୭ ମାସରେ ଆଇନଶୃଙ୍ଖଳା ଚିନ୍ତାଜନକ: ବିଜେଡି

ଭୁବନେଶ୍ୱର,୯ା୧(ଅନିଲ ଦାସ):ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଦେଶ ବିଦେଶରୁ ପ୍ରବାସୀ ଓଡ଼ିଶାରେ ଏକତ୍ରିତ ହୋଇଛନ୍ତି । ଏହା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଏକ ସୌଭାଗ୍ୟର କଥା। ଅନ୍ୟପକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି, ଯାହା ରାଜ୍ୟବାସୀଙ୍କ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ବିଜେଡି ମୁଖପାତ୍ର ତଥା ମିଡିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତି।
ଶଙ୍ଖଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଗୌତମବୁଦ୍ଧ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ୭ ହଜାରରୁ ଊର୍ଦ୍ଧ୍ୱ ଅତିଥି ଉପସ୍ଥିତ ଅଛନ୍ତି, ଠିକ୍‌ ସେତିକି ବେଳେ ରାଜଧାନୀ ଛାତି ଉପରେ ଏକ ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସଫେଇ କର୍ମଚାରୀ ସଂଘର ସଭାପତି ଓ ଜଣେ ପୋଲିସ ମିତ୍ର। ଜାତୀୟ ରାଜପଥ ଉପରେ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ମିତ୍ରଙ୍କ ହତ୍ୟା ଘଟୁଛି, କିନ୍ତୁ ପୋଲିସ ଜାଣିପାରୁନି। ଗତ ୭ ମାସରେ ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟରେ ଅପରାଧ ବଢ଼ି ବଢ଼ି ଚାଲିଛି। ଏଭଳି ଆଇନଶୃଙ୍ଖଳା ସ୍ଥିତିରେ ଆମେ ପ୍ରବାସୀ ଭାରତୀୟମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା, ସେନେଇ ସନ୍ଦେହ ରହିଛି ବୋଲି ଗୌତମବୁଦ୍ଧ କହିଛନ୍ତି।
କହିଛନ୍ତି, ରାଜ୍ୟରେ ୧୧ ଦିନରେ ୧୧ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲହାନି ହୋଇଛି, ଯାହା ଚାଷୀସମାଜର ମେରୁଦଣ୍ଡ ଭାଙ୍ଗିଦେଇଛି। କେଉଁଠି ନା କେଉଁଠି ଚାଷୀସମାଜ ସରକାରଙ୍କ ଉପରେ ଭରସା କରିପାରୁ ନାହିଁି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପଯର୍‌ୟସ୍ତ ହୋଇପଡିଛ। ସମ୍ବଲପୁର ଜିଲାରେ ୨ଜଣ ଭାଜପା ନେତାଙ୍କ ହତ୍ୟାଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇଛି। ରାଜଧାନୀ ଭୁବନେଶ୍ୱରରେ ଦିବାଲୋକରେ ମୁଣ୍ଡରୁ ଗଣ୍ଡି ଅଲଗା କରି ହତ୍ୟାକାଣ୍ଡ ଘଟିବା ନିଶ୍ଚିତ ଭାବେ ଏକ ବିରଳଘଟଣା। ତାଛଡ଼ା ଭୁବନେଶ୍ୱରରେ ହତ୍ୟା, ଛିନ୍‌ତାଇ ଭଳି ଘଟଣା ମଧ୍ୟ ନିୟମିତ ଭାବେ ଘଟି ଚାଲିଛି। ମହିଳାଙ୍କ ବିରୋଧରେ ଅପରାଧ ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ସେହିପରି ଡିସେମ୍ବର ୧୨ରେ ସୁନ୍ଦରଗଡ଼ରେ ମହିଳାଙ୍କୁ ହତ୍ୟାକରି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବା, ଡିସେମ୍ବର ୧୩ରେ କଟକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ହତ୍ୟା, ଡିସେମ୍ବର ୧୬ରେ ଏକ ୧୩ ବର୍ଷ ବୟସର ନାବାଳକଙ୍କୁ ଅପହରଣ ଓ ହତ୍ୟା, ନଭେମ୍ବର ୭ରେ ସମ୍ବଲପୁରରେ ମା’ ଓ ଝିଅଙ୍କୁ ପୋଡ଼ି ହତ୍ୟା, ଗାଡ଼ି ପାର୍କିଂକୁ ନେଇ ୨ଜଣଙ୍କୁ ଭୁବନେଶ୍ୱରରେ ହତ୍ୟା ଓ ରେମୁଣାରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଆଦି ସମ୍ବେଦନଶୀଳ ଘଟଣାର ଉଲ୍ଲେଖ କରି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଲେଲିନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?