‘ବସୁଧା’ରେ ସରକାରୀ ଅର୍ଥ ଆତ୍ମସାତ

ଯାଜପୁର ଅଫିସ,୨୦ା୬: ଗ୍ରାମାଞ୍ଚଳ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଠିକାଦାରୀ ରାଜନୀତି ଏହି ଯୋଜନାର ମୂଳଲକ୍ଷ୍ୟକୁ ପରାହତ କରିଛି। ବସୁଧା ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ହେବାର ସପ୍ତାହକ ମଧ୍ୟରେ ପୁଣି ଅଚଳ ହୋଇ ପଡୁଛି। ଅତି ନିମ୍ନମାନର କାମ ସହ ମିଥ୍ୟା ବିଲ ଭାଉଚର ପ୍ରସ୍ତୁତ କରି ବିପୁଳ ସରକାରୀ ଅର୍ଥ ଆମତ୍ସାତ କରାଯାଉଛି। ଏହି ମର୍ମରେ ଯାଜପୁର ଜିଲା ବଡ଼ଚଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଡ଼ା ଗ୍ରାମର ସର୍ବେଶ୍ୱର ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଅଭିଯୋଗର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ବିଭାଗର କଟକ ସର୍କଲର ଅତିରିକ୍ତ ଚିଫ୍‌ ଇଞ୍ଜିନିୟରଙ୍କୁ ରାଜ୍ୟ ଚିଫ୍‌ ଇଞ୍ଜିନିୟର-୨ ନିର୍ଦ୍ଦେଶ ଦେଇଛନ୍ତି।
ଆରଟିଆଇ(ସୂଚନା ଅଧିକାର ଆଇନ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବଡ଼ଚଣା ବ୍ଲକରେ ବସୁଧା ଯୋଜନାରେ ପ୍ରାୟ ୧୨୭ କୋଟି ଟଙ୍କା ବିନିଯୋଗ କରି ୫୦ରୁ ଊର୍ଦ୍ଧ୍ୱ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ତେବେ ଲୁଣିଆ ଅଞ୍ଚଳ ବାଲିପଡିଆ, ବିକ୍ରମତିରନ, ଅସିଆ, ଚାରିନଙ୍ଗଲ, ଦାଉଡିଆପଦା, କୁନ୍ଦଳ, ମଙ୍ଗରାଜପୁର, ବନ୍ତଳା ଆଦି ଅଞ୍ଚଳରେ ୩୦ରୁ ଊର୍ଦ୍ଧ୍ୱ ବସୁଧା ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଏଥିରୁ ବିଶୁଦ୍ଧ ପାଣି ପାଇବା ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ହୋଇଛି। କେତେକ ପ୍ରକଳ୍ପରେ ଆଇରନ ମିଶ୍ରିତ ହଳଦିଆ ପାଣି ବାହାରି ତାହା ବ୍ୟବହାର ଅନୁପଯୋଗୀ ହୋଇଛି। ଏହାବାଦ୍‌ ନିର୍ଦ୍ଧାରିତ ସମୟଠାରୁ ମାସାଧିକ ସମୟ ବିଳମ୍ବରେ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି। ବର୍ଷାଦିନ ପୂର୍ବରୁ ମାଟି କାମକୁ ତରବରିଆ ଭାବେ କରାଯାଉଛି। ଟାଙ୍କି ପାଇଁ ନିଅଁ ଖୋଳାଯାଇ ଢଳେଇ ପକାଯାଇଛି। ଠିକାଦାର ପକ୍ଷରୁ ଢଳେଇ ତଳେ ଦିଆଯାଇଥିବା ଲୁହାରଡ଼ ନିମ୍ନମାନର ରହିଛି। ସରକାରୀ ଭାବେ ସୁପାରିଶ କରାଯାଇଥିବା ରଡ଼କୁ ବ୍ୟବହାର କରା ନ ଯାଇ କମ୍‌ ଦାମ ଓ ନିମ୍ନମାନର ରଡ ବ୍ୟବହାର ହୋଇଥିବାରୁ ତାହା ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକଳନରେ ଦର୍ଶାଯାଇଥିବା ଲୁହାଛଡ ବଦଳରେ କମ୍‌ ଓ ଶସ୍ତା କମ୍ପାନୀର ଷ୍ଟିଲ ବ୍ୟବହାର ହୋଇଛି। ପ୍ରକଳ୍ପରେ ୫୩ ଗ୍ରେଡ ସିମେଣ୍ଟ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ସେହି ଗ୍ରେଡଠାରୁ ବହୁତ୍‌ କମ ତଥା ନିମ୍ନମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ନିର୍ମାଣ ସ୍ଥଳରେ କାମର ଗୁଣବତ୍ତା ମାପିବା କ୍ୟୁବ ଉପଲବ୍ଧ ହେଉନାହିଁ। ଏହାବାଦ୍‌ ନିର୍ଦ୍ଧାରିତ ପରିମାଣର ଗାତ ନ ଖୋଳି ନିମ୍ନମାନର ପାଇପ୍‌ ବିଛା ଯାଇଥିବାରୁ କିଛି ଦିନ ମଧ୍ୟରେ ତାହା ଫାଟି ଯାଉଛି। ସେଥିରୁ ପାଣି ବାହାରି ଗ୍ରାମ୍ୟ ରାସ୍ତାକୁ ଜଳମଗ୍ନ କରୁଥିବା ଦେଖିବାକୁ ମିଳିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଅନ୍ୟପକ୍ଷେ ବଡ଼ଚଣା ଓ ଧର୍ମଶାଳା ବ୍ଲକ ପାଇଁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ମେଗା ପ୍ରକଳ୍ପ ସହ ପୂର୍ବରୁ ନିର୍ମାଣ ହୋଇଥିବା ବସୁଧା ପ୍ରକଳ୍ପଗୁଡିକୁ ମିଶାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଶତାଧିକ କୋଟି ଟଙ୍କା ପାଣିରେ ପଡିବା ନିଶ୍ଚିତ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ବସୁଧା ଯୋଜନାରେ କେତୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଆଇରନ ମିଶା ପାଣି ବାହାରୁଛି ବୋଲି କହି ସ୍ଥାନୀୟ ଲୋକେ ତାକୁ ବ୍ୟବହାର କରୁନାହାନ୍ତି। ତେବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ସବୁ ପ୍ରକଳ୍ପଗୁଡିକୁ ସେଥିରେ ସଂଲଗ୍ନ କରାଯିବ। ଏହାପରେ କୌଣସି ଅସୁବିଧା ରହିବ ନାହିଁ। ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?