ମନପସନ୍ଦର ଶ୍ରୀକ୍ଷେତ୍ର ଖଜା

ପୁରୀ ଅଫିସ,୨୩ା୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ଯେପରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି, ସେହିପରି ସୂର୍ଣ୍ଣାଭ ବେଳାଭୂମି ଏବଂ ଖାଦ୍ୟ ପାଇଁ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଦେଶ ଓ ଦେଶ ବାହାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ପୁରୀକୁ ବୁଲିବାକୁ ଆସିଥାନ୍ତି। ସେଥିପାଇଁ ପର୍ଯ୍ୟଟକଙ୍କ ରୁଚିକୁ ଦେଖି ପୁରୀ ସହରରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ମିଳିଥାଏ। ଏହି ଖାଦ୍ୟ ମଧ୍ୟରେ ଶ୍ରୀକ୍ଷେତ୍ର ଖଜା ଅନ୍ୟତମ। ଖଜାକୁ କେହି କେହି ଫେଣି ମଧ୍ୟ କହିଥାନ୍ତି। ଶ୍ରୀକ୍ଷେତ୍ର ଖଜା ତାର ସ୍ବାଦ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଛି। କେହି ପୁରୀ ଆସିଲେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇଥାନ୍ତି। ଘରକୁ ବାହୁଡ଼ିିବା ବେଳେ ସାଙ୍ଗରେ ମହାପ୍ରସାଦ ଓ ଖଜା ନେଇଥାନ୍ତି। ପୁରୀ ବାସିନ୍ଦା ମଧ୍ୟ ଶୁଭକାର୍ଯ୍ୟ ଓ ବିବାହ ଭାରରେ ଖଜା ପଠାଇଥାନ୍ତି। ବନ୍ଧୁ ଘରକୁ ଗଲେ ସାଙ୍ଗରେ ଖଜାପୁଡ଼ିିଆ ନେଇଥାନ୍ତି। ତାଳପତ୍ର ଭୋଗେଇରେ ସିଲ୍‌ କରାଯାଇ ଖଜାଗୁଡିକୁ ପଠାଯାଇଥାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୈନନ୍ଦିନ ଲାଗିହେଉଥିବା ଶୁଖୁଲି ମହାପ୍ରସାଦରେ ଖଜା ବା ଫେଣି ଲାଗିହୋଇଥାଏ। ମହାପ୍ରଭୁଙ୍କ ୫୬ ପଉଟି ଭୋଗରେ ସାମିଲ ଥିବା ଖଜା ପ୍ରସ୍ତୁତି ଶୈଳୀ ସ୍ବତନ୍ତ୍ର। ଖଜା ତିଆରି ପାଇଁ ମଇଦା, ଭଲ ଘିଅ, ଚିନି ଓ ତେଲ ଆବଶ୍ୟକ ପଡ଼େ। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ। ପ୍ରଥମେ ମଇଦାରେ ତେଲ କିମ୍ବା ଘିଅ ମିଶାଇ ଭଲ ଭାବେ ମିଶାଯାଏ। ପରେ ସେଗୁଡିକୁ ଛୋଟ ଛୋଟ ରୁଟି ଗୁଳା ପରି ଗୋଲ କରାଯାଏ। ଏହାକୁ ବେଲି ଗୋଲ ମୋଟା ରୁଟି ପରି ଗଢ଼ାଯାଏ। ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ଆକାର ଦିଆଯାଇଥାଏ। ପରେ ଧିମା ଆଞ୍ଚରେ ତେଲ କିମ୍ବା ଘିଅରେ ଛଣାଯାଇଥାଏ। ଖଜା ଛଣା ହୋଇ ଥଣ୍ଡା ହେବା ପାଇଁ ରଖାଯାଏ। ପରେ ଚିନିରେ ଶିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ। ଏଭଳି ଖଜା ପ୍ରସ୍ତୁତ ହୋଇଥାଏ। ଖଜାର ଆକୃତି ଓ ସ୍ବାଦ ଦୃଷ୍ଟିରୁ ଏହାକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି। ଗେଡି ଖଜା, ମିଡିୟମ ଖଜା, ସୋ ଖଜା, ପେଟି ଖଜା, ବଡ ଖଜା ଓ ଚାଲୁ ଖଜା। ସେହିପରି ଚାହିଦା ଅନୁଯାୟୀ ମସଲା ଖଜା, ଖାସ୍ତା ଖଜା, ଭଲ ଘିଅ ଖଜା, ଲୁଣି ଖଜା ପ୍ରଭୃତି ଦୋକାନରେ ଉପଲବ୍ଧ ହୋଇଥାଏ। ୯୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଖଜାର ମୂଲ୍ୟ ରହିଛି। ଏହି ବ୍ୟବସାୟରେ ପ୍ରାୟ ୧ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଶ୍ରୀମନ୍ଦିର ଚାରିପାଖେ ବହୁ ଖଜା ଦୋକାନ ଖୋଲିଛି। ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଖଜାପଟି ରହିଥିଲା। ତେବେ ମେଘନାଦ ପାଚେରିଠାରୁ ୭୫ ମିଟର ଉଚ୍ଛେଦ ହେବା କାରଣରୁ ଖଜାପଟିକୁ ଉଛେଦ କରାଯାଇଛି। ଫଳରେ ଏବେ ଶ୍ରୀମନ୍ଦିର ଚାରିପାଖ ସହିତ ସହରର ବିଭିନ୍ନ ସ୍ଥାନରେ ଖଜା ଦୋକାନ ଖୋଲିଛି। ନୃସିଂହ ସୁଇଟ୍ସ, ନରସିଂହ ସୁଇଟ୍ସ, ଟେଷ୍ଟ ଆଣ୍ଡ ଟୁଇଷ୍ଟ, ମା’ଦକ୍ଷିଣ କାଳୀ ସୁଇଟ୍ସ, ଲକ୍ଷ୍ମୀ ନୃସିଂହ ଖଜା ଦୋକାନ, ଭଗବତୀ, ଜଗନ୍ନାଥ ଏବଂ ଜଗାବଳିଆ ପରି ବଡ଼ ବଡ଼ ଖଜା ଦୋକାନ ରହିଛି। ଖଜା ବ୍ୟବସାୟ ଭଲ ହେଉଥିଲେ ମଧ୍ୟ ବର୍ତ୍ତମାନ କରୋନା କଟକଣା, ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବ୍ୟବସାୟୀ କ୍ଷତି ସହୁଛନ୍ତି। ତେବେ କରୋନା ପ୍ରଭାବ କମୁଥିବାରୁ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଯୋଗୁ ବ୍ୟବସାୟ ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?