ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ ୩ମାସ ମଧ୍ୟରେ ବିଜେଡି ସମର୍ଥିତ କେତେକ ସରପଞ୍ଚ ଓ ସମିତି ସଭ୍ୟ ଦଳ ଛାଡ଼ି ଭାଜପାକୁ ଚାଲି ଯାଇଥିବାବେଳେ ଦଳୀୟ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରୀ ରହିଛି। ଫଳରେ ଦିନକୁ ଦିନ ଦଳୀୟ କନ୍ଦଳ ବଢୁଥିବା ଚର୍ଚ୍ଚା ହେଉଛି।
କୁଜଙ୍ଗ ବ୍ଲକରେ କେତେକ ସରପଞ୍ଚ ଓ ସମିତିସଭ୍ୟ ଭାଜପାକୁ ଯିବା ପରେ କେଉଁ ମୁହୂର୍ତ୍ତରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଦଳ ହାତରୁ ଖସିଯିବା ଆଶଙ୍କା କରି ନିକଟରେ କେତେଜଣ କର୍ମୀ କିଛି ସମିତି ସଭ୍ୟଙ୍କୁ ଧରି ପୁରୀ, କୋଣାର୍କ ବୁଲାଇବା ସାଙ୍ଗକୁ ଏକାଠି ରହିବାକୁ ଶପଥ ନେଇଥିଲେ। ସପ୍ତାହେ ପରେ ପୁଣି ବୁଧବାର କୁଜଙ୍ଗଠାରେ ବୈଠକକୁ ନେଇ ଦଳ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି। ଏଥିରେ ଦଳର ପରାଜୟ ସମ୍ପର୍କରେ ସମୀକ୍ଷା ନ ହୋଇ କେବଳ ଅଧ୍ୟକ୍ଷା ପଦ ବଞ୍ଚାଇ ରଖିବା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ସଂଖ୍ୟାଧିକ ନିର୍ବାଚିତ ପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତା ଓ ଛାମୁଆ କର୍ମୀଙ୍କ ଅନୁପସ୍ଥିତି ଭିନ୍ନ ବାର୍ତ୍ତା ଦେଇଛି।
ବୈଠକକୁ ନ ଯିବା ସମ୍ପର୍କରେ ଜିଲା ବିଜେଡି ଉପସଭାପତି ପୀତାମ୍ବର ତରାଇ କହିଛନ୍ତି, ଦଳରେ ନେତୃତ୍ୱ ନେବା ପାଇଁ ଛକାପଞ୍ଝା ଖେଳ ଦଳକୁ ଦୁର୍ବଳ କରୁଛି। ବ୍ଲକ ସଭାପତି ନରେନ୍ଦ୍ର ପରିଡ଼ା ବୈଠକକୁ ଡକାଯାଇ ନ ଥିବାରୁ ଏଥିରୁ ଦୂରେଇ ରହିଲ ବୋଲି କହିଛନ୍ତି। ବୈଠକରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବାପି ସର୍ଖେଲ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ରାଉତରାୟଙ୍କୁ ପଚାରିବାରୁ ଏ ବୈଠକ ପ୍ରଫୁଲ୍ଲ ପରିଡ଼ା ଡାକିଥିଲେ। ଏଥିରେ ବ୍ଲକ ପ୍ରଶାସନ ଓ ପୋଲିସର ବେଆଇନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ କିପରି ମୁକାବିଲା କରାଯାଇ ସଙ୍ଗଠନକୁ ମଜଭୁତ କରାଯିବ ସେନେଇ ଆଲୋଚନା କରାଯାଇଛି। ଛାମୁଆ କର୍ମୀମାନଙ୍କ ଅନୁପସ୍ଥିତି ସମ୍ପର୍କରେ ସମ୍ବିତ କହିଥିଲେ, ଖୁବ୍‌ ଶୀଘ୍ର ଆନୁଷ୍ଠାନିକ ଭାବେ ଏକ ବୈଠକ ଡକାଯିବ।
ପାରାଦୀପରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ୨ଟି ବୈଠକ ପରେ ବୁଧବାର ସାରେ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଦଳର ସାଙ୍ଗଠନିକ ବୈଠକ କରିଛନ୍ତି। ସ୍ଥାନୀୟ ମଧୁବନସ୍ଥ ଶ୍ରମିକ ଭବନରେ ନଗର ସଭାପତି ବସନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଏମ୍‌ପି ଡା. କୁଳମଣି ସାମଲ, ଦଳର ରାଜ୍ୟ ସମ୍ପାଦକ ଇଂ. ପ୍ରମୋଦ କିଶୋର ଜେନାଙ୍କ ସମେତ ୧୧ କାଉନ୍‌ସିଲର, ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧିକାଂଶ କର୍ମୀ ଦଳର ପରାଜୟ ସମ୍ପର୍କରେ ଆଲୋଚନା କରିଥିଲେ। ୨୪ବର୍ଷ ଶାସନରେ ଅନେକ ବିକାଶ ଓଡ଼ିଶା କରିଛି। ସବୁ ପରେ ଆମେ କାହିଁକି ହାରିଲୁ ତାହା ସମୀକ୍ଷା କରିବା ବୋଲି ପୂର୍ବତନ ଏମ୍‌ପି ସାମଲ କହିଥିଲେ। କେତେଜଣ ଖଳ ଲୋକ ଦଳ ବିରୋଧରେ କାମ କରିଥିଲେ, ଯେଉଁଥିପାଇଁ ଏହା ସମଗ୍ର ପ୍ରଭାବ ଦଳ ଉପରେ ପଡିଥିଲା। ତେବେ ଯାହା ହେଲା ତାକୁ ଭୁଲି ଆଗକୁ ଯିବାକୁ ପଡ଼ିବ ବୋଲି ନଗର ସଭାପତି ବିଶ୍ୱାଳ କହିଥିଲେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ବସନ୍ତଙ୍କୁ ଅଣଦେଖା କରି ବିଧାୟକ ସମର୍ଥକଙ୍କୁ ନେଇ ଥରେ ବନ୍ଧୁ ମିଳନ କରିଥିଲେ। ଥରେ ଦଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ସେତେବେଳେ ସମ୍ବିତ ଆକ୍ଷେପ କରିଥିଲେ। ଢୋଲ ଭିତରେ ମୂଷା ଯୋଗୁ ଦଳ ହାରିଲା। ଏବେ ମୂଷାଙ୍କୁ ଚିହ୍ନଟ କରାଯିବ। ବୁଧବାର ବୈଠକରେ ଏହି ପ୍ରସଙ୍ଗକୁ ନେଇ ଅଧିକାଂଶ କର୍ମୀ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri