାଇଜିଂ। ସେମାନେ ୨୦୧୭ରେ ପୋଷ୍ଟକାର୍ଡ କ୍ୟାମ୍ପେନ, ପଥପ୍ରନ୍ତ ନାଟକ ଓ ଗୀତ ମାଧ୍ୟରେ ଏହି ହ୍ରଦର ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଆରମ୍ଭ କରିଥିଲେ। ୨୦୧୯ ବେଳକୁ ସେମାନଙ୍କ ସହିତ ୨୦୦୦ ଲୋକ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri