Posted inଖେଳ

କ୍ରୋଏସିଆରେ ବିଏ ପରୀକ୍ଷା ଦେବେ ଶୁଟର ଭାକର

ନୂଆଦିଲ୍ଲୀ, ୧୭ା୫ (ପି.ଟି.): ଭାରତର ଷ୍ଟାର ଶୁଟର ମନୁ ଭାକର କ୍ରୋଏସିଆ ରାଜଧାନୀ ଜାଗ୍ରେବସ୍ଥିତ ଏକ ହୋଟେଲ ରୁମ୍‌ରେ ତାଙ୍କ ବିଏ ପରୀକ୍ଷା ଦେବେ। ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ଶୁଟିଂ ଟିମ୍‌ ସହ ଭାକର କ୍ରୋଏସିଆ ଗସ୍ତ କରିଛନ୍ତି। ସେ ତାଙ୍କ ସାଥୀରେ ଶୁଟିଂ ସରଞ୍ଜାମ ସହ ପରୀକ୍ଷା ପାଇଁ ପ୍ରସ୍ତୁତି ଲାଗି ବହିପତ୍ର ମଧ୍ୟ ନେଇଛନ୍ତି। ସେଠାରେ ଟ୍ରେନିଂ ସହ ସେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ। ଅଲିମ୍ପିକ୍ସ ପ୍ରସ୍ତୁତି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ। ୧୯ ବର୍ଷୀୟା ଚାମ୍ପିୟନ ଶୁଟର ଭାକର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଲେଡି ଶ୍ରୀରାମ୍‌ କଲେଜରେ ରାଜନୀତି ବିଜ୍ଞାନର ଜଣେ ଛାତ୍ରୀ। ମେ’ ୧୮ରେ ତାଙ୍କର ବିଏ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଓସିଜେକ୍‌ଠାରେ ୟୁରୋପିଆନ ଚାମ୍ପିୟନଶିପ୍‌ ଏହାର ଦୁଇଦିନ ପରେ ମେ’ ୨୦ରେ ଆରମ୍ଭ ହେବ। ଭାରତ ଏଥିରେ ଏକ ଆମନ୍ତ୍ରିତ ଦଳ ଭାବେ ଅଂଶଗ୍ରହଣ କରିବ। ଏହି ମହାଦେଶୀୟ ଟୁର୍ନାମେଣ୍ଟ ଓ ଭାକରଙ୍କ ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ତାଙ୍କ ଇଭେଣ୍ଟଗୁଡ଼ିକ ପରୀକ୍ଷା ଦିନ ନାହିଁ। ତାଙ୍କୁ ଉଭୟକୁ ଏକ ସଙ୍ଗେ ତୁଲେଇବାକୁ ପଡ଼ିବ। ଭାକର କହିଛନ୍ତି ପାଠପଢ଼ାକୁ ଯଦିଓ ସେ ଗୁରୁତ୍ୱ ଦିଅନ୍ତି ଶୁଟିଂ ପ୍ରତିଯୋଗିତାକୁ ସେ ଅଗ୍ରାଧିକାର ଦେବେ। ଟୋକିଓ ଅଲିମ୍ପିକ୍ସରେ ଭାକର ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି। ୟୁଥ୍‌ ଅଲିମ୍ପିକ୍ସ, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଭାକର କହିଛନ୍ତି ୨୦୨୧ ହେଉଛି ଅଲିମ୍ପିକ୍ସ ବର୍ଷ। ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶକୁ ଗୌରବାନ୍ବିତ କରିବା ତାଙ୍କର ମୂଳ ଲକ୍ଷ୍ୟ। ଭାକରଙ୍କ ପିତା ରାମକିଷନ ଭାକର ମର୍ଚ୍ଚାଣ୍ଟ ନେଭିରେ ଜଣେ ଚିଫ୍‌ ଇଞ୍ଜିିନିୟର। କ୍ରୀଡ଼ାରେ ଝିଅର କ୍ୟାରିୟର ଗଢ଼ିତୋଳିବାରେ ତାଙ୍କର ବିଶେଷ ଭୂମିକା ରହିଛି। ଭାକର ତାଙ୍କ ଲିଖିତ ପରୀକ୍ଷାର ପ୍ରଶ୍ନୋତ୍ତର ମୋବାଇଲ ସ୍କାନର ଜରିଆରେ ପଠାଇବେ। ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିିଓ ଅଲିମ୍ପିକ୍ସର ତିନୋଟି ଇଭେଣ୍ଟ ପାଇଁ ସେ ମନୋନୀତ ହୋଇଛନ୍ତି। ସେ ଅଭିଜ୍ଞ ରାହି ସାର୍ନୋବତ୍‌ଙ୍କ ସହ ମହିଳା ୨୫ ମିଟର ପିସ୍ତଲ ଏବଂ ଯଶସ୍ବିନୀ ସିଂ ଦେଶଓ୍ବାଲଙ୍କ ସହ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାଗ ନେବେ। ଭାକର ଆହୁରି ମଧ୍ୟ ସୌରଭ ଚୌଧାରୀଙ୍କ ସହ ୧୦ ମିଟର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଭାଗ ନେବେ। ମହାଦେଶୀୟ ଇଭେଣ୍ଟ ପରେ ଭାରତୀୟ ଶୁଟରମାନେ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ସମାନ ସହର ଓସିଜେକ୍‌ଠାରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାଗ ନେବେ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ୧୩ ଶୁଟର, ୭ କୋଚ୍‌, ୫ ଫିଜିଓ ଏବଂ ୨ ଜଣ ଭିଡିଓ କର୍ମଚାରୀ ଜାଗ୍ରେବ ସହରରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri