Categories: ଖେଳ

ଜାପାନକୁ ୩୫-୧ରେ ହରାଇଲା ଭାରତ

ସାଲାଲା (ଓମାନ),୧ା୯ (ପି.ଟି.):ଏସିଆନ ପୁରୁଷ ୫ଏସ୍‌ ହକିରେ ଭାରତ ୩୫-୧ରେ ଜାପାନ ଏବଂ ୭-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଦୁଇଟି ବିଜୟ ପରେ ଭାରତ ୧୨ ପଏଣ୍ଟ ସହ ଏଲିଟ୍‌ ପୁଲ୍‌ ଟେବୁଲରେ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ଶନିବାର ଦ୍ୱିତୀୟ ସେମିଫାଇନାଲ ଖେଳିବ। ମାଲେସିଆ ବିପକ୍ଷରେ ଖେଳାଯାଇଥିବା ଦିନର ପ୍ରଥମ ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିଲା। ଏଥିରେ ଭାରତର ତରଫରୁ ଗୁଜୋତ ସିଂ (୭ମ, ୧୧ତମ, ୧୭ତମ, ୨୯ତମ ଓ ୩୦ତମ ମିନିଟ ) ୫ଟି ଗୋଲ ଦେଇଥିବା ବେଳେ ମନିନ୍ଦର ସିଂ (୧୨ତମ) ଓ ମହମ୍ମଦ ରାହିଲ (୨୧ତମ) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ। ଅନ୍ୟପକ୍ଷରେ ମାଲେସିଆ ପକ୍ଷରୁ ଅରିଫ ଇସାକ୍‌ (୬ଷ୍ଠ), ଇସ୍‌ମାଇଲ୍‌ ଅବୁ (୭ମ), ମହମ୍ମଦ ଦିନ୍‌ (୮ମ), କାମାରୁଲ ଜମାନ କାମାରୁଦ୍ଦିନ (୨୬ତମ) ଏବଂ ସ୍ୟାରମନ ମାଟ୍‌ (୩୦ତମ) ପ୍ରମୁଖ ଗୋଲ ସ୍କୋରର ରହିଥିଲେ। ଜାପାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତୀୟ ଖେଳାଳିମାନେ ଗୋଲ୍‌ ବର୍ଷା କରିଥିଲେ। ମନିନ୍ଦର (୧ମ, ୩ୟ, ୫ମ,୬ଷ୍ଠ, ୧୫ତମ,୨୦ତମ,୨୪ତମ, ୨୫ତମ ଓ ୨୯ତମ ମିନିଟ୍‌) ଏକାକି ସର୍ବାଧିକ ୧୦ଟି ଗୋଲ ସ୍କୋର କରିଥିବା ବେଳେ ମହମ୍ମଦ ରାହିଲ (୩ୟ,, ୪ର୍ଥ, ୧୧ଶ, ୧୨ତମ, ୧୭ତମ, ୨୬ତମ ଓ ୨୬ତମ) ୭ ଗୋଲ୍‌ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପବନ ରାଜଭାର (୨ୟ, ୬ଷ୍ଠ, ୧୦ମ, ୧୩ତମ ଓ ୨୩ତମ) ଏବଂ ଗୁଜୋତ ସିଂ ୧୨ତମ, ୨୦ତମ, ୨୧ତମ, ୨୭ତମ ଓ ୩୦ତମ) ପ୍ରତ୍ୟେକ ୫ଟି ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିପରି ସୁଖବିନ୍ଦର (୪ର୍ଥ, ୮ମ, ୧୬ତମ ଓ ୨୨ତମ) ଚରୋଟି, ଅଧିନାୟକ ମନଦୀପ ମୋର୍‌ (୧୮ତମ, ୨୩ତମ ଓ ୨୯ତମ) ତିନୋଟି ଏବଂ ଯୁଗରାଜ ସିଂ (୧୫ତମ) ଗୋଟିଏ ଗୋଲ୍‌ ସ୍କୋର କରିଥିଲେ। ଜାପାନର ମାସାଟାକା କୋରୋବି (୨୯ତମ) ତାଙ୍କ ଦଳ ପକ୍ଷରୁ ଏକ ମାତ୍ର ଗୋଲ୍‌ ଦେଇଥିଲେ।

Share