ମନପସନ୍ଦର ଶ୍ରୀକ୍ଷେତ୍ର ଖଜା

ପୁରୀ ଅଫିସ,୨୩ା୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ଯେପରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି, ସେହିପରି ସୂର୍ଣ୍ଣାଭ ବେଳାଭୂମି ଏବଂ ଖାଦ୍ୟ ପାଇଁ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଦେଶ ଓ ଦେଶ ବାହାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ପୁରୀକୁ ବୁଲିବାକୁ ଆସିଥାନ୍ତି। ସେଥିପାଇଁ ପର୍ଯ୍ୟଟକଙ୍କ ରୁଚିକୁ ଦେଖି ପୁରୀ ସହରରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ମିଳିଥାଏ। ଏହି ଖାଦ୍ୟ ମଧ୍ୟରେ ଶ୍ରୀକ୍ଷେତ୍ର ଖଜା ଅନ୍ୟତମ। ଖଜାକୁ କେହି କେହି ଫେଣି ମଧ୍ୟ କହିଥାନ୍ତି। ଶ୍ରୀକ୍ଷେତ୍ର ଖଜା ତାର ସ୍ବାଦ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଛି। କେହି ପୁରୀ ଆସିଲେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇଥାନ୍ତି। ଘରକୁ ବାହୁଡ଼ିିବା ବେଳେ ସାଙ୍ଗରେ ମହାପ୍ରସାଦ ଓ ଖଜା ନେଇଥାନ୍ତି। ପୁରୀ ବାସିନ୍ଦା ମଧ୍ୟ ଶୁଭକାର୍ଯ୍ୟ ଓ ବିବାହ ଭାରରେ ଖଜା ପଠାଇଥାନ୍ତି। ବନ୍ଧୁ ଘରକୁ ଗଲେ ସାଙ୍ଗରେ ଖଜାପୁଡ଼ିିଆ ନେଇଥାନ୍ତି। ତାଳପତ୍ର ଭୋଗେଇରେ ସିଲ୍‌ କରାଯାଇ ଖଜାଗୁଡିକୁ ପଠାଯାଇଥାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୈନନ୍ଦିନ ଲାଗିହେଉଥିବା ଶୁଖୁଲି ମହାପ୍ରସାଦରେ ଖଜା ବା ଫେଣି ଲାଗିହୋଇଥାଏ। ମହାପ୍ରଭୁଙ୍କ ୫୬ ପଉଟି ଭୋଗରେ ସାମିଲ ଥିବା ଖଜା ପ୍ରସ୍ତୁତି ଶୈଳୀ ସ୍ବତନ୍ତ୍ର। ଖଜା ତିଆରି ପାଇଁ ମଇଦା, ଭଲ ଘିଅ, ଚିନି ଓ ତେଲ ଆବଶ୍ୟକ ପଡ଼େ। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ। ପ୍ରଥମେ ମଇଦାରେ ତେଲ କିମ୍ବା ଘିଅ ମିଶାଇ ଭଲ ଭାବେ ମିଶାଯାଏ। ପରେ ସେଗୁଡିକୁ ଛୋଟ ଛୋଟ ରୁଟି ଗୁଳା ପରି ଗୋଲ କରାଯାଏ। ଏହାକୁ ବେଲି ଗୋଲ ମୋଟା ରୁଟି ପରି ଗଢ଼ାଯାଏ। ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ଆକାର ଦିଆଯାଇଥାଏ। ପରେ ଧିମା ଆଞ୍ଚରେ ତେଲ କିମ୍ବା ଘିଅରେ ଛଣାଯାଇଥାଏ। ଖଜା ଛଣା ହୋଇ ଥଣ୍ଡା ହେବା ପାଇଁ ରଖାଯାଏ। ପରେ ଚିନିରେ ଶିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ। ଏଭଳି ଖଜା ପ୍ରସ୍ତୁତ ହୋଇଥାଏ। ଖଜାର ଆକୃତି ଓ ସ୍ବାଦ ଦୃଷ୍ଟିରୁ ଏହାକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି। ଗେଡି ଖଜା, ମିଡିୟମ ଖଜା, ସୋ ଖଜା, ପେଟି ଖଜା, ବଡ ଖଜା ଓ ଚାଲୁ ଖଜା। ସେହିପରି ଚାହିଦା ଅନୁଯାୟୀ ମସଲା ଖଜା, ଖାସ୍ତା ଖଜା, ଭଲ ଘିଅ ଖଜା, ଲୁଣି ଖଜା ପ୍ରଭୃତି ଦୋକାନରେ ଉପଲବ୍ଧ ହୋଇଥାଏ। ୯୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଖଜାର ମୂଲ୍ୟ ରହିଛି। ଏହି ବ୍ୟବସାୟରେ ପ୍ରାୟ ୧ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଶ୍ରୀମନ୍ଦିର ଚାରିପାଖେ ବହୁ ଖଜା ଦୋକାନ ଖୋଲିଛି। ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଖଜାପଟି ରହିଥିଲା। ତେବେ ମେଘନାଦ ପାଚେରିଠାରୁ ୭୫ ମିଟର ଉଚ୍ଛେଦ ହେବା କାରଣରୁ ଖଜାପଟିକୁ ଉଛେଦ କରାଯାଇଛି। ଫଳରେ ଏବେ ଶ୍ରୀମନ୍ଦିର ଚାରିପାଖ ସହିତ ସହରର ବିଭିନ୍ନ ସ୍ଥାନରେ ଖଜା ଦୋକାନ ଖୋଲିଛି। ନୃସିଂହ ସୁଇଟ୍ସ, ନରସିଂହ ସୁଇଟ୍ସ, ଟେଷ୍ଟ ଆଣ୍ଡ ଟୁଇଷ୍ଟ, ମା’ଦକ୍ଷିଣ କାଳୀ ସୁଇଟ୍ସ, ଲକ୍ଷ୍ମୀ ନୃସିଂହ ଖଜା ଦୋକାନ, ଭଗବତୀ, ଜଗନ୍ନାଥ ଏବଂ ଜଗାବଳିଆ ପରି ବଡ଼ ବଡ଼ ଖଜା ଦୋକାନ ରହିଛି। ଖଜା ବ୍ୟବସାୟ ଭଲ ହେଉଥିଲେ ମଧ୍ୟ ବର୍ତ୍ତମାନ କରୋନା କଟକଣା, ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବ୍ୟବସାୟୀ କ୍ଷତି ସହୁଛନ୍ତି। ତେବେ କରୋନା ପ୍ରଭାବ କମୁଥିବାରୁ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri