ଭଞ୍ଜନଗରରେ ପାୱାର କଟ୍‌, ଲୋକେ ଛଟପଟ

ଭଞ୍ଜନଗର,୨୪।୪(ଡି.ଏନ.ଏ): ରାଜ୍ୟରେ ଯେତିକି ପରିମାଣର ବିଦ୍ୟୁତ୍‌ ଆବଶ୍ୟକ ବର୍ତ୍ତମାନ ସେହି ଅନୁପାତରେ ବିଦ୍ୟୁତ୍‌ ଉପତ୍ାଦନ ହେଉନାହିଁ। ତେଣୁ ପାୱାର କଟ୍‌ ହେଉଛି। ଭଞ୍ଜନଗରରେ ଦିନକୁ ୩ଥର ପାୱାର କଟ୍‌ ପାଇଁ ସୋସିଆଲ ମିଡ଼ିଆରେ ଘୋଷଣା ହୋଇଥିଲେ ମଧ୍ୟ ତାହାଠାରୁ ଅଧିକ ଥର ବିଦ୍ୟୁତ୍‌ କାଟ କରାଯାଉଛି। ଏବେ ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀ ରହୁଥିଲେ ବି ୪୪ ଡ଼ିଗ୍ରୀ ଭଳି ଗରମ ଅନଭୂତ ହେଉଛି। ଏଭଳି ସ୍ଥିତିରେ ପାୱାର କଟ୍‌ ଯୋଗୁ ଲୋକେ ଛଟପଟ ହୋଇପଡ଼ୁଛନ୍ତି । ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପରୀକ୍ଷା ଚାଲିଥିବା ବେଳେ ଏଭଳି ପାୱାର କଟ୍‌ ଯୋଗୁ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ହେଉଛି । ରାଜ୍ୟର ବିଦ୍ୟୁତ୍‌ ଚାହିଦା ମେଣ୍ଟାଇବା ପାଇଁ ଉପତ୍ାଦନ ବୃଦ୍ଧି କରାଯିବା କଥା, କିନ୍ତୁ ତାହା ହେବାକୁ ନାହିଁ । ଯାହାର ପରିଣାମ ଉପଭୋକ୍ତାମାନେ ଭୋଗୁଛନ୍ତି। ଅନ୍ୟପଟେ ବିଦ୍ୟୁତ୍‌ ସେବାରେ ସୁଧାର ଆଣିବା, ଚୋରିକୁ ରୋକିବା ପାଇଁ ସରକାର ଟାଟା ପାୱାର କମ୍ପାନୀକୁ ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଟାଟା ପାୱାର ଦାୟିତ୍ୱ ନେବାପରେ କେତକ ସେବାରେ ଉନ୍ନତି ଆସିଥିବା ବେଳେ ଆଉ କେତକ କ୍ଷେତ୍ରରେ ଏବେବି ସମସ୍ୟା ରହିଛି। ଟାଟା ପାୱାର ନୂତନ ନିଯୁକ୍ତି ଦେବାପରେ ଅନେକ ପୁରାତନ କର୍ମଚାରୀ ନିଜର ଭବିଷ୍ୟତ ସୁରକ୍ଷିତ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ବହୁଦିନ ହେବ ସେମାନେ ଆନ୍ଦୋଳନ ଚଳାଇଥିଲେ ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଅନ୍ୟପଟେ ଟାଟା ପାୱାର ବିଭିନ୍ନ ଏଜେନ୍ସି ସହାୟତାରେ ନିଯୁକ୍ତି ଦେଇଥିବା ବେଳେ ସେଠାରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ଏନେଇ ବିଦ୍ୟୁତ୍‌ ବିଭାଗର ଜଣେ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତିଯେ ରାଜ୍ୟ ସାରା ବର୍ତ୍ତମାନ ଏହିଭଳି ସମସ୍ୟା ଦେଖାଦେଇଛି । ବିଦ୍ୟୁତ୍‌ ଉପତ୍ାଦନରେ ବ୍ୟାଘାତ ଯୋଗୁ ଏହି ସମସ୍ୟା ଉପୁଜିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri