ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…

ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ ଏନେଇ ଏକ ଅଧ୍ୟୟନ କରାଯାଇଛି।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଫ୍ରାନ୍ସର ଚାରି ଜଣଙ୍କ ମଧ୍ୟରୁ ଜଣେ ଲୋକ ଶୁଣିବାରେ ଅସୁବିଧା ଭୋଗୁଛନ୍ତି। ସେଠାରେ ଥିବା ଜନସଂଖ୍ୟାର ୨୫ ପ୍ରତିଶତ ଲୋକଙ୍କର ଏପରି ସମସ୍ୟା ରହିଛି। ଅର୍ଥାତ୍‌ ସେମାନେ ଧୀରେ ଧୀରେ ଶ୍ରବଣ ଶକ୍ତି ହରାଉଛନ୍ତି। ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ୍କ ୧୮୬,୪୬୦ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।ଫ୍ରାନ୍ସରେ କେବଳ ୩୭ ପ୍ରତିଶତ ଲୋକ ଶ୍ରବଣ ଉପକରଣ ବ୍ୟବହାର କରନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୫୦ ସୁଦ୍ଧା ପୃଥିବୀର ୨୫୦ କୋଟି ଲୋକ ଶ୍ରବଣ ସମସ୍ୟା ଭୋଗିବାର ଆଶଙ୍କା ରହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ସମ୍ପ୍ରତି ବିଶ୍ୱର ୧୫୦ କୋଟି ଲୋକ ଶ୍ରବଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ଏକ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଦେଖାଯାଉଛି। ଡାକ୍ତରଙ୍କ କହିବାନୁସାରେ, ଇୟରଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ହୋଇପାରେ। ମନୁଷ୍ୟ କାନର ଶ୍ରବଣ କ୍ଷମତା କେବଳ ୯୦ ଡେସିବଲ। ଯାହା ଧୀରେ ଧୀରେ ୪୦ରୁ ୫୦ ଡେସିବଲକୁ କମିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?