୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। ଫଳରେ ସକାଳ ୬ଟାରୁ ଜିଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ୨୬ ନମ୍ବର ଜାତୀୟ ରାଜପଥ ସମେତ ସମସ୍ତ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ। କୋକସରା ବ୍ଲକର ମୋଟେର ଛକଠାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବେଣୁପାଣି ଦୁର୍ଗା, ଲିଙ୍ଗରାଜ ବେହେରା, ସୁଶୀଲ କୁମାର ଶବର, ବଙ୍କିମ ଦାସ, ସୁଦର୍ଶନ ବେହେରା, ଘେନୁ ବେହେରା, ରାଜ କୁମାର ବାଗ, କ୍ଷୀରସିନ୍ଧୁ ସୁନାନୀ, କୋକସରା ପୋଲିସ ଥାନା ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ପୁରୁଷୋତ୍ତମ ଗୁପ୍ତା, ଜିଲା ପରିଷଦ ସଭ୍ୟ, ତ୍ରିନାଥ ବାଗ୍‌, ପେନ୍‌ସନ୍‌ଗ୍ରାହୀ ସଂଘ ସମ୍ପାଦକ ମୀନକେତନ ପ୍ରଧାନୀ, କଂଗ୍ରେସ ନେତା ରାଜେନ୍ଦ୍ର ନାଏକ, ତ୍ରିଭୂବନ ନାଏକ, ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, କୀର୍ତ୍ତନ ଶବର, ଘନଶ୍ୟାମ ଜାଲ ପ୍ରମୁଖ ସାମିଲ ରହିଥିଲେ। ଆମପାଣି ବସ୍‌ଷ୍ଟାଣ୍ଡ ନିକଟରେ ଜିଲାପରିଷଦ ସଭ୍ୟ ହେମନ୍ତ ମାଝି, ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧାଙ୍ଗଡ଼ାମାଝି, କଂଗ୍ରେସ ନେତା ହରିଶ୍ଚନ୍ଦ୍ର ନାଏକ, ବିଡୁ ନାଏକ, କେଶବ ବେଣୁପାଣି, ରାଜୁ ପଟେଲ, ତାପସ ରଞ୍ଜନ ରାୟ, ଅଜୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରୁଷି ପୂଝାରୀ, ଦୟାନିଧି ନାଏକ, ଭାସ୍କର ରାଓ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ। ରାସ୍ତା ଅବରୋଧ ଫଳରେ ଧର୍ମଗଡ଼ ଉପଖଣ୍ଡ ସମେତ ଭବାନୀପାଟଣା ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଥିଲା। ତେବେ ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ହେବାକୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ମୁତୟନ ରହିଥିଲେ। କୋକସରାଠାରେ ଅଲ୍‌ ଓଡ଼ିଶା ସିଡ୍ୟୁଲ୍‌ କାଷ୍ଟ ଫେଡେରେଶନ ପକ୍ଷରୁ କର୍ମକର୍ତ୍ତାମାନେ ମଧ୍ୟ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?