୭ ମାସରେ ଆଇନଶୃଙ୍ଖଳା ଚିନ୍ତାଜନକ: ବିଜେଡି

ଭୁବନେଶ୍ୱର,୯ା୧(ଅନିଲ ଦାସ):ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଦେଶ ବିଦେଶରୁ ପ୍ରବାସୀ ଓଡ଼ିଶାରେ ଏକତ୍ରିତ ହୋଇଛନ୍ତି । ଏହା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଏକ ସୌଭାଗ୍ୟର କଥା। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି, ଯାହା ରାଜ୍ୟବାସୀଙ୍କ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତି।
ଶଙ୍ଖଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଗୌତମବୁଦ୍ଧ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ୭ ହଜାରରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ଅଛନ୍ତି, ଠିକ୍‌ ସେତିକି ବେଳେ ରାଜଧାନୀ ଛାତି ଉପରେ ଏକ ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସଫେଇ କର୍ମଚାରୀ ସଂଘର ସଭାପତି ଓ ଜଣେ ପୋଲିସ ମିତ୍ର। ଜାତୀୟ ରାଜପଥ ଉପରେ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ମିତ୍ରଙ୍କ ହତ୍ୟା ଘଟୁଛି, କିନ୍ତୁ ପୋଲିସ ଜାଣିପାରୁନି। ଗତ ୭ ମାସରେ ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟରେ ଅପରାଧ ବଢ଼ି ବଢ଼ି ଚାଲିଛି। ଏଭଳି ଆଇନଶୃଙ୍ଖଳା ସ୍ଥିତିରେ ଆମେ ପ୍ରବାସୀ ଭାରତୀୟମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା, ସେନେଇ ସନ୍ଦେହ ରହିଛି ବୋଲି ଗୌତମବୁଦ୍ଧ କହିଛନ୍ତି।
କହିଛନ୍ତି, ରାଜ୍ୟରେ ୧୧ ଦିନରେ ୧୧ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲହାନି ହୋଇଛି, ଯାହା ଚାଷୀସମାଜର ମେରୁଦଣ୍ଡ ଭାଙ୍ଗିଦେଇଛି। କେଉଁଠି ନା କେଉଁଠି ଚାଷୀସମାଜ ସରକାରଙ୍କ ଉପରେ ଭରସା କରିପାରୁ ନାହିଁି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପଯର୍‌ୟସ୍ତ ହୋଇପଡିଛ। ସମ୍ବଲପୁର ଜିଲାରେ ୨ଜଣ ଭାଜପା ନେତାଙ୍କ ହତ୍ୟାଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇଛି। ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟାକାଣ୍ଡ ଘଟିବା ନିଶ୍ଚିତ ଭାବେ ଏକ ବିରଳଘଟଣା। ତାଛଡ଼ା ଭୁବନେଶ୍ୱରରେ ହତ୍ୟା, ଛିନ୍‌ତାଇ ଭଳି ଘଟଣା ମଧ୍ୟ ନିୟମିତ ଭାବେ ଘଟି ଚାଲିଛି। ମହିଳାଙ୍କ ବିରୋଧରେ ଅପରାଧ ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ସେହିପରି ଡିସେମ୍ବର ୧୨ରେ ସୁନ୍ଦରଗଡ଼ରେ ମହିଳାଙ୍କୁ ହତ୍ୟାକରି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବା, ଡିସେମ୍ବର ୧୩ରେ କଟକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା, ଡିସେମ୍ବର ୧୬ରେ ଏକ ୧୩ ବର୍ଷ ବୟସର ନାବାଳକଙ୍କୁ ଅପହରଣ ଓ ହତ୍ୟା, ନଭେମ୍ବର ୭ରେ ସମ୍ବଲପୁରରେ ମା’ ଓ ଝିଅଙ୍କୁ ପୋଡ଼ି ହତ୍ୟା, ଗାଡ଼ି ପାର୍କିଂକୁ ନେଇ ୨ଜଣଙ୍କୁ ଭୁବନେଶ୍ୱରରେ ହତ୍ୟା ଓ ରେମୁଣାରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଆଦି ସମ୍ବେଦନଶୀଳ ଘଟଣାର ଉଲ୍ଲେଖ କରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଲେଲିନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା...

୧୯ ବର୍ଷରେ ୬୬% ଗୋମହିଷାଦି ସଂଖ୍ୟା କମିଛି, ଅର୍ଥନୀତି, ପରିବେଶ ଉପରେ ପକାଉଛି ପ୍ରଭାବ

କେନ୍ଦ୍ରାପଡ଼ା,୧୭ା୧(ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟା ପରେ କେନ୍ଦ୍ରାପଡ଼ା ଜିଲାର ଗୋମହିଷାଦି ପ୍ରାଣୀ ସଂଖ୍ୟା ଉପରେ ଚଡ଼କ ପଡିଛି। ଏକଦା ଗ୍ରାମାଞ୍ଚଳ ଅର୍ଥନୀତିକୁ ସମୃଦ୍ଧ କରୁଥିବା ଏହି...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

ଜମି ବିବାଦରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

କୋରାପୁଟ/ନାରାୟପାଟଣା,୧୬/୧(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟପାଟଣା ବ୍ଲକ ତାଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗିଙ୍କ ହତ୍ୟା ଘଟଣାରେ ଗୁରବାର ନାରାୟଣପାଟଣା ପୋଲିସ...

ଆଦିବାସୀ ମେଳା: ୧୨ ଦିନରେ ୯ କୋଟି ବେପାର

ଭୁବନେଶ୍ୱର,୧୬।୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଳିଥିବା ଆଦିବାସୀ ମେଳା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ...

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri