ଗଜପତିରେ କଂଗ୍ରେସଠାରୁ ପଛରେ ଭାଜପା

ପାରଳାଖେମୁଣ୍ଡି,୩।୩(ଡି.ଏନ.ଏ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଜପତି ଜିଲାରେ ନୂଆ ଇତିହାସ ରଚିଛି। ଜିଲାର ମୋଟ ୧୪ଟି ଜିଲା ପରିଷଦ ଆସନରୁ ଦଳ୧୧ଟିରେ ବିଜୟ ଲାଭ କରିଛି । ଅନ୍ୟ ୩ଟି ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ହାତଗଣତି ଭୋଟ ବ୍ୟବଧାନରେ ଜିତିବାରେ ସକ୍ଷମ ହୋଇଛନ୍ତି।

ଗତ ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେଡି ମାତ୍ର ୫ଟି ଆସନରେ ବିଜୟ ହାସଲ କରିଥିବା ବେଳେ ଭାଜପା ୩ଟି ଏବଂ କଂଗ୍ରେସ ସର୍ବାଧିକ ୬ଟି ଆସନ ଅକ୍ତିଆର କରିଥିଲା । ଅନ୍ୟପକ୍ଷରେ ଗତ ବିଧାନସଭା ନିର୍ବାଚନରେ ଜିଲାର ଥିବା ୨ଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡିରେ ଭାଜପା ଓ ମୋହନା ଆସନଟି କଂଗ୍ରେସ ଦଖଲ କରିଥିଲା । ତେବେ ଗତ ୨ଟି ନିର୍ବାଚନରେ ଜିଲାରେ ବିଜେଡିର ସ୍ଥିତି ସେଭଳି ଭଲ ନ ଥାଇ ବି ଚଳିତ ନିର୍ବାଚନରେ ସର୍ବାଧିକ ୧୧ଟି ଆସନ ଦଖଲ କରିଛି। ଦଳର ସଫଳତା ନେଇ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଜିଲା ସଭାପତି ପ୍ରଦୀପ ନାୟକ, ଡ.ତିରୁପତି ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନମୂଳକ ଯୋଜନା ଓ ଲୋକହିତକର କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ସନ୍ତୁଷ୍ଟ ହୋଇ ଠିକ ରାୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଏଭଳି ସଫଳତା କାମନା କରି ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଣୀ ସେଲ ଖଣି ପରିଦର୍ଶନ

ବଡ଼ବିଲ, ୧୩।୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ସେଲ(ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ)ର ବଲାଣି ଲୌହ ଖଣିକୁ ସୋମବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ବିଧାୟକ

ଭୋଗରାଇ, ୩୧।୫(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସେମାନଙ୍କର ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ...

ମଲ୍‌ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ...

ଜଙ୍ଗଲ ଭିତରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ପୋଲିସର ଛାନ୍‌ଭିନ

ଭବାନୀପାଟଣା,୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ଅନ୍ତର୍ଗତ କିଡିଙ୍ଗ ଗାଁକୁ ଲାଗିଥିବା ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୋଲିସ ଗୁରୁବାର...

ଲକ୍‌ଡାଉନ୍‌ ପରେ ସାମାଜିକ ଦୂରତ୍ୱକୁ ଗରୁତ୍ୱ: ଦୁର୍ଗମ ଅଞ୍ଚଳରେ ଦିନ ମଜୁରିଆ ପ୍ରଭାବିତ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): ସାରା ଭାରତବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଫଳରେ ରାଜ୍ୟର...

ବିଏସଏନଏଲ ସେବାରେ ଅବ୍ୟବସ୍ଥା ନେଇ ୧୨ ଘଣ୍ଟା ଚିତ୍ରକୋଣ୍ଡା ବନ୍ଦ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚିତ୍ରକୋଣ୍ଡା,୨୩ା୭(ଡି.ଏନ.ଏ.)- ବିଏସଏନଏଲ ସେବା ପ୍ରଦାନରେ ଅବ୍ୟବସ୍ଥା ପ୍ରତିବାଦରେ ଆହୂତ ଚିତ୍ରକୋଣ୍ଡା ବନ୍ଦ ଡାକରା ସଫଳ ହୋଇଛି। ଏହାକୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ସମର୍ଥନ କରିଛନ୍ତି।...

ପର୍ଯ୍ୟଟନ ବିଭାଗ ସୂଚନା ଫଳକକୁ ନେଇ ଚର୍ଚ୍ଚା

ସୋନପୁର,୧।୪(ନି.ପ୍ର.): ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ମନ୍ଦିର ସମ୍ପର୍କରେ ବାହାରୁ ଆସୁଥିବା ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଯାଉଛି। ଏଥିରେ...

ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗହପଣ୍ଡି/ପାଟପୁର, ୧୪ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ପାଟପୁର ଥାନାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ଥାନାକୁ ଆଣିଥିବା ଜଣେ...

Advertisement
Archives

Model This Week