‘ବସୁଧା’ରେ ସରକାରୀ ଅର୍ଥ ଆତ୍ମସାତ

ଯାଜପୁର ଅଫିସ,୨୦ା୬: ଗ୍ରାମାଞ୍ଚଳ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଠିକାଦାରୀ ରାଜନୀତି ଏହି ଯୋଜନାର ମୂଳଲକ୍ଷ୍ୟକୁ ପରାହତ କରିଛି। ବସୁଧା ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ହେବାର ସପ୍ତାହକ ମଧ୍ୟରେ ପୁଣି ଅଚଳ ହୋଇ ପଡୁଛି। ଅତି ନିମ୍ନମାନର କାମ ସହ ମିଥ୍ୟା ବିଲ ଭାଉଚର ପ୍ରସ୍ତୁତ କରି ବିପୁଳ ସରକାରୀ ଅର୍ଥ ଆମତ୍ସାତ କରାଯାଉଛି। ଏହି ମର୍ମରେ ଯାଜପୁର ଜିଲା ବଡ଼ଚଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରଡ଼ା ଗ୍ରାମର ସର୍ବେଶ୍ୱର ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଅଭିଯୋଗର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ବିଭାଗର କଟକ ସର୍କଲର ଅତିରିକ୍ତ ଚିଫ୍‌ ଇଞ୍ଜିନିୟରଙ୍କୁ ରାଜ୍ୟ ଚିଫ୍‌ ଇଞ୍ଜିନିୟର-୨ ନିର୍ଦ୍ଦେଶ ଦେଇଛନ୍ତି।
ଆରଟିଆଇ(ସୂଚନା ଅଧିକାର ଆଇନ) ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବଡ଼ଚଣା ବ୍ଲକରେ ବସୁଧା ଯୋଜନାରେ ପ୍ରାୟ ୧୨୭ କୋଟି ଟଙ୍କା ବିନିଯୋଗ କରି ୫୦ରୁ ଊର୍ଦ୍ଧ୍ୱ ପାଇପ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ତେବେ ଲୁଣିଆ ଅଞ୍ଚଳ ବାଲିପଡିଆ, ବିକ୍ରମତିରନ, ଅସିଆ, ଚାରିନଙ୍ଗଲ, ଦାଉଡିଆପଦା, କୁନ୍ଦଳ, ମଙ୍ଗରାଜପୁର, ବନ୍ତଳା ଆଦି ଅଞ୍ଚଳରେ ୩୦ରୁ ଊର୍ଦ୍ଧ୍ୱ ବସୁଧା ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ଏଥିରୁ ବିଶୁଦ୍ଧ ପାଣି ପାଇବା ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ହୋଇଛି। କେତେକ ପ୍ରକଳ୍ପରେ ଆଇରନ ମିଶ୍ରିତ ହଳଦିଆ ପାଣି ବାହାରି ତାହା ବ୍ୟବହାର ଅନୁପଯୋଗୀ ହୋଇଛି। ଏହାବାଦ୍‌ ନିର୍ଦ୍ଧାରିତ ସମୟଠାରୁ ମାସାଧିକ ସମୟ ବିଳମ୍ବରେ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି। ବର୍ଷାଦିନ ପୂର୍ବରୁ ମାଟି କାମକୁ ତରବରିଆ ଭାବେ କରାଯାଉଛି। ଟାଙ୍କି ପାଇଁ ନିଅଁ ଖୋଳାଯାଇ ଢଳେଇ ପକାଯାଇଛି। ଠିକାଦାର ପକ୍ଷରୁ ଢଳେଇ ତଳେ ଦିଆଯାଇଥିବା ଲୁହାରଡ଼ ନିମ୍ନମାନର ରହିଛି। ସରକାରୀ ଭାବେ ସୁପାରିଶ କରାଯାଇଥିବା ରଡ଼କୁ ବ୍ୟବହାର କରା ନ ଯାଇ କମ୍‌ ଦାମ ଓ ନିମ୍ନମାନର ରଡ ବ୍ୟବହାର ହୋଇଥିବାରୁ ତାହା ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକଳନରେ ଦର୍ଶାଯାଇଥିବା ଲୁହାଛଡ ବଦଳରେ କମ୍‌ ଓ ଶସ୍ତା କମ୍ପାନୀର ଷ୍ଟିଲ ବ୍ୟବହାର ହୋଇଛି। ପ୍ରକଳ୍ପରେ ୫୩ ଗ୍ରେଡ ସିମେଣ୍ଟ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ସେହି ଗ୍ରେଡଠାରୁ ବହୁତ୍‌ କମ ତଥା ନିମ୍ନମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ନିର୍ମାଣ ସ୍ଥଳରେ କାମର ଗୁଣବତ୍ତା ମାପିବା କ୍ୟୁବ ଉପଲବ୍ଧ ହେଉନାହିଁ। ଏହାବାଦ୍‌ ନିର୍ଦ୍ଧାରିତ ପରିମାଣର ଗାତ ନ ଖୋଳି ନିମ୍ନମାନର ପାଇପ୍‌ ବିଛା ଯାଇଥିବାରୁ କିଛି ଦିନ ମଧ୍ୟରେ ତାହା ଫାଟି ଯାଉଛି। ସେଥିରୁ ପାଣି ବାହାରି ଗ୍ରାମ୍ୟ ରାସ୍ତାକୁ ଜଳମଗ୍ନ କରୁଥିବା ଦେଖିବାକୁ ମିଳିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଅନ୍ୟପକ୍ଷେ ବଡ଼ଚଣା ଓ ଧର୍ମଶାଳା ବ୍ଲକ ପାଇଁ ଏକ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ମେଗା ପ୍ରକଳ୍ପ ସହ ପୂର୍ବରୁ ନିର୍ମାଣ ହୋଇଥିବା ବସୁଧା ପ୍ରକଳ୍ପଗୁଡିକୁ ମିଶାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଶତାଧିକ କୋଟି ଟଙ୍କା ପାଣିରେ ପଡିବା ନିଶ୍ଚିତ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ପଚାରିବାରେ ସେ କହିଛନ୍ତି, ବସୁଧା ଯୋଜନାରେ କେତୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଆଇରନ ମିଶା ପାଣି ବାହାରୁଛି ବୋଲି କହି ସ୍ଥାନୀୟ ଲୋକେ ତାକୁ ବ୍ୟବହାର କରୁନାହାନ୍ତି। ତେବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ସବୁ ପ୍ରକଳ୍ପଗୁଡିକୁ ସେଥିରେ ସଂଲଗ୍ନ କରାଯିବ। ଏହାପରେ କୌଣସି ଅସୁବିଧା ରହିବ ନାହିଁ। ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri