ଉତ୍ତମ ସ୍ବାସ୍ଥ୍ୟ ଅନ୍ତରାଳେ..

ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ ନିଜର ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ନିହାତି ଜରୁରୀ। ଏ ନେଇ ଖାଦ୍ୟପେୟ ବିଷୟରେ ଜାଣିବା ନିହାତି ଦରକାର। କିଛି ବ୍ୟକ୍ତିବିଶେଷ ଦୈନନ୍ଦିନ ଆହାର ବିହାରକୁ ଅଣଦେଖା କରିବା ଯୋଗୁ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ମନୁଷ୍ୟ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଖାଦ୍ୟ ସାମଗ୍ରୀକୁ ବହୁ ସମୟ ଧରି ରଖିବା ପରେ ଖାଇବା, କୌଣସି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହୃତ ତେଲକୁ ବାରମ୍ବାର ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ପୋଡ଼ା ତେଲ ଖାଇବା ଦ୍ୱାରା ଆଣ୍ଟିଅକ୍ସିଡେଣ୍ଟ ତିଆରି କରୁଥିବା ଶରୀରର ଉପକାରୀ ଏଞ୍ଜାଇମ୍‌ଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେଣୁ ତେଲ ଓ ଘିଅ ଦ୍ୱାରା ଛଣା ଯାଇଥିବା ଖାଦ୍ୟକୁ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ତା’ସହ ଅଳ୍ପ ଭଜାଭଜି ଖାଦ୍ୟ, ଅଧିକ ସିଝା ଖାଦ୍ୟ ଖାଇବା ଓ ତନ୍ତୁ ଜାତୀୟ ପନିପରିବା(କଖାରୁ, ସୋୟା ବଡ଼ି, ଦେଶୀ ପୋଟଳ, ଲାଉ, ଭେଣ୍ଡି,ଜହ୍ନି)ଆଦିକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏପରି ଖାଦ୍ୟ ଶରୀର ନୀରୋଗ ରହିବା ପାଇଁ ଅନେକାଂଶରେ ସହାୟକ ହେବା ସହ ମନୁଷ୍ୟକୁ ଦୀର୍ଘାୟୁ କରିଥାଏ।
ମନୁଷ୍ୟର ବୟସ ବଢ଼ିବା ସାଙ୍ଗକୁ ମାଛ, ମାଂସ (red meat) ଖାଇବା କମ୍‌ କରିବା ଉଚିତ। ଅଧିକ ମାତ୍ରାରେ ଲାଲ୍‌ ମାଂସ ଖାଇବା ଦ୍ୱାରା ରକ୍ତରେ ଆଇରନର ମାତ୍ରା ବଢ଼ିଯାଏ, ଯାହାକି ସୁସ୍ଥ ଶରୀର ପାଇଁ କ୍ଷତିକାରକ। ଏହି ମାଂସ ବର୍ଦ୍ଧିତ ଆଇରନ ଅକ୍ସିଡେସନ ପ୍ରକ୍ରିୟାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ। ତେଣୁ ଅଧିକ ମାତ୍ରାରେ ମାଛ, ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଅକ୍ସିଡେସନ ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ପାଇଁ ଅଧିକ ସବୁଜ ପନିପରିବା ଖାଇବା ଜରୁରୀ। ଦୈନନ୍ଦିନ ଖାଦ୍ୟରେ କମ୍‌ ମୂଲ୍ୟରେ ବଜାରରେ ମିଳୁଥିବା ଅମୃତଭଣ୍ଡା, କଦଳୀ,ଗାଜର,ବନ୍ଧାକୋବି, ଟମାଟୋ, ପାଚିଲା ବୋଇତାଳୁ, ତରଭୁଜ, ସଜନାଛୁଇଁ, ପୋଇ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମେଥି ଶାଗ, ସଜନା ଶାଗ ଆଦି ବିଭିନ୍ନ ସବୁଜ ପନିପରିବାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ଶରୀର ପାଇଁ ଅମୃତତୁଲ୍ୟ କାମ କରିଥାଏ। ଏଗୁଡିକ ଖାଦ୍ୟରେ ନିୟମିତ ଖାଇବା ଦ୍ୱାରା ଶରୀର କ୍ରିୟାଶୀଳ ହୋଇଥାଏ। ତା’ ସହ ଶରୀର ସୁସ୍ଥ ରହିଥାଏ। ଏମିତି କେତେକ ଫଳ ରହିଛି ଯାହାକି ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି, ଯାହାକି ଆଣ୍ଟିଅକ୍ସିଡେଣ୍ଟ ଅଟେ। ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ହୃଦ୍‌ରୋଗ, କର୍କଟ, ଚର୍ମରୋଗ, ମାନସିକ ଚିନ୍ତାଜନିତ ରୋଗକୁ ପ୍ରାକୃତିକ ଉପାୟରେ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।
ଲେମ୍ବୁ, କମଳା, ଅଙ୍ଗୁର, ଷ୍ଟ୍ରବେରୀ, ଜାମୁକୋଳି, ଡାଳିମ୍ବ, ସେଓ, ଚେରି, ସପୁରି, ପିଜୁଳି, କଦଳୀ, ଟମାଟୋ, ଆମ୍ବରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି, ଯାହାକୁ ଖାଇବା ଦ୍ୱାରା ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଶରୀର ଭିତରକୁ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ ଆଦିର ପ୍ରବେଶକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆମ ଶରୀର ସୁସ୍ଥ ତଥା ସତେଜ ରଖିଥାଏ।
ଦୈନନ୍ଦିନ ଜୀବନଯାପନ ଭିତରେ ଏମିତି କେତେକ ସାଧାରଣ କଥା ରହିଛି ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ। ବାସଗୃହରେ କୁକୁର, ବିଲେଇ, ନେଉଳ ଆଦିଙ୍କୁ ପୋଷିବା, କୁଆ, ଚଢ଼େଇ, ଚିରଗୁଣୀ, ପାରା ଆଦି ପକ୍ଷୀଙ୍କୁ ଦୈନନ୍ଦିନ ଖାଦ୍ୟଶସ୍ୟ ଦେବା ଦ୍ୱାରା ବହୁ ଉପକାର ମିଳିଥାଏ। ଯେପରି କୁକୁର ବାହ୍ୟଶତ୍ରୁ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କୁ ପ୍ରତିରୋଧ କରିଥାଏ ସେହିପରି ବିଲେଇ ବାସ ଗୃହରେ ସାପ, ବେଙ୍ଗ, ବିଛା ଆଦିଙ୍କୁ ଘରଭିତରକୁ ନ ଯିବାକୁ ପ୍ରତିରୋଧ କରିଥାଏ। ସାପ ଏବଂ ବିଭିନ୍ନ ପୋକ ଜୋକଙ୍କଠାରୁ ନେଉଳ ଆମକୁ ଦୂରେଇ ରଖୁଥିବା ବେଳେ ଚଢ଼େଇ, ପାରା, ଚିରଗୁଣୀ ଆଦି ଘରର ଚତୁର୍ପାର୍ଶ୍ୱରେ ଥିବା ବିଭିନ୍ନ ପୋକ ଜୋକ, କୀଟପତଙ୍ଗ ଆଦିଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିଥାଆନ୍ତି।
ମନୁଷ୍ୟ ଚିନ୍ତାମୁକ୍ତ, ନୀରୋଗ, ଦୀର୍ଘାୟୁ ଭାବେ ବଞ୍ଚି ରହିବା ପାଇଁ ପ୍ରକୃତି ଓ ପରିବେଶ ସହ ଖାପ ଖୁଆଇ ଚଳିବା ଦରକାର। ଦୈନନ୍ଦିନ ସୁଷମ ଖାଦ୍ୟ ଗ୍ରହଣ କରିବା ସହ ପ୍ରାତଃ ସୂର୍ଯ୍ୟକିରଣରେ ଯାତାୟାତ କରିବା, ଦୈନନ୍ଦିନ ବ୍ୟାୟାମ କରିବା ଦ୍ୱାରା ମନୁଷ୍ୟ ଶରୀରରେ ରକ୍ତଚାପ ଓ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ତା’ସହ ମନୁଷ୍ୟର ବୟସ ଅନୁପାତରେ ଓଜନ ଠିକ୍‌ ଭାବେ ରହିଥାଏ, ଯାହାକି ଦୀର୍ଘାୟୁ ନିମନ୍ତେ ସହାୟକ ହୋଇଥାଏ।
ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ନିଜ ସ୍ବାସ୍ଥ୍ୟର ଯତ୍ନ ନିଜ ହାତରେ ରହିଥିବା ବେଳେ ମନୁଷ୍ୟ ବାଟବଣା ହୋଇଥାଏ। ବିଭିନ୍ନ ପ୍ରକାର ଦୂଷିତ ଖାଦ୍ୟ, ଦୂଷିତ ଜଳ, ବିଭିନ୍ନ ଫାଷ୍ଟଫୁଡ୍‌, ପ୍ରତିଦିନ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ବିଳମ୍ବିତ ରାତିରେ ଶୋଇବା, ବିଳମ୍ବରେ ଶଯ୍ୟା ତ୍ୟାଗ କରିବା ଆଦି ବିଭିନ୍ନ କାରଣରୁ ଶରୀର ବିଭିନ୍ନ ଜଟିଳ ରୋଗର ଶିକାର ହୋଇଥାଏ। ଆମେ ସଜାଗ ରହି, ସ୍ବାସ୍ଥ୍ୟକୁ ସୁସ୍ଥ ଓ ସଜାଗ ରଖିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିବାର ଆବଶ୍ୟକତା ରହିଛି।
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri