୭ ମାସରେ ୭୪୨ ଯକ୍ଷ୍ମା ପୀଡ଼ିତ

ପୁରୀ ଅଫିସ,୨୩।୮: ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କ୍ଷେତ୍ରରେ ରାଜ୍ୟରେ ପୁରୀ ଜିଲା ୩ନମ୍ବର ସ୍ଥାନରେ ରହିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏହାକୁ ସଫଳତା କହୁଥିବାବେଳେ ଜିଲାରେ ଯକ୍ଷ୍ମା ସ୍ଥିତି ସଙ୍ଗିନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀରୁ ଜୁଲାଇ ଶେଷ ସୁଦ୍ଧା ୧୦ହଜାର ୬ଜଣଙ୍କ କଫ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ଜିଲାରେ ପ୍ରତି ଶହେ ଜଣରେ ୭ଜଣ ଯକ୍ଷ୍ମା ସଂକ୍ରମଣର ଶିକାର ହେଉଛନ୍ତି। ଏହା ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ହାରଠାରୁ ଅଧିକ। କରୋନା ଓ ଯକ୍ଷ୍ମା ସଂକ୍ରମଣର ମାଧ୍ୟମ ପ୍ରାୟତଃ ଏକାପ୍ରକାର ହୋଇଥିଲେ ମଧ୍ୟ ଯକ୍ଷ୍ମା ରୋଗୀଙ୍କୁ ଅବହେଳା କରାଯାଉଛି। ସେହିଭଳି ଗତ ୨୦୨୦ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଜିଲାରେ ୪୦ ଜଣ ଯକ୍ଷ୍ମା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଥିବା ସୂଚନା ମିଳିଛି।
୨୦୧୯ରେ ଦୈନିକ ରୋଗୀ ସଂଖ୍ୟା ୫୦ ଛୁଉଁଥିଲା। ମାତ୍ର ଏବେ ପ୍ରତ୍ୟହ ଅତିବେଶିରେ ୫ରୁ ୭ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଯକ୍ଷ୍ମା ହସ୍ପିଟାଲରେ ଆଇସିୟୁ ସୁବିଧା ନାହିଁ। ଫଳରେ ରୋଗୀଙ୍କୁ ଆଇସିୟୁ ସୁବିଧା ଦରକାର ପଡ଼ିଲେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ କିମ୍ବା ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ପୁରୀ ଜିଲାରେ ଯକ୍ଷ୍ମା ଚିହ୍ନଟରେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ କ’ଣ ପାଇଁ ହସ୍ପିଟାଲ୍‌ରେ କମ୍‌ସଂଖ୍ୟକ ରୋଗୀ ଭର୍ତ୍ତି ହେଉଛନ୍ତି ଓ ଯକ୍ଷ୍ମାରୋଗୀଙ୍କ ପାଇଁ କାହିଁକି ଆଇସିୟୁ ସୁବିଧା ନାହିଁ ବୋଲି ସୂଚନା ଅଧିକାର କର୍ମୀ ବିଶ୍ୱଜିତ ମହାନ୍ତି ପ୍ରଶ୍ନ କରିଛନ୍ତି। ତେବେ ଚିହ୍ନଟ ଓ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଲଲାଟେନ୍ଦୁ ମିଶ୍ର କହିଛନ୍ତି। କମ୍ୟୁନିଟି ମିଟିଂ, ବିଭିନ୍ନ ଏନ୍‌ଜିଓ ସହ ବୈଠକ, ବ୍ଲକ ସ୍ତରରେ ଯକ୍ଷ୍ମାରୋଗୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ରଖିବା, ପୋଷଣ ଯୋଜନାରେ ମାସକୁ ୫ଶହ ହିସାବରେ ୬ମାସକୁ ୩ହଜାର ଟଙ୍କା ଦେବା, ରୋଗୀଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖାଯିବା, ଅଙ୍ଗନୱାଡି କର୍ମୀଙ୍କୁ ୧ ହଜାର ଟଙ୍କା ଲେଖାଏ ପ୍ରଦାନ ଭଳି ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଅନୁଯାୟୀ, ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉନାହିଁ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ସରକାରୀ ତାଲିକାକୁ ଉଠିପାରୁନାହିଁ। ପୁରୀ ଆଇଡିଏଚ୍‌ର ୮ ଡାକ୍ତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳୁନାହିଁ। ଡାକ୍ତରମାନେ ପାଳି କରି ଡ୍ୟୁଟି କରୁଥିବା ଏବଂ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାତ୍ର ଏହି ଅଭିଯୋଗକୁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପ୍ରଣବ ପ୍ରକାଶ ଦାସ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି ଅଭିଯୋଗ ପୂର୍ବରୁ ଆସି ନାହିଁ। ଡ୍ୟୁଟି ଚାର୍ଟ ଦେଖିବା ପରେ ଘଟଣା ତଦନ୍ତ ପରିସରଭୁକ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ଭଦ୍ରକ ଅଫିସ,୨୩।୩ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଜଗାକାଳିଆ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି...

୮ରେ ଦାନାବାନ୍ଧିବ ବାତ୍ୟା

ଭୁବନେଶ୍ୱର,୭ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶନିବାର ଏହା ଅବପାତ (ଡିପ୍ରେସନ)ରେ ପରିଣତ...

ବିଏମ୍‌ସିର ୨ ନମ୍ବର ୱାର୍ଡରେ ସାମିଲ ହେଲା କଳାରାହାଙ୍ଗ, ନନ୍ଦନବିହାର

ଭୁବନେଶ୍ୱର,୭।୩(ବ୍ୟୁରୋ): କଳାରାହାଙ୍ଗ ଓ ନନ୍ଦନବିହାର ଅଞ୍ଚଳକୁ ଚଳିତ ବର୍ଷ ପ୍ରଥମ ଥର ବିଏମସିର ୨ ନମ୍ବର ୱାର୍ଡରେ ସାମିଲ କରାଯାଇଛି । ଏ ନେଇ ଅଞ୍ଚଳ...

ଅଣାୟତ୍ତ ବେଳେ ଖୋଲିଦେଲେ

ପୁରୀ ଅଫିସ, ୨୩।୯:ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସେପ୍ଟେମ୍ବର ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେବେ ଏଭଳି ସମୟରେ...

ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି, ୭ ଗିରଫ

ଗୋପାଳପୁର,୬।୪: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜରେ ସୈନ୍ୟବାହିନୀରେ ଚାକିରି ପାଇଁ ଜାଲିଆତି କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ସୋମବାର...

କୂଅରେ ପଡି ବାର୍‌ହା ମୃତ

ଛେଣ୍ଡିପଦା,୧୭।୯(ସ୍ବ.ପ୍ର)-ଛେଣ୍ଡିପଦା ଥାନା ଜରପଡା ବନାଞ୍ଚଳ ବସନ୍ତପୁର ଗ୍ରାମରେ ଥିବା ଏକ ଖୋଲା କୂଅରେ ଏକ ବାରହା ଖସିପଡ଼ି ମଙ୍ଗଳବାର ମୃତ୍ୟୁବରଣ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ,...

ଦୁର୍ବଳ ନଦୀବନ୍ଧ, ଡ୍ରେନେଜ ଚିହ୍ନଟ କରି ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ଲାଗି ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି...

୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ...

Advertisement
Archives

Model This Week