ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି

ନୂଆଦିଲ୍ଲୀ,୨୮।୭: କ୍ରମାଗତ ଭାବେ ଭାରତରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟର ସଂଖ୍ୟା ବଢୁଥିବାବେଳେ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଚାହିଦା ମଧ୍ୟ ଅସାଧାରଣ ବୃଦ୍ଧି ଘଟିଛି। ଏପରିକି ଧନିକ ଶ୍ରେଣୀର କ୍ରେତାମାନେ ସଫଳତା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି। ବିଶେଷକରି ଆମେ ଯଦି କୋଲକାତା ବଜାର ସମ୍ପର୍କରେ କଥା ହେବା ତେବେ ଜାଣିବାକୁ ପାଇବା ଯେ ଫୋରମ ଆଟ୍‌ମୋସ୍ପିୟର ଓ ଚୌରଙ୍ଗୀ ରୋଡ୍‌ଠାରେ ଥିବା ୪୨ ନଂ. ଭଳି ପ୍ରକଳ୍ପ ଗତ ଦଶନ୍ଧିରେ ସୁପର ବିଳାସପୂର୍ଣ୍ଣ ଜୀବନଯାପନ ଲାଗି ସହରର ପ୍ରମୁଖ ହବ୍‌ରେ ପରିଣତ ହୋଇଛି। ଏପରିକି ଏହି ବିକାଶ ଗୁଡ଼ିକ ବିଶ୍ୱର ପ୍ରଥମ ଆବାସିକ ଭାସମାନ ଓ ସହରର ଉଚ୍ଚତମ ଆବାସିକ ଟାୱାର ପରି ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହ ଜୀବନଶୈଳୀକୁ ମଧ୍ୟ ନୂଆ ରୂପ ଦେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୋଲକାତାଠାରେ ୧.୫କୋଟିରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ବିକ୍ରି ଦ୍ୱିଗୁଣିତ ହୋଇଛି। ସେହିଭଳି ୨୦୧୯ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୫୦ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରିକରି କୋଲକାତାଠାରେ ପ୍ରିମିୟମ ଡେଭଲପରମାନେ ଚଳିତ ବର୍ଷରେ ୩୮୦ ୟୁନିଟ୍‌ରୁ ୧୫୩% ଅଭିବୃଦ୍ଧି ହାସଲ କରିଛନ୍ତି।

ଗଲ୍‌ଫ କୋର୍ସ ରୋଡ୍‌ଠାରେ ଥିବା ଗୁରୁଗ୍ରାମର କ୍ୟାମେଲିଆରେ ୧୧୦୦୦ ବର୍ଗଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଫ୍ଲାଟ୍‌ ୧୧୪ କୋଟିରେ ବିକ୍ରିହୋଇ ଗତ କିଛି କ୍ୱାର୍ଟରରେ ଏହିପରି କାରବାର ମଧ୍ୟରୁ ଗୋଟିଏକୁ ଦର୍ଶାଇଥିଲା। ୧ମାସ ଭିତରେ ଭାରତର ସର୍ବବୃହତ୍‌ ତାଲିକାଭୁକ୍ତ ରିଏଲ ଇଷ୍ଟେଟ ଡେଭଲପର ଡିଏଲ୍‌ଏଫ୍‌ ଦ୍ରୁତ ବିକଶିତ ହୋଇଛି ଓ ଏହା କ୍ୟାମେଲିଆରେ ୯୫ କୋଟିର ଏକ ବାସସ୍ଥାନ ଆଣିଥିଲା ଯାହା ଉବେର ଲକ୍‌ଜୁରି ହୋମ୍‌ ଭାବେ ପରିଚିତ।
ବିଳାସପୂର୍ଣ୍ଣ ଓ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଏହି ଚାହିଦାକୁ ଦୃଷ୍ଟିଦେଇ ଡିଏଲ୍‌ଏଫ୍‌ ଗୋଆ ଓ ଗୁରୁଗ୍ରାମଠାରେ ସୁପର ବିଳାସପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଗୋଆରେ ଏହା ୫୦ କୋଟି ଓ ଅଧିକ ମୂଲ୍ୟରେ ପ୍ରକଳ୍ପ ଲଞ୍ଚ କରିବ।

କିନ୍ତୁ ଏହି ବୃଦ୍ଧି ଗୁରୁଗ୍ରାମଠାରୁ ବିସ୍ତାର ହୋଇଛି, ଯେପରି ମୁମ୍ବାଇରେ ଦେଖାଯାଇଛି ଯେ ଅଗ୍ରଣୀ ଫ୍ୟାଶନ ଡିଜାଇନର ଭ୍ରାଟିକା ଗୁପ୍ତା ୧୧୬.୪୨କୋଟି ଟଙ୍କା ମୂଲ୍ୟରେ ଥ୍ରୀ ସିକ୍ସଟି ୱେଷ୍ଟ ଟାୱାରରେ ସମୁଦ୍ର ଦୃଶ୍ୟ ବିଳାସପୂର୍ଣ୍ଣ ଘର ହାସଲ କରିବା ସହ ହେଡ୍‌ଲାଇନ ପ୍ରସ୍ତୁତ କରିଥିଲେ।

ଏହି ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକ ଗୁରୁଗ୍ରାମର ଡିଏଲ୍‌ଏଫ୍‌ ଗଲ୍ଫ ଲିଙ୍କ୍‌ ମଧ୍ୟରେ ଅବସ୍ଥିତ ରହିଛି। କ୍ୟାମେଲିଆସ୍‌ ପ୍ରାୟ ୧୦ରୁ୧୫ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଏବଂ ୪୨୯ ଅଭିଜାତ ପରିବାରର ଘର । ବିଳାସପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପକୁ ଏକ ହେଡ୍‌ ଟର୍ନର ଭାବେ ପରିଣତ କରିଛି। ଏହାର ୧୬୦,୦୦୦ ବର୍ଗଫୁଟର ବୃହତ୍‌ କ୍ଲବ୍‌ ହାଉସ, ଯାହା ଏହାକୁ ବିଶ୍ୱର ବୃହତମ ଘରୋଇ ଆବାସିକ କ୍ଲବ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?