ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା

ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ ବୁଝେ ନାହିଁ । ଏମିତି ବି କୌଣସି ବି ଉତ୍ସବ ନାହିଁ ଯେଉଁ ମଞ୍ଚରେ ତାଙ୍କର ପାଦ ପଡି ନ ଥିବ। ଦିଲ୍ଲୀରେ ରହୁଥିବା ହାରାହାରି ୧୫ଲକ୍ଷ ପ୍ରବାସୀ ଓଡିଆଙ୍କ ମନ ଜିଣୁଥିବା କଣ୍ଠଶିଳ୍ପୀ ଦମ୍ପତି ହେଲେ ଶ୍ରୀମନ୍ତ ବିଶ୍ୱାଳ ଓ ନିବେଦିତା ଜେନା। ସ୍ତ୍ରୀସ୍ବାମୀ ଦୁହେଁ ଓଡିଆ ସଙ୍ଗୀତକୁ ପୁରୁଣା ନୂଆ ରୂପରେ ଓଡିଆଙ୍କ ନିକଟରେ ପହଞ୍ଚାଇବାକୁ ଅହରହ ପ୍ରୟାସ ଜାରି ରଖିଛନ୍ତି। କଣ୍ଠଦାନର ଶ୍ରମକୁ ଅର୍ଥର ତରାଜୁରେ ନ ତଉଲି ଓଡିଆଙ୍କ ଖୁସିକୁ ନିଜର ଖୁସି ଭାବି କାର୍ଯ୍ୟ କରି ଚାଲିଛନ୍ତି।
ଶ୍ରୀମନ୍ତଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ କୁପାରୀ ଗ୍ରାମରେ ଓ ନିବେଦିତାଙ୍କ ଘର ଖଇରା ବ୍ଲକ ପଳସା ପଞ୍ଚାୟତ ଅର୍ଜୁନପୁର ଗ୍ରାମରେ। ଶ୍ରୀମନ୍ତ ସ୍କୁଲ ଓ କଲେଜ ପଢୁଥିବା ସମୟରେ ବିଦ୍ୟା ଅଧ୍ୟୟନ ସହିତ ମା’ କମଳିନୀ ମିଶ୍ରଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ। ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ ା ତାପରେ ସଙ୍ଗୀତ ସ୍କୁଲରୁ ସଙ୍ଗୀତ ଶିକ୍ଷା କରିଥିଲେ ା ୧୯୯୭ରେ ସେ ଅର୍ଥ ପାଇଁ ଚାକିରି ଅନ୍ବେଷଣରେ ଦିଲ୍ଲୀ ଯାଇ ଏକ ଘରୋଇ କମ୍ପାନୀରେ ବ୍ୟବସାୟ ପରିଚାଳକ ପଦବୀରେ ରହିଥିଲେ। ହେଲେ ଇଛା ଥିଲେ ଉପାୟ ଆପେ ଆପେ ଆସେ। ନିଜର କଣ୍ଠଦାନ ପାଇଁ ସୁଯୋଗ ଖୋଜୁଥିବା ଶ୍ରୀମନ୍ତଙ୍କୁ ଓଡିଆମାନେ ପାଳନ କରୁଥିବା ବିଭିନ୍ନ ଗଣପର୍ବଗୁଡିକରେ ଗୀତ ଗାଇବାକୁ ସୁଯୋଗ ମିଳିଗଲା। ଓଡିଶାରୁ ଗୀତ ଗାଇବାକୁ ଦିଲ୍ଲୀ ଯାଉଥିବା ନାମୀଦାମୀ କଳକାରମାନଙ୍କ ସହ ମିଶି ଗୀତ ଗାଇବା ପରେ ଜଣେ ଦକ୍ଷଗାୟକ ପାଇଁ ରାସ୍ତା ଫିଟିଯାଇଥିଲା। ୨୦୦୪ରେ ତାଙ୍କର ବିବାହ ନିବେଦିତାଙ୍କ ସହ ହୋଇଥିଲା ା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ନିବେଦିତା ୨୦୦୬ରେ ଓଡିଶୀ ଭୋକାଲ ପାଠ୍ୟକ୍ରମ ଶେଷ କରିବା ପରେ ସ୍ତ୍ରୀସ୍ବାମୀ ଦୁହେଁ ଅର୍କେଷ୍ଟ୍ରା ‘ଗୀତ ସଙ୍ଗୀତ’ ନାମରେ ସଙ୍ଗଠନ ଆରମ୍ଭ କରି ଓଡିଶା ପର୍ବ, ରଥଯାତ୍ରା ଭଳି ଓଡିଆ ପର୍ବରେ ଭଜନ ଓ ଓଡିଆ ଆଲବମ, ପୁରୁଣା ଓ ନୂଆ ଚଳଚ୍ଚିତ୍ରର ମନଛୁଆଁ ଗୀତ ଗାଇ ଦର୍ଶକଙ୍କ ଶ୍ରଦ୍ଧାଭାଜନ ଲାଭ କରିଥିଲେ ା ନିକଟରେ ରିଲିଜ ହୋଇଥିବା ଓଡିଆ ଆଲବମ ଫେରିଆ ଶ୍ରାବଣରେ ପୁରୁଣା ସିନେମାର ସୁନ୍ଦର ଗୀତ ମୁଁ ଯିବି ଯିବି ଗାଇ ନିବେଦିତା ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ବେଶ୍‌ ସଫଳତା ଲାଭ କରିଛନ୍ତି ା ଏବେ କେବଳ ଦିଲ୍ଲୀ ନୁହେଁ ରାଜସ୍ଥାନ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ରହୁଥିବା ଓଡିଆଙ୍କ ନିକଟରେ କଣ୍ଠଦାନ ପାଇଁ ଅନୁରୋଧ ଆସୁଛି ା ତାଙ୍କର ଏଭଳି ସାଧନା ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦୁଳା ପ୍ରଧାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ବହୁ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି ା ଆଗକୁ ହଜିଯାଉଥିବା ବିଭିନ୍ନ କଣ୍ଠଶିଳ୍ପୀଙ୍କ ସଙ୍ଗୀତଗୁଡିକୁ ନୂଆ ରୂପ ଓ ରଙ୍ଗରେ ଦର୍ଶକ ନିକଟରେ ପହଞ୍ଚାଇବା ସେମାନଙ୍କର ଲକ୍ଷ୍ୟ ବୋଲି ଏହି ଯୁବ ଦମ୍ପତ୍ତି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri